ପଡ଼ିଆରେ ଜାତୀୟ ସଂଗୀତ ବାଜିବା ବେଳେ ଖେଳାଳୀଙ୍କ ସହ ଛୋଟ ପିଲା କାହିଁକି ଛିଡ଼ା ହୋଇଥାନ୍ତି, କାରଣ ଜାଣନ୍ତୁ

Published By : Prameya-News7 Bureau | September 29, 2019 IST

ନୂଆଦିଲ୍ଲୀ୨୯|୯: କ୍ରିକେଟ ମ୍ୟାଚ ହେବା ପୂର୍ବରୁ ପଡ଼ିଆରେ ଜାତୀୟ ସଂଗୀତ ବାଜି ଥାଏ। ଜାତୀୟ ସଂଗୀତ ବାଜିବା ବେଳେ ପଡ଼ିଆ​‌ରେ କ୍ରିକେଟ ଖେଳାଳୀଙ୍କ ଛୋଟ ଛୋଟ ପିଲା ଜାତୀୟ ସଂଗୀତକୁ ସମ୍ମାନ ଦେଇଥାନ୍ତି। କିନ୍ତୁ ପ୍ରଶ୍ନ ଉଠେ ଏହି ସମୟରେ କ୍ରିକେଟ ଖେଳାଳୀଙ୍କ ସହ ପିଲାମାନେ କାହିଁକି ପଡ଼ିଆରେ ଛିଡ଼ା ହୋଇଥାନ୍ତି। ଏହା ପଛରେ ଦୁଇଟି କାରଣ ରହିଛି।

୧-  ପଡିଆରେ ଜାତୀୟ ସଂଗୀତ ବାଜିବା ବେଳେ କ୍ରିକେଟରଙ୍କ ସହ ଯେଉଁ ପିଲାମାନେ ଛିଡ଼ା ହୋଇଥାନ୍ତି ସେମାନେ ଅନାଥ କିମ୍ବା ଅସହାୟ ପିଲା। କୌଣସି ଏନଜିଓ ସଂସ୍ଥା ପିଲାମାନଙ୍କୁ ନେଇ ଆସିଥାନ୍ତି। ପଡିଆରେ ପିଲାମାନଙ୍କୁ ଖେଳାଳୀଙ୍କ ସହ ଦେଖିଲେ ହୁଏତ କେଉଁ ସହୃଦୟ ବ୍ୟକ୍ତି ପିଲାମାନଙ୍କ ପ୍ରତି ସହାୟତାର ହାତ ବଢ଼ାଇ ପରେ । ତେଣୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ପିଲାମାନେ ଖେଳ ପଡ଼ିଆରେ ଖେଳାଳୀଙ୍କ ସହ ଜାତୀୟ ସଂଗୀତ ବାଜିବା ବେଳେ ଛିଡ଼ା ହୋଇଥାନ୍ତି।

୨- କ୍ରିକେଟ ଖେଳ ଏକ ଭାଇଚାର ଖେଳ। ତେଣୁ ପ୍ରତ୍ୟେକ ଖେଳାଳୀ କିମ୍ବା ଟିମ ପରସ୍ପର ମଧ୍ୟ ହିଂସା ମନଭାବ ରଖି ଖେଳିବ ଉଚିତ ନୁହେଁ। ତେଣୁ ଖେଳାଳୀଙ୍କ ମଧ୍ୟରେ ଖେଳୁଆର ଭାବନ ସୃଷ୍ଟି କରିବା ଲାଗି ଜାତୀୟ ସଂଗୀତ ବାଜିବା ବେଳେ ପଡ଼ିଆରେ ପିଲାମାନଙ୍କୁ ପ୍ରବେଶ କରିବା ଲାଗି ଅନୁମତି ମିଳିଥାଏ। କୁହାଯାଏ ପ୍ରତ୍ୟେକ ପିଲାଙ୍କ ଦେହରେ ଭଗବାନ ରହିଥାନ୍ତି। ତେଣୁ ସେମାନଙ୍କ ମନ ସବୁବେଳେ ନିର୍ମଳ ସହ ମନ ହିଂସା ମୁକ୍ତ ହୋଇଥାଏ। ତେଣୁ ସବୁ ଖେଳାଳୀଙ୍କୁ ଏହି ବାର୍ତ୍ତା ଦେବାଲାଗି ମଧ୍ୟ ଜାତୀୟ ସଂଗୀତ ବାଜିବା ବେଳେ ଖେଳାଳୀଙ୍କ ସହ ପିଲାମାନେ ରହିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.