ନବୀନ ନିବାସ ଆଗରେ ଲେଖାଶ୍ରୀ, ସମୀର ଓ ବୁଧାନ ମୁର୍ମୁଙ୍କ ସମେତ ବିଜେପି ଟିମ୍‌ର ଧାରଣା, ଜାଣନ୍ତୁ କାରଣ...

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩|୪: ଟିକେଟ ପାଇଁ କିମ୍ବା ପ୍ରତିଦ୍ବନ୍ଦ୍ବୀଙ୍କ ଟିକେଟ କାଟିବା ଲାଗି ବିଜେଡି କର୍ମୀ ଓ ନେତା ନବୀନ ନିବାସ ଆଗରେ ଧାରଣା ଦେଉଥିଲେ। ସେ ଧାରଣା ସିନା କମିଯାଇଛି। କିନ୍ତୁ ହଠାତ ଆଜି ଦେଖିବାକୁ ମିଳିଥିଲା ବିଜେପି ନେତା ନବୀନ ନିବାସ ଆଗରେ ଧାରଣାରେ ବସିଛନ୍ତି। କଣ ଥିଲା କାରଣ ଆସନ୍ତୁ ଦେଖିବା।  

{"id":99707}

ନବୀନ ନିବାସ ଆଗରେ ବିଜେପିର ଧାରଣା । ଧାରଣାରେ ବସିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ଓ ସମୀର ମହାନ୍ତି । ଫାଟକ ନିକଟରେ ବସିଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦେଖାମିଳିଲାନି । ତେବେ ବିଜେପି କର୍ମୀ ନବୀନ ନିବାସ ଆଗରେ ଧାରଣାରେ ବସିବା ପଛରେ କାରଣ ହେଲା ସାରସକଣା । 

{"id":99708}

ବିଜେପିର ସାରସକଣା ପ୍ରାର୍ଥୀ ବୁଧାନ ମୁର୍ମୁଙ୍କ ସରକାରୀ ଚାକିରୀରୁ ଇସ୍ତଫା ସରକାର ଗ୍ରହଣ ନକରିବାକୁ ନେଇ ସୃଷ୍ଟି ହୋଇଛି ପଲିଟିକାଲ ହାଇଡ୍ରାମା । ୨୦୧୮ରେ ସରକାରୀ ଡାକ୍ତର ପଦବୀରୁ ଇସ୍ତଫା ଦେଇଥିବା ବୁଧାନଙ୍କୁ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି ବିଜେପି ।  ହେଲେ ୬ ମାସ ପରେ ବି ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରୁନାହାନ୍ତି ।

{"id":99710}

ଏହା ପଛରେ ବିଜେଡିର ରାଜନୈତିକ ପେଞ୍ଚ ଥିବା ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ବୁଧାନଙ୍କୁ ସାଙ୍ଗରେ ନେଇ ବିଜେପିର ଟିମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପହଂଛିଥିଲା । ବିଜେପି ଟିମ୍ ସହିତ  ନବୀନଙ୍କ ରାଜନୈତିକ ସଚିବଙ୍କୁ ଭେଟିଛନ୍ତି । ହେଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ସୁଯୋଗ ନ ଦେବାରୁ ସେମାନେ ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ ।

{"id":99709}

ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ କହିଛନ୍ତି ଇସ୍ତଫା ପତ୍ର ଗ୍ରହଣ ଲାଗି ପ୍ରକ୍ରିୟା ଚାଲିଛି । ଏମିତିବି ସ୍ବାସ୍ଥ୍ୟ ମନ୍ତ୍ରୀ ବି ବିଜେପି ଟିମ ସହ ଆଲୋଚନା କରିଛନ୍ତି । ନିର୍ବାଚନରେ ଲଢ଼ିବାକୁ ବୁଧାନ ଇସ୍ତଫା ଦେଇଥିଲେ ବି ତାଙ୍କ ଇସ୍ତଫା ଗ୍ରହଣ ହୋଇପାରୁନି । ସେଥିପାଇଁ ସେ ନୋମିନେସନ ଫାଇଲ କରିପାରୁନାହାଁନ୍ତି ବୋଲି ବିଜେପି କହିଛି । ସେପଟେ ଏହା ସରକାରୀ ପକ୍ରିୟା କହି କୈଣସି ପତିକ୍ରିୟା ରଖିବାକୁ ମନା କରିଛି ବିଜେଡି ।

{"id":99711}

ଚାକିରୀରୁ ଇସ୍ତଫା ଦେଇ ବିଜେଡିରୁ ଅନେକ ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଥିବା ନଳୀନି ପ୍ରଧାନ ଓ ଦଶପଲ୍ଲାରୁ ରମେଶ ବେହେରାଙ୍କ ନାଁରେ ବିଭିନ୍ନ ମାମଲା ଥିଲେ ବି ସରକାର ସେମାନଙ୍କ ଇସ୍ତଫାକୁ କିପରି ରାତା ରାତି ମଞ୍ଜୁର କଲେ ସେନେଇ ଆପତ୍ତି ଉଠାଇଛି ବିଜେପି ।

 ଯେପର୍ଯ୍ୟନ୍ତ ଇସ୍ତଫା ଗୃହୀତ ନ ହୋଇଛି ସେପର୍ଯ୍ୟ ନବୀନ ନିବାସ ଆଗରେ ଧାରଣା ଜାରି ରଖିବେ ବୋଲି ବିଜେପି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.