Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଅନ୍ତରୀକ୍ଷକୁ ଯାତ୍ରା କରିବା ବେଳେ କାହିଁକି ଧଳା ଓ କମଳା ରଙ୍ଗର ପୋଷାକ ପିନ୍ଧନ୍ତି ମହାକାଶଚାରୀ, ଜାଣନ୍ତୁ କାରଣ

6/09/2019 at 6:12 PM

ପ୍ରାୟତଃ ଆମେ ମହାକାଶଚାରୀଙ୍କୁ ଧଳା ଓ କମଳା ରଙ୍ଗର ପୋଷାକରେ ଦେଖିଥାଉ। ଜାଣଛନ୍ତି କି ସେମାନଙ୍କ ପୋଷାକର ରଙ୍ଗ ଏପରି ହେବାର କାରଣ କ’ଣ?  ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ଅନ୍ତରୀକ୍ଷ ପୃଥିବୀ ନୁହେଁ । ଏଣୁ ମହାଅନ୍ଧକାର ଯୋଗୁ ଅନ୍ତରୀକ୍ଷ ଯାତ୍ରୀଙ୍କ ଲାଗି ଶ୍ୱେତ ରଙ୍ଗର ଅନ୍ତରୀକ୍ଷ ପୋଷାକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ। ଧଳା ରଙ୍ଗର ମହାକାଶ ଯାତ୍ରୀଙ୍କ ପୋଷାକକୁ ‘ଏକ୍ସଟ୍ରା ଭିଆଇକୁଲର ଆକ୍ଟିଭିଟି ସୁଟ୍’(ଇଭିଏଏସ୍) କୁହାଯାଏ।

ସେହିପରି ଅନ୍ତରୀକ୍ଷରେ ମହାକାଶଯାତ୍ରୀଙ୍କୁ କମଳା ରଙ୍ଗର ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ଦିଆଯାଏ। ଏହାକୁ ଆଡଭାନ୍ସ କ୍ରୁ ଏସ୍କେପ୍ ସୁଟ୍ (ଏସିଇଏସ୍) କୁହାଯାଏ। ଅରେଞ୍ଜ ସୁଟ୍ କୁ ଏଣ୍ଟ୍ରି ସୁଟ୍ ବୋଲି ମଧ୍ୟ କୁହାଯାଇଥାଏ। ଅନ୍ତରୀକ୍ଷରେ ଅରେଞ୍ଜ ସୁଟ୍ ମଧ୍ୟ ଖୁବ୍ ସହଜରେ ଦେଖି ହୁଏ। ତେବେ ହ୍ୱାଇଟ୍ ସୁଟ୍ ସୂର୍ଯ୍ୟଙ୍କ ପ୍ରଖର କିରଣରୁ ବର୍ତ୍ତିବା ଲାଗି ଅନ୍ତରୀକ୍ଷ ଯାତ୍ରୀ ପିନ୍ଧିଥାନ୍ତି। ମହାକାଶକୁ ଯାତ୍ରା କରିବା ବେଳେ ଅଥବା ପ୍ରତ୍ୟାବର୍ତ୍ତନ କରିବା କାଳରେ ମହାକାଶଚାରୀ ଅରେଞ୍ଜ ସୁଟ୍ ପିନ୍ଧିଥାନ୍ତି। କାରଣ ଟେକ୍ ଅଫ ଓ ଲ୍ୟାଣ୍ଡିଙ୍ଗ ବେଳେ ମହାକାଶ ଯାତ୍ରୀଙ୍କୁ ଦୁର୍ଘଟଣାରୁ ଏହି ସୁଟ୍ ରକ୍ଷା କରିଥାଏ।

ହ୍ୱାଇଟ୍ ସୁଟ୍ ମହାକାଶଚାରୀଙ୍କର ସ୍ପେସ୍ ୱାକ୍ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଯାହା ଅନ୍ୟ ସ୍ପେସ୍ ରେ ମହାକାଶଚାରୀଙ୍କ ସର୍ଭାଇବଲରେ ସହାୟକ ହୋଇଥାଏ। ଏଥିରେ ୱାଟର କୁଲିଂ ବ୍ୟବସ୍ଥା ରହିଛି। ତେବେ ସବୁଠୁ ବଡ କଥା ହେଉଛି ଏହି ସୁଟ୍ ମହାକାଶତାରୀଙ୍କ ଝାଳ ରିସାଇକ୍ଲିଂ କରିଥାଏ। ଏଣୁ ମହାକାଶଚାରୀ ବିଷମ ପରିସ୍ଥିତିରେ ବି ଥଣ୍ଡା ଅନୁଭବ କରିଥାନ୍ତି। ହ୍ୱାଇଟ୍ ସୁଟରେ ଏକ ଡ୍ରିଙ୍କ ବ୍ୟାଗ୍ ବି ଥାଏ। ଏଥିରେ ପାଣି ରହିଥାଏ। ମହାକାଶଚାରୀ ସ୍ପେସ୍ ୱାକ୍ କରିବା ବେଳେ ପାଣି ୬ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା  ରହିଥାଏ। ଯାହାକୁ ସେ ଇଛା କଲେ ପିଇ ପାରନ୍ତି।  

   Related Posts