କାହିଁକି ସେଓକୁ କୁହାଯାଏ ସୁପରଫୁଡ : ଜାଣନ୍ତୁ ଏହାର ୬ଟି କାରଣ

Published By : Prameya-News7 Bureau | March 13, 2020 IST

ଭୁବନେଶ୍ୱର ୧୩/୦୩ : କଥାରେ ଅଛି ଦିନକୁ ଗୋଟିଏ ସେଓ ଖାଇଲେ କୌଣସି ରୋଗ ହୋଇନଥାଏ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିନଥାଏ | ସେଓରେ ଅନେକ ଭିଟାମିନ ରହିଛି ଯାହା ମଣିଷକୁ ସୁସ୍ଥ ରଖିଥାଏ | ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | ଏହାସହ ଶରୀରରୁ ସୁସ୍ଥ ଏବଂ ସଫା ରଖିଥାଏ ଏବଂ ଚର୍ମକୁ ମସୃଣ କରିଥାଏ | ସେଓକୁ ଭିଟାମିନର ଗନ୍ତାଘର ବୋଲି ମଧ୍ୟ କୁହାଯାଇଥାଏ | ଏଥିରେ ବହୁ ମାତ୍ରାରେ ଭିଟାମିନ ସି, ଫ୍ଲାବନଏଡ, ପୋଟାସିୟମ ରହିଛି |

{"id":237671,"sizeSlug":"large"}

ତେବେ ଆପଣ ଯଦି ପ୍ରତିଦିନ ସିଓ ଖାଉଛନ୍ତି ତେବେ ଏହାର ଚୋପା ନ ଛଡାଇ ଖାଆନ୍ତୁ | ସେଓ ଚୋପାରେ ହିଁ ଭିଟାମିନ ରହିଛି | ଅନ୍ୟ ଫଳ ତୁଳନାରେ ସେଓ ଚୋପାରେ ଅଧିକ ଆଣ୍ଟି ଆକ୍ସିଡେଣ୍ଟ ରହିଛି |

{"id":237672,"sizeSlug":"large"}

ଆସନ୍ତୁ ଜାଣିବା ସେଓର ୬ଟି ଗୁଣ ଯେଉଁଥିପାଇଁ ଏହାକୁ ସୁପରଫୁଡର ନାଁ ଦିଆଯାଇଛି |

{"id":237674,"sizeSlug":"large"}

୧. ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ -

ଓଜନ କମାଇବାରେ ସେଓର ମହତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଆପଣ ଜାଣିଛନ୍ତି କି ? ପ୍ରତିଦିନ ସେଓକୁ ଖାଇବା ଦ୍ୱାରା ଓଜନ ବଢ଼ିନଥାଏ | ଖାଇବା ପୂର୍ବରୁ ଗୋଟିଏ ସେଓ ଖାଇଲେ ପେଟ ପୁରିଲା ଭଳି ଅନୁଭବ ହୁଏ ଏବଂ ଅଧିକ ଖାଇବା ଦରକାର ପଡ଼ିନଥାଏ ଯାହାଫଳରେ ଓଜନ ଯେତିକି ରହିବା କଥା ସେତିକି ରହେ |  

{"id":237675,"sizeSlug":"large"}

୨. ଡାଏବିଟିସ ହେବା ଆଶଙ୍କା କମିଯାଇଥାଏ -

ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଟାଇପ -୨ ଡାଏବିଟିସ ହେବା ସମ୍ଭାବନା ନଥାଏ | ସେଓ ଭଳି ବ୍ଲୁ ବେରି, ଅଙ୍ଗୁର ଖାଇବା ଦ୍ୱାରା ମଧ୍ୟ ଟାଇପ -୨ ଡାଏବିଟିସ ହେବାର ସମ୍ଭାବନା କମ ଥାଏ | କିନ୍ତୁ ଫଳ ଜୁସ ପିଇବା ଦ୍ୱାରା ଡାଏବିଟିସ ହେବା ସମ୍ଭାବନା ଅଧିକ ଥାଏ | ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଦ୍ୱାରା ଡାଏବିଟିସ ହେବା ସମ୍ଭାବନା ୨୮ ପ୍ରତିଶତ କମ ଥାଏ |

{"id":237677,"sizeSlug":"large"}

୩. ହୃଦୟର ସବୁଠାରୁ ଭଲ ବନ୍ଧୁ -

ସେଓରେ ଅଧିକ ମାତ୍ରାରେ ଫାଇବର ରହିଛି ଯାହା ରକ୍ତରେ କୋଲେଷ୍ଟ୍ରୋଲ ପରିମାଣକୁ କମ କରିଥାଏ | ପୋଲାଣ୍ଡ ୟୁନିଭର୍ସିଟିର ଏକ ଗବେଷଣାରୁ ଜଣାପଡିଛି ଯେ, ସେଓରେ ଥିବା ଫ୍ଲାବନଏଡ ଯୋଗୁଁ ହୃଦଘାତ କିମ୍ବା ହୃଦୟ ଜନିତ କୌଣସି ରୋଗ ହେବାରେ ରକ୍ଷା କରିଥାଏ | ବୈଜ୍ଞାନିକଙ୍କ କହିବାନୁଯାୟୀ, ଧଳା ଫଳ ଅର୍ଥାତ ସେଓ ଏବଂ ନାସପାତି ହାଇବା ଦ୍ୱାରା ହୃଦଘାତ ସମ୍ଭାବନା କମିଯାଇଥାଏ |

{"id":237679,"width":582,"height":381,"sizeSlug":"large"}

୪. କ୍ୟାନସରରୁ ରକ୍ଷା କରିଥାଏ -

ଆଜିକାଲି ଲୋକଙ୍କ ବ୍ୟସ୍ତ ବହୁଳ ଜୀବନ ହିଁ ଅନେକ ରୋଗର କାରଣ ପାଲଟିଛି | କାମ ବ୍ୟସ୍ତତା ମଧ୍ୟରେ ମଣିଷ ଏପଟୁ ସେପଟୁ ଖାଦ୍ୟ ଖାଇବା ପାଇଁ ବାଧ୍ୟ ହେଇଯାଉଛି | ତେବେ ଠିକ ଖାଦ୍ୟ ଏବଂ ଠିକ ସମୟରେ ଖାଇବା ହିଁ ମଣିଷକୁ ସୁସ୍ଥ ରଖିଥାଏ | ଜର୍ମାନ ରିସର୍ଚ୍ଚ ସେଣ୍ଟରର ଏକ ଷ୍ଟଡିରୁ ଜଣାପଡିଛି ଯେ, ସେଓ ଖାଇବା ଦ୍ୱାରା ଚର୍ମ କର୍କଟ, ସ୍ତନ କର୍କଟ ଏବଂ କୋଲନ କର୍କଟ ସମ୍ଭାବନା କମିଯାଇଥାଏ | ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଦ୍ୱାରା ଫୁସଫୁସ କର୍କଟ ମଧ୍ୟ ହୋଇନଥାଏ |

{"id":237682,"sizeSlug":"large"}

୫. ହାଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ -

ବୈଜ୍ଞାନିକଙ୍କ କହିବାନୁଯାୟୀ, ସେଓରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଏବଂ ଆଣ୍ଟି ଇନ୍ଫ୍ଲମେଟୋରି କମ୍ପାଉଣ୍ଡ ହାଡ ମଜବୁତ ରଖେ |

{"id":237684,"sizeSlug":"large"}

୬. ସୁସ୍ଥ ଚର୍ମ ଗଠନରେ ସହାୟକ ହୋଇଥାଏ -

ସେଓରେ ବହୁ ମାତ୍ରାରେ ଭିଟାମିନ ସି ରହିଛି ଯାହାକି କୋଲାଜେନ ଗଠନ କରିବାରେ ସହାୟକ ହୋଇଥାଏ | ସେଓ ଥିବା କପର ଚର୍ମରେ ଥିବା ମେଲାନୀନ ଉତ୍ପାଦନ କରିଥାଏ ଯାହା ଚର୍ମକୁ ସୂର୍ଯ୍ୟଙ୍କ କିରଣରୁ ରକ୍ଷା କରିଥାଏ | ମେଲାନୀନ ଚର୍ମରେ, ଆଖିରେ ଏବଂ ଚୁଟିରେ ସୁସ୍ଥ ଟିସୁ ଗଠନ କରିବାରେ ସାହାଯ୍ୟ କରିଥାଏ | ପ୍ରଦୂଷଣ ଏବଂ ପ୍ରଖର ସୂର୍ଯ୍ୟ କିରଣ ଯୋଗୁଁ ନଷ୍ଟ ହେଉଯାଉଥିବା ଚର୍ମ ଟିସୁକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.