ନିଜ ଜନ୍ମକଲା ଶାବକଙ୍କୁ କାହଁକି ମାରି ଦିଅନ୍ତି ପଶୁ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | June 17, 2019 IST

ଗୃହପାଳିତ ହୁଅନ୍ତୁ କି ଜଙ୍ଗଲୀ, ପଶୁମାନେ ସେମାନଙ୍କ ଜନ୍ମକଲା ଶାବକଙ୍କୁ ମାରି ଖାଇଦେଉଥିବା ଆମେ ଅନେକବାର ଦେଖିଛେ। ହେଲେ କେବେ ସେମାନଙ୍କ ଏଭଳି ଆଚରଣର କାରଣ ଆମେ ଖୋଜିବାକୁ  ଚେଷ୍ଟା କରିନେ। ହେଲେ ଯଦି କାରଣ ଜାଣିବେ ତେବେ  ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନାହିଁ। ସ୍ତନ୍ୟପାୟୀ ପ୍ରାଣୀଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ଘଟଣା। ପୃଥିବୀରେ ମିଳୁଥିବା ୨୮୯ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଏଭଳି ଆଚରଣ କରନ୍ତି। ପ୍ରାୟତଃ ଶାବକର ଜନ୍ମଦାତ୍ରୀ ହିଁ ଏହି ହତ୍ୟା କରୁଥିବା ବେଳେ କେବେକେବେ ସମୂହର ଅନ୍ୟ ମାଇଜୀବ ଶାବକକୁ ହତ୍ୟା କରୁଥିବା ଦେଖାଯାଇଛି। ତେବେ ପ୍ରାଣୀ ବିଜ୍ଞାନୀମାନେ  ଏ ସନ୍ଦର୍ଭରେ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ।

{"id":124123}

ନିଜ ଶାବକଙ୍କ ସୁନେଲି ଭବିଷ୍ୟ ପାଇଁ ସେମାନେ ପ୍ରାୟତଃ ଏପରି କରିଥାନ୍ତି ବୋଲି ମାନବ ବିଜ୍ଞାନୀ ହାର୍ଡି ତାଙ୍କ ଗବେଷଣାରୁ ରିପୋର୍ଟ ପ୍ରସ୍ତୁତ କରିଥିଲେ। ତେବେ ପରେ ତାହା ବିବାଦୀୟ ହୋଇପଡିଥିବା ବେଳେ ଏପର୍ଯ୍ୟନ୍ତ ନୂଆ ଗବେଷଣା ହୋଇ ନାହିଁ। ତେବେ ଜନ୍ମିତ ଶାବକଙ୍କ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କ ମା ଏଭଳି କରିଥାଏ ବୋଲି ପ୍ରାଣୀବିଜ୍ଞାନୀ କୁହନ୍ତି। ଯଦି ଶାବକଙ୍କ ସଂଖ୍ୟା ଅନୁପାତରେ ପ୍ରଚୁର ଖାଦ୍ୟ ଓ ପାନିୟ ନଥାଏ ତେବେ ଏଭଳି କରେ।

{"id":124124}

ଘରମାନଙ୍କରେ ଦେଖାଯାଉଥିବା ବିଲେଇ, କୁକୁର ଓ ଜଙ୍ଗଲରେ ବାଘମାନେ ସେମାନଙ୍କ ଶାବକଙ୍କୁ ମାରି ଖାଇଦେଇଥାନ୍ତି। ଏଥିରେ ସେମାନେ ଭବିଷ୍ୟତରେ ସେମାନଙ୍କ ପାଇଁ ଉପୁଜିବାକୁ ଥିବା ସମସ୍ୟାଖୁ ମଧ୍ୟ ଗୁରୁତ୍ବ ଦିଅନ୍ତି ବୋଲି ପ୍ରାଣୀବିଦ କହିଛନ୍ତି। ଯେପରି ବାଘୁଣୀ ତାର ସବୁଠାରୁ ସୁସ୍ଥ ଶାବକକୁ ହିଁ ଆଗ ମାରିଦିଏ ଠିକ ସେହିପରି ନୀତିରେ ପ୍ରାଣୀଜଗତ ତିଷ୍ଠିଛି ବୋଲି କହିଛନ୍ତି ବୈଜ୍ଞାନିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.