Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଲାଗି କାହିଁକି ମନୋନୀତ ହେଲେ ଚରଣଜିତ ସିଂ ଚନ୍ନୀ ? ସିଦ୍ଧୁ ବି କହିଲେ ହଁ

19/09/2021 at 7:59 PM

ନୂଆଦିଲ୍ଲୀ ୧୯।୯: କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉପୁଜିଥିବା ସଂକଟ ଦୂର ହୋଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅମରିନ୍ଦରଙ୍କ କ୍ୟାବିନେଟରୁ ପରବର୍ତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିଛନ୍ତି। ଯାହାଙ୍କୁ ପ୍ରଦେଶ କଂଗ୍ରେସ (ପିସିସି) ସଭାପତି ନଭଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ନା କରିପାରିନାହାନ୍ତି।  ଏଭଳି ନିର୍ବିବାଦୀୟ ବ୍ୟକ୍ତି ହେଉଛନ୍ତି ଅମିରିନ୍ଦରଙ୍କ ମନ୍ତ୍ରୀମଣ୍ଡଳର ବୈଷୟିକ ଶିକ୍ଷା ଏବଂ ଔଦ୍ୟୋଗିକ ପ୍ରଶିକ୍ଷଣ ମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ।

ପଞ୍ଜାବରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଅମରିନ୍ଦର ସିଂହଙ୍କ ନେତୃତ୍ୱରେ କଂଗ୍ରେସ ଆଗାମୀ ବିଧାନୟସଭା ନିର୍ବାଚନ ଲଢିବ ବୋଲି ଏଆଇସିସି ପ୍ରଥମରୁ ଘୋଷଣା କରିଆସୁଥିଲା। ତେବେ ଶେଷ ମୂହୁର୍ତ୍ତରେ ଅମରିନ୍ଦର ପଦରୁ ଇସ୍ତଫା ଦେବା ଏଆଇସିସିଙ୍କୁ ଚିନ୍ତାରେ ପକାଇଥିଲା। ଏଥିରେ ପଞ୍ଜାବ କଂଗ୍ରେସ ଦଳର ବିଭିନ୍ନ ନେତାଙ୍କ ନାମ ଏଆଇସିସିଙ୍କୁ ସୁପାରିଶ କରିଲାଗିଥିବା ବେଳେ ଦଳ ଯାହାଙ୍କ ଉପରେ ଭରସା କରୁଥିଲା ସେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇନଥିଲେ। ଏଥିରେ ବିସ୍ତୃତ ସମୀକ୍ଷା ପରେ ଚନ୍ନୀଙ୍କୁ ଏହି ପଦବୀ ଲାଗି ମନୋନୀତ କରିଥିବା ବେଳେ ତାଙ୍କ ନାମକୁ ସମସ୍ତଙ୍କ ସମର୍ଥନ ମିଳିଛି।

ପଞ୍ଜାବ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନ ଏବେ ଚନ୍ନୀଙ୍କ ନେତୃତ୍ୱରେ ଲଢିବାକୁ ଯାଉଥିବା ବେଳେ ରାଜ୍ୟ ରାଜନୀତି ଲାଗି ରଣନୈତିକ ବୋଲି ଏବେ ବିଚାର କରାଯାଉଛି।  ଚନ୍ନୀ ଶିଖ ରାମଦସିଆ ସମୂଦାୟକୁ ପ୍ରତିନିଧିତ୍ୱ କରନ୍ତି। ଫଳରେ ପ୍ରଥମ ଥର ରାଜ୍ୟକୁ ଜଣେ ଦଳିତ ଶିଖଙ୍କନେତୃତ୍ୱ  ମିଳିଛି। ଏଣୁ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ଏହାର ପ୍ରଭାବ ନିଶ୍ଚିତ ରହିବ ବୋଲି ଏବେ ଆକଳନ କରାଯାଉଛି।

ଦ୍ୱିତୀୟ କଥା ହେଉଛି ନଭଜ୍ୟୋତ ସିଦ୍ଧୁ ଦଳକୁ ପ୍ରତ୍ୟାବର୍ତ୍ତନ ପରଠାରୁ ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ବିସ୍ଫୋରକ ରୂପ ନେଇଥିଲା। ସିଦ୍ଧୁ ପିସିସି ସଭାପତି ନିଯୁକ୍ତ ହେବା ପରେ ଅନ୍ତର୍ଦ୍ୱନ୍ଦ୍ୱ ପ୍ରସମିତ ହେବା ବଦଳେ ଦାଣ୍ଡରେ ପଡି ହାଟରେ ଗଡଗଡାଇଥିଲା। ଫଳରେ ଅମରିନ୍ଦର ପଦରୁ ଇସ୍ତଫା ଦେଇଦେବା ସୁବିଧାଜନକ ଭାବିଲେ। ଏଣୁ ରାଜ୍ୟ କଂଗ୍ରେସରେ ସିଦ୍ଧୁଙ୍କ ସହ ତାଳମେଳ ରଖି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଦଳକୁ ଚଳାଇ ନେବା ଏଆଇସିସିଙ୍କ ଲାଗି ଚାଲେଞ୍ଜ ପାଲଟିଥିଲା।

ଅମରିନ୍ଦରଙ୍କ ଇସ୍ତଫା ପରେ ସୁନୀଲ ଝାକଡଙ୍କୁ ପରବର୍ତ୍ତି ଦାବିଦାର ବୁଝା ଯାଉଥିଲା। ତେବେ ସେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ନ ହେବାରୁ ଏଆଇସିସି ଅମ୍ବିକା ସୋନୀଙ୍କ ଉପରେ ନିର୍ଭର କରିଥିଲେ। ହେଲେ ସେ ମଧ୍ୟ ରାଜି ହେଲେନି। ଏଣୁ ପଞ୍ଜାବ କଂଗ୍ରେସ ସୁଖଜିନ୍ଦର ରନ୍ଧାବାଙ୍କ ନାମ ସୁପାରିଶ କରିଥିବା ବେଳେ ସିଦ୍ଧୁ ମନେମନେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ବି ଦେଖିବାରେ ଲାଗିଥିଲେ। ଏଥିରେ  ଅମ୍ବିକା ସୋନୀଙ୍କ ତର୍କ ଦଳକୁ ନୂଆ ମାର୍ଗ ଦେଖାଇଥିଲା।

ସୋନୀ ମୁଖ୍ୟମନ୍ତ୍ରୀ ହେବା ଲାଗି ଏଆଇସିସିଙ୍କ ପ୍ରସ୍ତାବରେ ସହମତ ହୋଇ ନଥିଲେ ହେଲେ ଏଥିପାଇଁ ଯେଉଁ ତର୍କ ରଖିଥିଲେ ତାହା ହେଉଛି ପଞ୍ଜାବ କେବେବି ଅଣ ଶିଖ୍ ମୁଖ୍ୟମନ୍ତ୍ରୀ ଦେଖି ନାହିଁ କି ଦଳିତ ସମ୍ପ୍ରଦାୟର କେହି ଶିଖ ଏପର୍ଯ୍ୟନ୍ତ ଏହି ପଦବୀ ଯାଏଁ ପହଞ୍ଚି ପାରି ନାହାନ୍ତି। ବାହାରୁ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଦେବା ନିର୍ବାଚନରେ ଦଳକୁ ପ୍ରଭାବିତ କରିବ ବୋଲି କହିଥିଲେ ସୋନୀ ଏଣୁ ପ୍ରସ୍ତାବକୁ ଟାଳିଥିଲେ। ତେବେ ଦଳରେ ଜଣେ ଦକ୍ଷ ତଥା ଟାଣୁଆ ଦଲିତ ନେତାଙ୍କ ମୁହଁ ଖୋଜିବାକୁ ଏଆଇସିସି ବାଧ୍ୟ ହୋଇଥିଲେ।

ଚରଣଜିତ ସିଂ ଚନ୍ନୀ ହିଁ ଏପରି ବ୍ୟକ୍ତିତ୍ୱ ଯିଏ ରାଜ୍ୟ କଂଗ୍ରେସର ନେତୃତ୍ୱ ନେଇପାରିବା ସହ ରାଜ୍ୟରେ ଅନ୍ୟ ରାଜନୈତିକ ଦଳଙ୍କ ନିର୍ବାଚନୀ ରଣନୀତିକୁ ପ୍ରଭାବିତ କରିପାରିବେ। ପ୍ରଭାବଶାଳୀ ଶୈକ୍ଷିକ ଯୋଗ୍ୟତା ସାଙ୍ଗକୁ ଦୀର୍ଘ ରାଜନୈତିକ ଅଭିଜ୍ଞତା ଏ କ୍ଷେତ୍ରରେ ତାଙ୍କୁ ବେଶ ସହାୟକ ହେବ। ଜଣେ ଆଇନ ସ୍ନାତକ ସାଙ୍ଗକୁ ଚନ୍ନୀ ଏମବିଏ ଡିଗ୍ରି ମଧ୍ୟ ହାସଲ କରିଛନ୍ତି।

ଲଗାତାର ୩ ଥର ବିଧାୟକ ନିର୍ବାଚିତ ଚନ୍ନୀ ରାଜ୍ୟ ସରକାରରେ ବୈଷୟିକ ଶିକ୍ଷା ଏବଂ ଔଦ୍ୟୋଗିକ ପ୍ରଶିକ୍ଷଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ  ମଧ୍ୟ ଥିଲେ। ଏଣୁ ଦଳ ଆଗାମୀ ନିର୍ବାଚନ ବୈତରଣୀକୁ ଚନ୍ନୀଙ୍କ ସହାରାରେ ଏବେ ପାର କରିପାରିବ ବୋଲି ଆଶାବାନ୍ଧିଛି। ଯାହା ରାଜ୍ୟରେ ପ୍ରଭାବ ବିସ୍ତାର କରୁଥିବା ଆମଆଦମୀ ପାର୍ଟି ଓ ବିଜେପି ମେଣ୍ଟର ଉପଯୁକ୍ତ ଜବାବ ହୋଇପାରିବ ବୋଲି କୁହାଯାଉଛି।  

   Related Posts