Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

୨୧ ଜୁନ ସୂର୍ଯ୍ୟପରାଗ ଜାଣନ୍ତୁ ଖାସ୍ କାହିଁକି ?

15/06/2020 at 2:51 PM

ନୂଆଦିଲ୍ଲୀ ୧୫।୬:  ଜୁନ ୨୧ ତାରିଖ ରବିବାର ସଂଘଟିତ ହେବାକୁ ଯାଉଛି ବିରଳ ମହାଜାଗତିକ ଘଟଣା। ଅନ୍ତରୀକ୍ଷରେ ଦେଖାଯିବ ଦୁର୍ଲଭ ସୂର୍ଯ୍ୟପରାଗ। ଏହା ଏକ ବଳୟାକୃତି ସୂର୍ଯ୍ୟପରାଗ ହେବାକୁ ଥିବା ବେଳେ ଦୀର୍ଘ ବର୍ଷପରେ ଲୋକେ ପରାଗରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଯୋଗୁ ସୃଷ୍ଟି ହେବାକୁ ଥିବା ‘ଡାଇମଣ୍ଡ ରିଙ୍ଗ’  ଦୃଶ୍ୟ ଦେଖିବାକୁ ପାଇବେ। ଏହି ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ପ୍ରାୟ ୯୯ ପ୍ରତିଶତ ପର୍ଯ୍ୟନ୍ତ ଢାଙ୍କିବେ ବୋଲି ଜଣାପଡିଛି। ଏହା ପୂର୍ବରୁ ୨୬ ଡିସେମ୍ବର ୨୦୧୯ରେ ଏକ ସୂର୍ଯ୍ୟପରାଗ ସଂଘଟିତ ହୋଇଥିଲା।

୨୧ ଜୁନର ଏହି ସୂର୍ଯ୍ୟ ପରାଗ ଭାରତ ସମେତ ପାକିସ୍ତାନ,ଚୀନ, କେନ୍ଦ୍ରୀୟ ଆଫ୍ରିକୀୟ ଦେଶ, କଙ୍ଗୋ, ଇଥୋପିଆ,ଉତ୍ତର ଅଷ୍ଟ୍ରେଲିଆ, ହୀନ୍ଦ ମହାସାଗର ସମେତ ୟୁରୋପର ବିଭିନ୍ନ ଦେଶରେ ଦେଖାଯିବ। ସୂର୍ଯ୍ୟ ପରାଗ ଭାରତୀୟ ସମୟ ପୂର୍ବାହ୍ନ ୯ଟା ୧୫ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ୪ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଏହା ଏକ ଦୀର୍ଘାବଧି ସୂର୍ଯ୍ୟପରାଗ ଯାହା ୫ଘଣ୍ଟା ୪୮ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ।  ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ଏହି ସୂର୍ଯ୍ୟ ପରାଗର ଲାଇଭ ପ୍ରସାରଣ କରିବେ ବୋଲି ତାଙ୍କ ୱେବ୍‌ ସାଇଟ୍‌ରେ ଘୋଷଣା କରିଛନ୍ତି।

ତେବେ ସୂର୍ଯ୍ୟପରାଗ ଭାରତରେ ପୂର୍ବାହ୍ନ ୯ଟା ୫୬ ମିନିଟ୍‌ରୁ ଦୃଶ୍ୟମାନ ହେବ। ଏଣୁ ୧୨ ଘଣ୍ଟା ପୂର୍ବରୁ ସୂତକକାଳ ଲାଗୁ ହେଉଥିବା ହିନ୍ଦୁପଞ୍ଜିକା ଗଣନା କରିଛନ୍ତି। ପରାଗ ଓ ଗ୍ରହଣ କାଳରେ ହିନ୍ଦୁ ମାନ୍ୟତା ଅନୁସାରେ ରୋଷେଇ, ପୂଜା ଆଦି ବନ୍ଦ ରହିଥାଏ। ଭାରତରେ ଗ୍ରହଣର ମଧ୍ୟ ୧୧ଟା ୩୦ମିନିଟ୍‌ରେ ହେଉଥିବା ବେଳେ ସର୍ବ ମୋକ୍ଷ ଗୋଟାଏ ବାଜି ୨୦ ମନିଟ୍‌ରେ ହେବ। ଏଣୁ ପରାଗ ସର୍ବ ମୋକ୍ଷ ପରେ ସ୍ନାନ ପୂର୍ବକ ପୂଜାଦି କାର୍ଯ୍ୟ ସମ୍ଭବ ବୋଲି କୁହାଯାଇଛି।

   Related Posts