ବର୍ଷ ୨୦୨୦ ବିଦାୟ ନେଇସାରିଛି ! ସାରା ବିଶ୍ୱ ଜାନୁୟାରୀ ୧ତାରିଖରେ ନବବର୍ଷ ଉତ୍ସବ ପାଳନରେ ଏବେ ମସଗୁଲ। ତେବେ ବର୍ଷର ୧୨ ମାସ ଅନ୍ୟ କୌଣସି ମାସର ୧ ତାରିଖକୁ ବି ନୂଆ ବର୍ଷ ପାଳନ କରାଯାଇ ପାରନ୍ତା, ହେଲେ ୧ ଜାନୁୟାରୀକୁ କାହିଁକି ବିଶ୍ୱବାସୀ ନୂଆବର୍ଷ ଭାବେ ପାଳନ କରୁଛନ୍ତି ଆସନ୍ତୁ ଜାଣିବା।
{"id":385408,"sizeSlug":"large","linkDestination":"none"}ରୋମାନ କ୍ୟାଲେଣ୍ଡରରେ ଜାନୁୟାରୀ ବର୍ଷର ପ୍ରଥମ ମାସ
ରୋମ ବାସୀ ଜାନୁୟାରୀକୁ ବର୍ଷର ପ୍ରଥମ ମାସ ଭାବେ ପାଳନ କରନ୍ତି। ରୋମ ସମ୍ରାଟ ଜୁଲିୟସ ସିଜର ୨ ହଜାର ବର୍ଷ ପୂର୍ବେ ଏହି କ୍ୟାଲେଣ୍ଡରର ପ୍ରଚଳନ କରିଥିଲେ। ତେବେ କ୍ୟାଲେଣ୍ଡର ଲାଗି ଶ୍ରେୟ କେବଳ ରୋମ ସମ୍ରାଟ ଜୁଲିୟସ ସିଜରଙ୍କୁ ଦେଇ ହେବନି। ଏହା ପୂର୍ବରୁ ମଧ୍ୟ କ୍ୟାଲେଣ୍ଡରର ପ୍ରାଚୀନ ଇତିହାସ ରହିଛି। ଆସନ୍ତୁ ଜାଣିବା କ୍ୟାଲେଣ୍ଡରର ଇତିହାସ।
ଜୁଲିୟସ ସିଜରଙ୍କ ପୂର୍ବରୁ ରୋମର ସମ୍ରାଟ ନୁମା ପେମ୍ପୁଲୁସ ପ୍ରଥମେ କ୍ୟାଲେଣ୍ଡରର ପ୍ରଚଳନ କରିଥିଲେ। ତେବେ ପେମ୍ପିଲୁସଙ୍କ କ୍ୟାଲେଣ୍ଡରର ମାସ ସଂଖ୍ୟା ୧୦ ଥିଲା। ଏଥିରେ ଗୋଟିଏ ବର୍ଷ ୩୧୦ରେ ପୁରଣ ହେଉଥିଲା। ସେତେବେଳେ ସପ୍ତାହ ୮ ଦିନିଆ ଥିଲା। ପେମ୍ପିଲୁସ୍ ହିଁ ଜାନୁୟାରୀକୁ ବର୍ଷର ପ୍ରଥମ ମାସ ଘୋଷଣା କରିଥିଲେ।
{"id":385412,"width":577,"height":433,"sizeSlug":"large","linkDestination":"none"}ଜାନୁୟାରୀ ରୋମାନ ଦେବତା ଜେନସଙ୍କ ନାମାନୁସାରେ ହୋଇଛି। ଜେନସଙ୍କ ଦୁଇଟି ମୁହଁ, ଗୋଟିଏ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ମୁହଁଟି ଅନ୍ତ ବୋଲି କୁହାଯାଏ। ଏଣୁ ତାଙ୍କରିଠାରୁ ବର୍ଷର ପ୍ରଥମ ମାସ ଗଣନା ଆରମ୍ଭ ହୋଇଥିଲା। ତେବେ ଖ୍ରୀଷ୍ଟପୂର୍ବ ୪୬ରେ ରୋମ ସମ୍ରାଟ ଜୁଲିୟସ ସିଜର ନୂଆ ଗଣନା ଆଧାରରେ ନୂଆ କ୍ୟାଲେଣ୍ଡର ଜାରି କରିଥିଲେ। ଏହି କ୍ୟାଲେଣ୍ଡରରେ ମାସ ସଂଖ୍ୟା ୧୨ଥିଲା। ଜୁଲିୟସ ସିଜର ଯେଉଁ ଗଣନା କରାଇଥିଲେ ଏଥିରେ ପୃଥିବୀର ସୂର୍ଯ୍ୟଙ୍କୁ ପରିକ୍ରମଣର ସମୟ ୩୬୫ ଦିନ ୬ ଘଣ୍ଟା ପ୍ରଥମ ଥର ଆକଳନ କରାଯାଇଥିଲା। ଏଣୁ ଜୁଲିୟ ସିଜର ୩୧୦ ଦିନର ବର୍ଷକୁ ବଢାଇ ୩୬୫ଦିନ କରିବା ସହ କ୍ୟାଲେଣ୍ଡରରେ ୧୨ଟି ମାସ ରଖିଥିଲେ।
{"id":385420,"width":578,"height":410,"sizeSlug":"large","linkDestination":"none"}ସେହି ଅନୁସାରେ ଖ୍ରୀଷ୍ଟପୂର୍ବ ୪୫ର ପ୍ରାରମ୍ଭ ୧ ଜାନୁୟାରୀରେ ହୋଇଥିଲା। ନୂଆ କ୍ୟାଲେଣ୍ଡର ପ୍ରଚଳନର ବର୍ଷକ ପରେ ଅର୍ଥାତ ଖ୍ରୀଷ୍ଟପୂର୍ବ ୪୪ରେ ଜୁଲିୟସ ସିଜରଙ୍କ ହତ୍ୟା କରିଦିଆଯାଇଥିଲା। ଏଣୁ ତାଙ୍କ ସମ୍ମାନରେ ବର୍ଷର ସପ୍ତମ ମାସକୁ ତାଙ୍କ ନାମାନୁସାରେ ଜୁଲାଇ ରଖାଯାଇଥିଲା। ଏହା ପୂର୍ବରୁ ଜୁଲାଇମାସର ନାମ କ୍ୱିଣ୍ଟିଲିସ୍ ଥିଲା। ସେ ସମୟରେ ରୋମ ସାମ୍ରାଜ୍ୟ ଯେଉଁ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ସେ ପର୍ଯ୍ୟନ୍ତ ଏହି କ୍ୟାଲେଣ୍ଡର ପ୍ରଚଳିତ ରହିବା ସହ ଏହାର ନାମ ଜୁଲିୟନ କ୍ୟାଲଣ୍ଡର ଭାବେ ପ୍ରଶିଦ୍ଧି ଥିଲା।
{"id":385423,"width":578,"height":321,"sizeSlug":"large","linkDestination":"none"}ତ୍ରୁଟିପୂର୍ଣ୍ଣ ଥିଲା ଜୁଲିୟନ କ୍ୟାଲେଣ୍ଡର
ପ୍ରଥମ ଗଣନା ଅନୁସାରେ ବର୍ଷକ ୩୬୫ ଦିନ ୬ ଘଣ୍ଟା ଧାର୍ଯ୍ୟ ହୋଇଥିଲା। ତେବେ ପରେ ଏହା ୩୬୫ ଦିନ ୫ଘଣ୍ଟା ୪୮ ମିନିଟ୍ ଓ ୪୬ ସେକେଣ୍ଡ ବୋଲି ଜଣାପଡିଥିଲା। ଫଳରେ ୪୦୦ ବର୍ଷରେ ୩ ଦିନ ଅଭାବ ହେଉଥିଲା। ଫଳରେ ଷୋଡଶ ଶତାବ୍ଦୀ ଆସିବା ବେଳେକୁ କ୍ୟାଲେଣ୍ଡର ୧୦ ଦିନ ପଛେଇ ସାରିଥିଲା। ଏଣୁ ୧୫୮୦ ଦଶକରେ ରୋମାନ ଚର୍ଚ୍ଚର ଫାଦର ଗ୍ରେଗୋରୀ (ତ୍ରୟୋଦଶ) ନୂଆ କ୍ୟାଲେଣ୍ଡର ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୦ ଦିନକୁ ସମାଧାନ କରିବା ଲାଗି କ୍ୟାଲେଣ୍ଡରରେ ୧୦ ଦିନ ଯୋଡି ଦେଇଥିଲେ। ହେଲେବି କ୍ୟାଲେଣ୍ଡର ସଠିକ ହୋଇ ନଥିଲା।
ଭାରତରେ ଅଲଗା ଅଲଗା ରାଜ୍ୟରେ ପାଳିତ ହୁଏତ ପୃଥକ ନବବର୍ଷ
ତେବେ ଅଙ୍କ ଗଣିତରେ ଭାରତ ବିଶ୍ୱରେ ଅଗ୍ରଣୀ ମହାଦେଶ ଥିଲା। ଏଣୁ ରୋମାନ, ଗ୍ରେଗୋରିଆନ ଆଦି କ୍ୟାଲେଣ୍ଡର ଠାରୁ ଭାରତୀୟଙ୍କ କ୍ୟାଲେଣ୍ଡର ଉନ୍ନତ ଓ ଭିନ୍ନ ଥିଲା। ବିଭିନ୍ନ ପ୍ରଦେଶର ଲୋକେ ଭିନ୍ନ ଭିନ୍ନ ଦିନରେ ବର୍ଷ ଆରମ୍ଭ କରୁଥିଲେ। ଯାହା ଆଜିବି ଦେଶରେ ପ୍ରଚଳିତ। ତେବେ ଚୈତ୍ର ୧ ଦିନକୁ ଭାରତରେ ସର୍ବମାନ୍ୟ ନବବର୍ଷ ପାଳନ କରାଯାଏ।