Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଯଦି ବିରାଟ କବାଡି ଟିମ୍ କରନ୍ତି ଜାଣନ୍ତୁ କେଉଁମାନେ ହେବେ ପ୍ଲେଇଂ ସେଭେନ, ଏଥିରେ ନାହାନ୍ତି ରୋହିତ ଶର୍ମା

29/07/2019 at 9:52 PM

ଏବେ ସବୁଆଡେ ପ୍ରୋ-କବାଡି ଝୁଙ୍କ। ଏଥିରୁ ବାଦ ନାହାନ୍ତି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି। ଏବେ କୋହଲି ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଏଣୁ ପ୍ରୋ- କବାଡି ମ୍ୟାଚ୍ କୁ ବି ଯାଇଥିଲେ। ମ୍ୟାଚ୍ ଉଦଘାଟନ ଉତ୍ସବରେ ଯୋଗ ଦେବା ସହ ସବୁଜ ପତାକା ମଧ୍ୟ ଦେଖାଇଥିଲେ। ତେବେ କବାଡିକୁ ନେଇ ଉତ୍ସାହିତ କୋହଲି ନିଜ କବାଡି ଟିମର ଏକ ସୁନ୍ଦର ପରିକଳ୍ପା କରିଛନ୍ତି। ଯଦି ତାଙ୍କୁ କବାଡି ଟିମ୍ କରିବାକୁ ହୁଏ ତେବେ ତାଙ୍କ ଟିମରେ କେଉଁମାନେ ପ୍ଲେଇଂ ସେଭେନ ରହିବେ ତାର କ୍ରମ ମଧ୍ୟ କରି ରଖିଛନ୍ତି।

ବିରାଟଙ୍କ ଅନୁସାରେ କବାଡି ତାକତଥିବା ଲୋକଙ୍କ ଖେଳ। ଏଣୁ ସେ ତାଙ୍କ ଟିମରେ ପ୍ରଥମେ ମହେନ୍ଦ୍ର ସିଂ ଧୋନୀ ଓ ରବିନ୍ଦ୍ର ଜାଡେଜାଙ୍କୁ ନେବେ। ସେମାନେ ଖୁବ୍ ବଳବାନ ବୋଲି ବିରାଟଙ୍କ ବିଶ୍ୱାସ।  ସେହିଭଳି ଉମେଶ ଯାଦବ, ବୁମରାହଙ୍କୁ ବି ରଖିବେ। କାରଣ ଉମେଶ ଯାଦବ ଖୁବ୍ ମଜବୁତ ହୋଇଥିବା ବେଳେ ବୁମରାହଙ୍କ ଟୁ-ଟଚ୍ ବେଶ ଭଲ। ଏମାନଙ୍କ ବ୍ୟତୀତ ବିରାଟ କବାଡି ଟିମରେ ଋଷଭ ପନ୍ଥଙ୍କୁ ମଧ୍ୟ କୋହଲି ତାଙ୍କ କବାଡି ଟିମରେ ଖେଳାଇବେ ବୋଲି କହିଛନ୍ତି। 

ହେଲେ ସେ ନିଜେ କିନ୍ତୁ ଟିମ୍ ବାହାରେ ରହିଛନ୍ତି। କେବଳ ନିଜକୁ ନୁହେଁ ରୋହିତ ଶର୍ମାଙ୍କୁ ବି। ତାଙ୍କ କହିବା ଅନୁସାରେ କବାଡି ଟିମରେ ମଜଭୁତ ଓ ତାକତ ଥିବା ଲୋକେ ରହନ୍ତି। ଟିମରେ ରୋହିତ ଓ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ବେଶ୍ ମଜବୁତ ଓ ଶକ୍ତିବାନ। ବିରାଟଙ୍କ ଅନୁସାରେ ରାହୁଲ ଚୌଧୁରୀ ତାଙ୍କର ପ୍ରୀୟ କବାଡି ଖେଳାଳି। କବାଡି ପାଇଁ ତାଙ୍କର ବ୍ୟକ୍ତିତ୍ୱ ରହିଛି। ରାହୁଲଙ୍କ ଆତ୍ମ ବିଶ୍ୱାସ ହିଁ ତାଙ୍କୁ ଟପ ଖେଳାଳି ମାନ୍ୟତା ପ୍ରଦାନ କରେ ବୋଲି କହିଛନ୍ତି ବିରାଟ।

   Related Posts