Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସିରିଆରେ ଆଇଏସଆଇଏସ୍ ସହ ସଂଘର୍ଷ କରୁଥିବା କୁର୍ଦ୍ଦ କିଏ ? ଜାଣନ୍ତୁ କାହିଁକି ସେମାନଙ୍କ ଉପରେ ବୋମାମାଡ କରୁଛି ତୁର୍କ

11/10/2019 at 6:55 PM

ଯୁଦ୍ଧ ବିଧ୍ୱଂସ୍ତ ସିରିଆ ଉପରେ ବୁଧବାର ତୁର୍କି ବିମାନମାନେ ବୋମା ବର୍ଷା କରିଥିଲେ। ଏହି ଯୁଦ୍ଧ ବିମାନମାନେ କୁର୍ଦ୍ଦ ସୈନ୍ୟ ଠିକଣାକୁ ଲକ୍ଷ କରି ବୋମାମାଡ କରିବା ଯୋଗୁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସିରିଆ ଡେମୋକ୍ରାଟିକ ଫୋର୍ସ ଦାବି କରିଛି। ଘଟଣାକୁ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶ ନିନ୍ଦା କରିଥିବା ବେଳେ ତୁର୍କିର ଏଭଳି କାର୍ଯ୍ୟ ସିରିଆର ସାର୍ବଭୌମତ୍ୱକୁ ଉଲ୍ଲଂଘନ ଓ ସ୍ଥାନୀୟ ସ୍ଥିରତା ପ୍ରତି ଆହ୍ୱାନ ବୋଲି ଭାରତ କହିଛି। ତେବେ ଆସନ୍ତୁ ଜାଣିବା କୁର୍ଦ୍ଦମାନେ କିଏ ଓ ତୁର୍କ କାହିଁକି ସେମାନଙ୍କୁ ଶତ୍ରୁ ଭାବୁଛି।

ସିରିଆରୁ ଆମେରିକା ସେନା ହଟିବା ପରେ କୁର୍ଦ୍ଦମାନେ ଭୂ ଭାଗରେ ଆଇଏସ ଆତଙ୍କବାଦୀଙ୍କ ମୁକାବିଲା କରୁଛନ୍ତି। ତେବେ ପଡୋଶୀ ତୁର୍କି ସେମାନଙ୍କ ଉପରେ ବିମାନ ଆକ୍ରମଣ କରି ବିଶ୍ୱ ସମ୍ମୁଖରେ କୁର୍ଦ୍ଦ ସମସ୍ୟାକୁ ପୁଣି ଥରେ ଉଜାଗର କରିଛି। ମଧ୍ୟପ୍ରାଚ୍ୟରେ କୁର୍ଦ୍ଦ ସବୁଠୁ ବଡ ଜାତୀୟ ସମୂହ। ହେଲେବି ଏମାନଙ୍କର କୌଣସି ପୃଥକ ଦେଶ ନାହିଁ। ଏଣୁ ତୁର୍କିରେ କୁର୍ଦ୍ଦମାନେ ନିଜର ସ୍ୱାୟତତା ଲାଗି ସଂଘର୍ଷ କରୁଥିବା ବେଳେ ଯୁଦ୍ଧ ବିଧ୍ୱଂସ୍ତ ସିରିଆର ସହାୟତା ଲାଗି ଆଇଏସଆଇଏସ ବିରୋଧରେ ସଂଘର୍ଷ ଚଳାଇଛନ୍ତି।

ବିଂଶ ଶତାବ୍ଦୀ ଆଦ୍ୟ ଭାଗରେ କୁର୍ଦ୍ଦମାନେ ସେମାନଙ୍କ ଲାଗି ପୃଥକ ଦେଶର ଦାବି ଉଠାଇଥିଲେ। ଅଟୋମନ ସାମ୍ରାଜ୍ୟର ପତନ ଓ ପ୍ରଥମ ବିଶ୍ୱଯୁଦ୍ଧରେ  ବିଜେତା ୱେଷ୍ଟର୍ଣ୍ଣ ଆଲିଆନ୍ସ ୧୯୨୦ରେ କରିଥିବା ସେବରସ ସନ୍ଧିରେ କୁର୍ଦ୍ଦଙ୍କ ଲାଗି ଏକ ପୃଥକ ଦେଶର ବ୍ୟବସ୍ଥା ରଖିଥିଲେ। ତେବେ ୧୯୨୩ ମସିହାରେ ତୁର୍କିର ମହାନ ନେତା କମାଲ ପାଶା ଏହି ସନ୍ଧିକୁ ସମାପ୍ତ କରିଦେଇଥିଲେ। ଏଣୁ ତୁର୍କିରେ ଉପୁଜିଥିବା କୁର୍ଦ୍ଦ ଆନ୍ଦୋଳନକୁ ସରକାର ସେନା ଲଗାଇ ଚାପି ଦେଇଥିଲେ।

ଏବେ ମାଧ୍ୟପ୍ରାଚ୍ୟରେ କୁର୍ଦ୍ଦ ଜନ ସଂଖ୍ୟା ୩ କୋଟିରୁ ବି ଅଧିକ। ଏମାନେ ମୁଖ୍ୟତଃ ସୁନ୍ନି ଇସ୍ଲାମପନ୍ଥୀ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରେ ପୃଥକ ଧର୍ମ ଓ ମାନ୍ୟତା ସ୍ୱୀକାର କରିଥିବା ଲୋକେ ବି ଅଛନ୍ତି। ସେମାନଙ୍କ ଲୋକ ସଂସ୍କୃତି ସେମାନଙ୍କୁ ଏକ କରି ରଖିଛି। ୨୦୧୩ରେ ଇସ୍ଲାମିକ୍ ଷ୍ଟେଟ୍ ସୃଷ୍ଟି ହେବା ସହ କୁର୍ଦ୍ଦଙ୍କୁ ପ୍ରଥମେ ଟାର୍ଗେଟ୍ କରିଥିଲା। ଫଳରେ ଅନେକ କୁର୍ଦ୍ଦଙ୍କ ମୃତ୍ୟୁ ହେବା କୁର୍ଦ୍ଦ ପିପୁଲ ପ୍ରୋଟେକ୍ସନ ୟୁନିଟ୍ ଗଠନର ରାସ୍ତା ଖୋଲିଥିଲା। ଏହି ୟୁନିଟ୍ ମାନେ ପୃଥକପୃଥକ ଭାବେ ଆଇଏସଆଇଏସ ଆତଙ୍କବାଦୀଙ୍କ ମୁକାବିଲା କରିବା ଆରମ୍ଭ କରିଦେଇଥିଲେ। କୁର୍ଦ୍ଦମାନଙ୍କ ଦୁଃଶାହାସ ସମ୍ପର୍କରେ ସମଗ୍ର ବିଶ୍ୱ ଜାଣେ। ଆଇଏସ ମୁକାବିଲା ଲାଗି ଇରାକରେ କୁର୍ଦ୍ଦମାନେ ପେସମର୍ଗା ନାମରେ ସଶସ୍ତ୍ର ସଙ୍ଗଠନ ଗଠନ କରିଥିଲେ। ଯେତେବେଳେ ଆଇଏସ୍ ମୌସୁଲ ଉପରେ ଆକ୍ରମଣ କଲା ସେତେବେଳେ ଇରାକ ସେନା ଛତ୍ରଭଙ୍ଗ ଦେଇଥିଲେ।

ଏଣୁ ଇରାକ୍ ସରକାର ପେସମର୍ଗାଙ୍କ ସମର୍ଥନ ନେବାକୁ ବାଧ୍ୟ ହୋଇଥିଲେ।  ସରକାରୀ ସମର୍ଥନ ମିଳିବା ପରେ ପେସମର୍ଗା ଆଇଏସ ଉପରେ ଭୟାନକ ଆକ୍ରମଣ କରିଥିଲେ। ଫଳରେ ଆଇଏସ ଇରାକ୍ ଛାଡିବାକୁ ବାଧ୍ୟ ହୋଇଥିଲା। ତେବେ ତୁର୍କି ଜନସଂଖ୍ୟାର ୧୫ରୁ ୨୦ ପ୍ରତିଶତ କୁର୍ଦ୍ଦ ହୋଇଥିଲେ ହେଁ ସରକାର ସେମାନଙ୍କୁ ସମାନ ନାଗିରକ ସୁବିଧା ପ୍ରଦାନ କରୁନାହାନ୍ତି। ଏପରିକି ତୁର୍କିରେ ସେମାନଙ୍କୁ ସରକାର ନିଜ ମାତୃଭାଷାରେ କଥା ହେବା ଲାଗି କଟକଣା ଜାରି କରିଥିବା ବେଳେ ପ୍ରଥା ଓ ପରମ୍ପରା ପାଳନ ଲାଗି ମଧ୍ୟ ଅନୁମତି ଦେଉ ନାହାନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ପାହାଡୀ ତୁର୍କି ବୋଲି କହୁଛନ୍ତି।

୧୯୭୮ ମସିହାରେ କୁର୍ଦ୍ଦ ନେତା ଅବଦୁଲ୍ଲା ଓଜଲାନ କୁର୍ଦିସ୍ତାନ ୱାର୍କର୍ସ ପାର୍ଟି (ପିକେକେ) ନାମରେ ସଙ୍ଗଠନ ଗଠନ କରିଥିଲେ। ତୁର୍କିରେ ସ୍ୱତନ୍ତ୍ର କୁର୍ଦ୍ଦ ରାଷ୍ଟ୍ର ଦାବିରେ ଏହି ସଙ୍ଗଠନ ସଶସ୍ତ୍ର ସଂଘର୍ଷ ଚଳାଇଥିବା ବେଳେ ଦୀର୍ଘ ବର୍ଷରେ ପ୍ରାୟ ୪୦ ହଜାର ଲୋକେ ପ୍ରାଣବଳି ଦେଲେଣି। ତୁର୍କିର ପ୍ରତିହିଂସାମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁ କୁର୍ଦ୍ଦ ନେତା ଓଜଲାନ ଖସି ସିରିଆ ପଳାୟନ କରିବା ସହ ବସର ଅଲ ଅସଦଙ୍କ ପିତା ହାଫିଜ ଉଲ ଅସଦଙ୍କ ଶରଣାପନ୍ନ ହୋଇଥିଲେ। କୁର୍ଦ୍ଦମାନଙ୍କୁ ସିରିଆରେ ହାଫିଜ ଶରଣ ଦେବା ପରେ ସେଠାରେ କୁର୍ଦ୍ଦଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ତେବେ ସିରିଆରେ ଆଇଏସ୍ ଙ୍କ ମୁକାବିଲା ଲାଗି ଆମେରିକା କୁର୍ଦ୍ଦମାନଙ୍କ ୟେଜଦି ସଙ୍ଗଠନର ସହାୟତା ନେଇଥିଲା।

ଆମେରିକା ସହଯୋଗ ଯୋଗୁ କୁର୍ଦ୍ଦ ସେମାନଙ୍କ ଦୀର୍ଘ ସମସ୍ୟାର ସମାଧାନ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ହେଲେ କାମ ସରିବା ପରେ ଏବେ ଆମେରିକା କୁର୍ଦ୍ଦମାନଙ୍କ ସମସ୍ୟାରୁ ନିଜକୁ ଦୂରେଇ ନେଇଛି। କାରଣ ଯଦି ପୃଥକ କୁର୍ଦ୍ଦିସ୍ତାନ ଲାଗି ଆମେରିକା ସହାୟତା କରେ ତେବେ ଇରାନ, ଇରାକ, ତୁର୍କି ଓ ସିରିଆ ସେନା ଏକ ହୋଇଯିବେ। ଫଳରେ ଯେଉଁ ପରିସ୍ଥିତି ଉପୁଜିବ ଆମେରିକା ଓ ୟୁରୋପ ଏକାଠି ହୋଇ ବି ସମସ୍ୟାର ସମାଧାନ କରିପାରିବେ ନାହିଁ। ତଥାପି ଆମେରିକା ଓ ୟୁରୋପ କୁର୍ଦ୍ଦଙ୍କୁ ଅଧିକ ଅଧିକାର ଦେବାକୁ ଉଦ୍ୟମ ଜାରି ରଖିଛନ୍ତି।

   Related Posts