ଦୁଷ୍ଟ ପିଲାଙ୍କ ଯୋଗୁ ଲାଇନଚ୍ୟୁତ ହେଉଛି ଯାତ୍ରୀବାହୀ ଟ୍ରେନ: ସେଣ୍ଟ୍ରାଲ ରେଲଓ୍ବେ

Published By : Prameya-News7 Bureau | May 18, 2019 IST

ପୁଣେ ୧୮।୫ :  ଦେଶରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହେବା ଘଟଣା ବଢିବାରେ ଲାଗିଛି। ଏଥିପାଇଁ କେବେ ରେଳବାଇକୁ ଲୋକେ ଦୋଷୀ କରୁଥିବା ବେଳେ କେବେ ରେଳବାଇ ଦେଶରେ ଅନ୍ତରିଣ ଆତଙ୍କୀଙ୍କୁ ଦାୟି କରୁଛି। ତେବେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହେବା ନେଇ ସେଣ୍ଟ୍ରାଲ ରୋଲଓ୍ବେ ଦେଇଥିବା ତଥ୍ୟ ଏବେ ଚିନ୍ତା ବଢେଇ ଦେଇଛି। ପିଲାଙ୍କ ଦୁଷ୍ଟାମୀ ଯୋଗୁ ଏଭଳି ରେଳ ଦୁର୍ଘଟଣା ଘଟୁଥିବା କହିଛି ମଧ୍ୟ ରେଳ।

{"id":113389}

ରେଳବାଇ ସୂଚନା ଅନୁସାରେ ନିକଟରେ ଋକଡି ଓ ଇତକଲାଙ୍ଗନେ ଷ୍ଟେସନ ମଝାମଝି ଅଞ୍ଚଳରେ ରେଳ ଦୁର୍ଘଟଣା କରାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡଧରଣର ଦୁର୍ଘଟଣା ଟଳିଯାଇଛି । ରେଳଧାରଣାରେ କେହି ଲୁହା ରଡ ପକାଇଥିବା ଦୂରରୁ ଡ୍ରାଇଭର ଦେଖିପାରି ଟ୍ରେନର ବେଗ ନିୟନ୍ତ୍ରଣ କରିଥିଲେ। ଫଳରେ ଟ୍ରେନ ଲୁହାଛଡ ପଡିଥିବା ସ୍ଥାନ ନିକଟରେ ଅଟକି ଯାଇଥିଲା ଓ ଏ ନେଇ ଡ୍ରାଇଭର ପରବର୍ତ୍ତି ଷ୍ଟେସନରେ ସୂଚନା ଦେଇଥିଲେ। ଗତ ଅପ୍ରେଲ ମାସରେ ଏହି ଘଟଣା ଘଟିଥିଲା। ତେବେ ଚଳିତ ମାସରେ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି।

{"id":113390}

ଚଳିତମାସରେ ତାଲେଗାଓଁ-କାମଶେତ ଖଣ୍ଡରେ ରେଳଧାରଣା ଉପରେ ଲୁହା ଛଡ ପଡିଥିବା ମୁମ୍ବାଇ-ହାଇଦ୍ରାବାଦ ଏକ୍ସପ୍ରେସର ଲୋକୋ ପାଇଲଟ ଦେଖି ଟ୍ରେନକୁ ନିୟନ୍ତ୍ରିତ କରିଥିଲେ। ଫଳରେ ଏକ ବଡଧରଣର ରେଳ ଦୁର୍ଘଟଣା ଟଳିଛି। ଏହି ଦୁଇଟି ଘଟଣା ପୂର୍ବରୁ ମଧ୍ୟ ଏକ ଦୁ୍ର୍ଘଟଣା ଘଟିଥିଲା। ସତ୍ରା ଜିଲ୍ଲା ବଥ୍ରାରେ କିଛି ଦୁଷ୍ଟପିଲା ରେଳ ଧାରଣା ଉପରେ ଧାତବ ପ୍ଲେଟ ରଖିଦେଇଥିଲେ। ଯାହାକୁ ଲୋକୋ ପାଇଲଟ ଦେଖି ନ ପାରିବାରୁ ସେଠାରେ ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଏହି ସବୁ କାମ ଛୋଟଛୋଟ ପିଲାମାନେ ଦୁଷ୍ଟାମୀରେ କରୁଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି। ଯାହା ଏବେ ରେଳବାଇ ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.