Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପୋଷାକ ସୌକିନ ମୋଦିଙ୍କ ବସ୍ତ୍ରବାବଦ ବ୍ୟୟ କରନ୍ତି କିଏ ? ଜବାବ ରଖିଲେ RTI

17/09/2021 at 9:05 PM

ନୂଆଦିଲ୍ଲୀ ୧୭।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବ୍ୟକ୍ତିତ୍ୱ ହିଁ ଅନ୍ୟମାନଙ୍କଠାରୁ ପୃଥକ କରିଥାଏ। ଅନେକ ସମୟରେ ତାଙ୍କ ମହଙ୍ଗା ପୋଷାକର ଚର୍ଚ୍ଚା ହୁଏ ତ କେତେବେଳେ ତାଙ୍କ ନିରଳଶ ଜୀବନ ଶୈଳୀ ମଧ୍ୟ ତାଙ୍କୁ ଚର୍ଚ୍ଚିତ କରାଇଥାଏ। ତେବେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପୋଷାକ, ଖାଦ୍ୟପାନୀୟ ଆଦି ବାବଦ ବ୍ୟୟ ହୁଏତ ରାଜକୋଷରୁ ଖର୍ଚ୍ଚ ହେଉଥାଇପାରେ ବୋଲି ଅନେକ ଲୋକେ ଭାବନ୍ତି। ତେବେ ଏଠାରେ ଭାରତୀୟ ପ୍ରଧାନମନ୍ତ୍ରୀମାନଙ୍କ ସମ୍ପର୍କରେ ଆମେ ଯେଉଁ ସୂଚନା ଦେବାକୁ ଯାଉଛୁ ତାହା କାହାକୁ ବି ଚିକତ ପାରେ।    

ଆମ ପ୍ରଧାନମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଅବସରରେ ଆମେ ଭିନ୍ନ ଭିନ୍ନ ପୋଷାକରେ ଦେଖିଛେ। ତାଙ୍କ ରେବାନ ଚଷମାର ମଧ୍ୟ ରାହୁଲ ଗାନ୍ଧି ଅନେକବାର ଆଲୋଚନା କରିଛନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଧାନମନ୍ତ୍ରୀ ଯେଉଁ ପୋଷାକ ପରିଧାନ ପିନ୍ଧନ୍ତି ତାହା ସେ ନିଜ ଦରମା ବାବଦ ଅର୍ଥରୁ ହିଁ ଖର୍ଚ୍ଚ କରନ୍ତି। ଏହି ପୋଷାକ ତାଙ୍କୁ କେହି ଦେଇ ନଥାନ୍ତି କି ସରକାରୀ ତହବିଲରୁ ଏଥିଲାଗି ଟଙ୍କାଟିଏ ବି ଖର୍ଚ୍ଚ ହୁଏନି।

ରୋହିତ ଟିବରୱାଲ ନାମକ ଜନୈକ ବ୍ୟକ୍ତି ସୂଚନା ଅଧିକାର ଆଇନ (ଆରଟିଆଇ)ରେ ମାଗିଥିବା ସୂଚନାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏହି ସୂଚନା ଦେଇଛନ୍ତି। ଟିବରୱାଲ ଅଟଲବିହାରୀ ବାଜପେୟୀଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂହ ଓ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପୋଷାକ ପରିଛେଦ ବ୍ୟୟ ବାବଦରେ ସୂଚନା ଚାହିଁଥିଲେ। ଏହାର ଜବାବରେ ପିଏମଓ ପ୍ରଧାନମନ୍ତ୍ରୀମାନଙ୍କ ପୋଷାକ ପରିଛେଦ ବାବଦ ବ୍ୟୟ କରିନଥାନ୍ତି ବୋଲି ସୂଚିତ କରିଥିଲେ। ଏହା ନିଜେ ପ୍ରଧାନମନ୍ତ୍ରୀମାନେ ସେମାନଙ୍କ ବେତନରୁ ବ୍ୟୟ କରି କ୍ରୟ କରିଥାନ୍ତି ବୋଲି କହିଥିଲେ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମୋଦିଙ୍କ ଆଦର୍ଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶରେ ଆଜୀବନ ଅନୁପ୍ରାଣିତ। ମୋଦିଙ୍କ ୭ ବର୍ଷର ଶାସନ କାଳରେ କେବେବି କେହି ପରିବାର ଲୋକେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନକୁ ଥରକ ଲାଗି ମଧ୍ୟ ଆସି ନାହାନ୍ତି। କେବଳ ତାଙ୍କ ମା ହୀରାବେନ ଥରକ ଲାଗି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିଥିଲେ। ହେଲେ ଏହି ସମୟର ସମସ୍ତ ବ୍ୟୟ ମୋଦି ତାଙ୍କ ନିଜ ପକେଟରୁ କରିଥିଲେ। ସର୍ଦ୍ଦାର ପଟେଲ ମନ୍ତ୍ରୀମାନଙ୍କ ଖର୍ଚ୍ଚ ରାଜକୋଷରୁ ହେଉ ତାହା ଆଦୌ ଚାହୁଁ ନଥିଲେ। ସେ ନିଜେ ଗୃହମନ୍ତ୍ରୀ ଥିବା ବେଳେ ନିଜ ଲାଗି କୌଣସି ବାବଦ ବ୍ୟୟ ରାଜକୋଷରୁ କେବେବି ନେଇ ନଥିଲେ। ମୋଦି ମଧ୍ୟ ନିଜ ବ୍ୟକ୍ତିଗତ ବ୍ୟୟ ଲାଗି ଟଙ୍କାଟିଏ ରାଜକୋଷରୁ  କରାଇ ନଥାନ୍ତି।

ଦିନଟିଏ ବି ନେଇ ନାହାନ୍ତି ଛୁଟି
ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦିନଟିଏ ବି ପିଏମଓରୁ ଛୁଟି ନେଇ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଛୁଟି ବାବଦରେ ମଗା ଯାଇଥିବା ଏକ ସୂଚନାରେ ଆରଟିଆଇ ଏହି ଉତ୍ତର ଦେଇଥିଲେ। ଏଥିରେ କେବଳ ମୋଦିଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିବା ପରଠାରୁ କେବେବି ଦିନ ଲାଗି ଛୁଟିରେ ନଥିବା ସୂଚିତ କରିଛନ୍ତି। ସେହିପରି ତାଙ୍କ ଦୈନନ୍ଦିନ ଖାଦ୍ୟ ବାବଦ ବ୍ୟୟ ଓ ରୋଷେଇ ସମ୍ପର୍କରେ ମିଳିଥିବା ସୂଚନାରେ ଏହା ମଧ୍ୟ ତାଙ୍କର ବ୍ୟକ୍ତିଗତ ମାମଲା ଓ ଏଥିଲାଗି ମଧ୍ୟ ସରକାରୀ ତହବିଲରୁ ଟଙ୍କାଟିଏ ଖର୍ଚ୍ଚ ହୋଇନଥାଏ ବୋଲି ସୂଚିତ କରାଯାଇଥିଲା।  

   Related Posts