Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ଅପରାଧୀଙ୍କ ଫାଶୀକୁ ନେଇ ଜାଣନ୍ତୁ କିଏ କହିଲେ କ’ଣ?

20/03/2020 at 5:44 PM

ନୂଆଦିଲ୍ଲୀ ୨୦।୩: ଦିଲ୍ଲୀ ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଜଡିତ ୪ ଅପରାଧୀଙ୍କୁ ଶୁକ୍ରବାର ତିହାର ଜେଲରେ ଦଣ୍ଡିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ବାର୍ତ୍ତାରେ ନ୍ୟାୟ ମିଳିଥିବା କହିଛନ୍ତି। ମହିଳାଙ୍କ ସୁରକ୍ଷା ଓ ଗାରିମା ସୁନିଶ୍ଚିତ କରିବାରେ ଏହା ସହାୟକ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ। ଅମର ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଓ ଆମେ ଏପରି ରାଷ୍ଟ୍ର ନିର୍ମାଣ କରିବା ଦରକାର ଯେଉଁଠି ମହିଳା ସଶକ୍ତିକରଣ ସହ ସମାନତାର ଅଧିକାର ବି ମିଳୁଥିବ ବୋଲି ଉଲ୍ଲେଖ କରିଛନ୍ତି।

୧୬ ଡିସେମ୍ବର ୨୦୧୨ ବିଳମ୍ବିତ ରାତ୍ରିରେ ଏକ ଚଳନ୍ତା ବସ୍‌ରେ ଜଣେ ନାବାଳକ ସମେତ ୬ ଜଣ ଏହି ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଭିଆଇଥିଲେ। ଗୁରୁତର ପୀଡିତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କର ଚିକିତ୍ସା କରିଥିବା ଡାକ୍ତର ପୀଡିତାଙ୍କୁ ଜଣେ ସାହାସୀ ମହିଳା ବୋଲି କହିଛନ୍ତି। ଅପରାଧୀଙ୍କ ଫାଶୀଦଣ୍ଡକୁ ନେଇ ଡାକ୍ତର ଆଶ୍ୱସ୍ତି ପ୍ରକାଶ କରିଥିବା ବେଳେ ଆଇନ ତା କାମ କରିଥିବା କହିଛନ୍ତି।

ନିର୍ଭୟା କାଣ୍ଡର ଅପରାଧୀ ଶୁକ୍ରବାର ତିହାର ଜେଲରେ ଦଣ୍ଡିତ ହେବା ପରେ ପୂର୍ବତନ ଦିଲ୍ଲୀ ପୋଲିସ ମୁଖ୍ୟ ନିରଜ କୁମାର ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ତାଙ୍କ ୩୭ ବର୍ଷର ଚାକିରୀ କାଳରେ ଏହା ସବୁଠୁ ଗୁରୁତର ଘଟଣା ଥିଲା ବୋଲି କହିଛନ୍ତି। ରାଜଧାନୀରେ ଘଟିଥିବା ଏହି କାଣ୍ଡ ସେତେବେଳେ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିବା ବେଳେ ୧୯୭୬ ବ୍ୟାଚ୍‌ର  ଏହି ଆଇପିଏସ୍ ଅଫିସରଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେପଟେ କେନ୍ଦ୍ର ଆଇନ ମନ୍ତ୍ରୀ ଏହା ଏକ ସନ୍ତୋଷଜନକ ଦିନ। ଯନ୍ତ୍ରଣାରେ ଥିବା ପୀଡିତାଙ୍କ ପରିବାରକୁ ନିଶ୍ଚିତ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି।

ତେବେ ନିର୍ଭୟା ଅପରାଧୀଙ୍କ ମଧ୍ୟରୁ ମୁକେଶ ସିଂହ ତାର ଅଙ୍ଗଦାନ କରିଥିବା ଶୁକ୍ରବାର ତିହାର କର୍ତ୍ତୃପକ୍ଷ କହିଛନ୍ତି। ସେ ଜେଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ଲିଖିତ ଦେଇଥିବା ବେଳେ ଅନ୍ୟତମ ଦୋଷୀ ବିନୟ ତାର ପେଣ୍ଟିଂସଗୁଡିକୁ ଦାନ କରିଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି। ଫାଶୀରେ ଝୁଲିବା ପୂର୍ବ ରାତିରେ ମୁକେଶ ଓ ବିନୟ ରାତ୍ରିଭୋଜନ କରିଥିଲେ। ହେଲେ ଅକ୍ଷୟ କିଛି ଖାଇନଥିଲା କେବଳ ଚା ପିଥିଲା। ତେବେ ମୃତ୍ୟୁ ପୂର୍ବରୁ ସେମାନେ କୌଣସି ଶେଷ ଇଛା ଜଣାଇନଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏ ନେଇ ସେମାନଙ୍କୁ ପଚରା ଯାଇଥିବା କୁହାଯାଇଛି। ସେମାନେ ଜେଲରେ ଥିବା ବେଳେ କରିଥିବା ସମସ୍ତ ଉପାର୍ଜନ ସେମାନଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ଜେଲ ପକ୍ଷରୁ କୁହାଯାଇଛି।

   Related Posts