Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ ବିବାହ ପୂର୍ବରୁ କ’ଣ କରୁଥିଲେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀ

16/05/2019 at 3:26 PM

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କ ସମ୍ପର୍କରେ ତ ଜାଣିଥିବେ ଆପଣ । ନିକଟରେ ଆମେରିକା ସହ ସମ୍ପର୍କ ତିକ୍ତତାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ କିମ ଜୋଙ୍ଗ। ତେବେ ଆସନ୍ତୁ ଜାଣିବା ତାଙ୍କ ପତ୍ନୀଙ୍କ ସମ୍ପର୍କରେ। କିମଜୋଙ୍ଗଙ୍କ ପତ୍ନୀ ହେଉଛନ୍ତି  ରି ସୋଲ ଜୁ।  ୨୮ ସେପ୍ଟେମ୍ବର ୧୯୯୦ରେ ଜନ୍ମିତ ରିସୋଲ ପ୍ୟୋଙ୍ଗୟାଙ୍ଗର ବାସିନ୍ଦା। ଥେବେ କିମ ଜୋଙ୍ଗସାହ ତାଙ୍କର ବିବାହ କେବେ ହେଲା ତାହା କେହି ଜାଣନ୍ତି ନାହିଁ। ତେବେ ୨୦୧୨ ମସିହାରେ ଜଣେ ଅନନ୍ୟ ସୁନ୍ଦରୀ ତରୁଣୀଙ୍କ ସହ କିମ ଜୋଙ୍ଗଙ୍କୁ ଦେଖାଯାଇଥିଲା। ଯାହାକୁ ପରେ ସେ ତାଙ୍କର ପତ୍ନୀ ବୋଲି କହିଥିଲେ। କିମ୍ ଜୋଙ୍ଗ ଯେଉଁଠାକୁ ବି ଯାଆନ୍ତି ସେଠାରେ ରିସୋଲ ଦେଖାଯାଆନ୍ତି । ତେବେ ବିବାହ ପୂର୍ବରୁ ରିସୋଲ ଜଣେ ଚିୟର ଲିଡର ଥିଲେ ବୋଲି ଖୁବ୍ କ୍ବଚିତ ଜାଣିଥିବେ।

ମଡିଆ ରିପୋର୍ଟ ଆଧାରରେ ରିସୋଲ ୨୦୦୫ ମସିହାରେ ଏସିଆନ ଆଥଲେଟିକ ଚାମ୍ପିୟନସିପରେ ରି ସୋଲଙ୍କୁ ପ୍ରଥମେ ଦେଖା ଯାଇଥିଲେ। କ୍ରିଡା ମହାକୁମ୍ଭରେ ଜଣେ ଚିୟରଲିଡର ଭାବେ କାମ କରୁଥିଲେ ରିସୋଲ। ସେ ଜଣେ ଗାୟିକା ମଧ୍ୟ। ଏହି କାର୍ଯ୍ୟକ୍ରମ ଅବସରରେ  ରାଷ୍ଟ୍ରପତି କିମ୍ ଜୋଙ୍ଗଙ୍କ ନଜର ରିସୋଲଙ୍କ ଉପରେ ପଡିଥିଲା। ରିସୋଲଙ୍କ ସୌନ୍ଧର୍ଯ୍ୟରେ ଆତ୍ମହରା କିମ୍ ପରେ ତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ କିମ୍ ଜୋଙ୍ଗ ରିସୋଙ୍କୁ କେଉଁଠାରେ  ଓ କେବେ ବିବାହ କରିଥିଲେ ତାହା କାହାକୁ ଜଣା ନାହିଁ। ହେଲେ ଜେବେ ଠାରୁ ରିସୋଲଙ୍କୁ କିମ୍ ଙ୍କ ସହ  ଦେଖା ଗଲାଣି ସେବେଠାରୁ ସେ କିମ୍ ଙ୍କ ପ୍ରତ୍ୟେକ ଗସ୍ତ କାର୍ଯ୍ୟକ୍ରମରେ ରହୁଥିବା ସହ ତାଙ୍କର ସେବା ଯତ୍ନ କରୁଥିବା ଦେଖାଯାଇଛି।

ଉତ୍ତର କୋରିଆ ଦୀର୍ଘ ବର୍ଷରୁ ବାହ୍ୟ ଜଗତ ସହ ସମ୍ପର୍କ ଛିନ୍ନ କରିଛି। ଏଣୁ ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀଙ୍କ ସମ୍ପର୍କରେ ବିଶେଷ କିଛି ଜଣାପଡେ ନାହିଁ। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ପାଇଁ ରି ସୋଲ ଏବେ ବି ଜଣେ ରହସ୍ୟମୟୀ ନାରୀ। ଏଣୁ ତାଙ୍କୁ  ନେଇ ଅନ୍ତର୍ଜାତୀୟ ଗଣମାଧ୍ଯମରେ ପ୍ରାୟତଃ ଗୁଜବ ପ୍ରସାରିତ ହୋଇ ଆସିଛି।

   Related Posts