ଜାଣିନ୍ତି କି ତାନାଜୀ ମାଲୁସରେ କିଏ ? ତାଙ୍କ ଜୀବନ ଆଧାରିତ ଫିଲ୍ମରେ ଅଭିନୟ କରୁଛନ୍ତି ଅଜୟଦେବଗନ

Published By : Prameya-News7 Bureau | November 20, 2019 IST

ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ 'ତାନାଜୀ ଦି ଅନ ସଙ୍ଗ ୱାରିୟର'ର ଟ୍ରେଲର ଇତିମଧ୍ୟର ରିଲିଜ ହୋଇସାରିଛି। ଏଥିରେ ଅଜୟ ଦେବଗନ ମୁଖ୍ୟଭୂମିକାରେ ଅଭିନୟ କରିଥିବା ବେଳେ ସେ କ୍ରୋଧ ଜର୍ଜର ନେତ୍ରରେ ଚାହିଁଥିବା ଦେଖାଯାଇଛି। ୨୦୨୦ ମସିହା ଜାନୁୟାରୀ ୧୦ ତାରିଖ ଦିନ ଫିଲ୍ମଟି ମୁକ୍ତିଲାଭ କରିବ। ତେବେ ତା ପୂର୍ବରୁ ଫିଲ୍ମକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ତେବେ ସବୁଠୁ ବଡ କଥା ହେଉଛି ଫିଲ୍ମର ମୁଖ୍ୟ ଚରିତ୍ର ତାନାଜୀ କିଏ ସେ ସମ୍ପର୍କରେ ପ୍ରାୟ ଅଜ୍ଞ। ତେବେ ଆସନ୍ତୁ ଜାଣିବା ତାନାଜୀ ମାଲୁସରେ କିଏ?

{"id":187320,"sizeSlug":"large"}

ତାନାଜୀ ହେଉଛନ୍ତି ଛତ୍ରପତି ଶିବାଜୀଙ୍କ ପ୍ରଧାନ ସେନାପତି। ତାଙ୍କ ଶୌର୍ଯ୍ୟଭରା କାହାଣୀ ଏବେବି ଦନ୍ତକଥା ହୋଇ ରହିଛି। ହେଲେ ଏହି ମହାନ ଯୋଦ୍ଧାଙ୍କୁ ଇତିହାସରେ ଯେପରି ସ୍ଥାନ ମିଳିବା କଥା ତାହା ମିଳିପାରିନି। ଏଣୁ ଲୋକ କଥାରେ ଥିଲେବି ଇତିହାସରେ ତାନାଜୀ ଆଜି ପାଷୋର ହୋଇଯାଇଛନ୍ତି। ଶିବାଜୀ ଏହି ବୀର ଯୋଦ୍ଧାଙ୍କୁ ସିଂହ ବୋଲି କହୁଥିଲେ। ୧୬୭୦ ମସିହାରେ ଶିବାଜୀ କୋଣ୍ଡାନା ଦୁର୍ଗ( ସିଂହଗଡ) ଜିତିବାରେ ତାନାଜୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏଗି ଦୁର୍ଗ ଲାଗି ସେ ପ୍ରାଣବଳୀ ମଧ୍ୟ ଦେଇଥିଲେ। ଏଣୁ ଶିବାଜୀ ଏହି ଦୁର୍ଗକୁ ତାଙ୍କ ନାମରେ ନାମିତ କରିଥିଲେ।  

{"id":187321,"sizeSlug":"large"}

କୋଣ୍ଡାନା ଦୁର୍ଗ ଜିତିବା ଲାଗି ଶିବାଜୀଙ୍କ ଅଭିଯାନ ବେଳେ ତାନାଜୀଙ୍କ ଘରେ କୌଣସି ଉତ୍ସବ ଆୟୋଜନ ହେଉଥିଲା। ଏଣୁ ଶିବାଜୀ ତାଙ୍କୁ ସାଙ୍ଗରେ ନ ନେଇ କୋଣ୍ଡାନା  ଦୁର୍ଗ ଉପରେ ଆକ୍ରମଣ କରିଦେଇଥିଲେ। ତେବେ ତାନାଜୀଙ୍କ ବିନା ଗଡ ଜିତିବା ସମ୍ଭବ ନୁହେଁ ଅନୁଭବ କରି ଶିବାଜୀ ତାଙ୍କୁ ତୁରନ୍ତ ଯୁଦ୍ଧକୁ ଡକାଇଥିଲେ। ଏଣୁ ସମସ୍ତ ପାରିବାରିକ କାର୍ଯ୍ୟ ଛାଡି ତୁରନ୍ତ ତାନାଜୀ ଶିବାଜୀଙ୍କ ଲାଗି ଯୁଦ୍ଧକ୍ଷେତ୍ରରେ ପହଞ୍ଚିଥିଲେ।

{"id":187322,"sizeSlug":"large"}

ତାନାଜୀ ପହଞ୍ଚିବା ପରେ ଘମାଘୋଟ ଯୁଦ୍ଧ ହୋଇଥିଲା। ତାନାଜୀ ରାତିରେ ଦୁର୍ଗ ଉପରେ ଚଢଉ କରିଥିଲେ। ଏଥିଲାଗି ସେ ତାଙ୍କର ପ୍ରିୟ ଗୋଧି ଯଶୋବନ୍ତୀକୁ ଦୁର୍ଗ ଉପରକୁ ଛାଡିଥିଲେ। ଯଶୋବନ୍ତୀ ସାହାରାରେ ତାନାଜୀ ଦୁର୍ଗ ଉପରକୁ ଚଢିଯାଇଥିଲେ। ହେଲେ ସେଠାରେ ତାଙ୍କୁ ଦୁର୍ଗପାଲ ଉଦୟଭାନୁଙ୍କ ମୁକାବିଲା କରିବା ବେଳେ ସେ ସହିଦ ହୋଇଥିଲେ। ସକାଳ ହେବା ପୂର୍ବରୁ ଶିବାଜୀ ଦୁର୍ଗ ଉପରେ ବିଜୟ ପ୍ରାପ୍ତ କରିସାରିଥିଲେ। ହେଲେ ତାଙ୍କ ପ୍ରୀୟ ଯୋଦ୍ଧା ତାନାଜୀଙ୍କୁ ହରାଇବାର ଦୁଃଖ କିନ୍ତୁ ସେ ଭୁଲିପାରିନଥିଲେ। ଇତିହାସକୁ ଫିଲ୍ମ ପୁଣି ଉଜାଗର କରିବ। କାହାଣୀକୁ ଦନ୍ତକଥା ଓ ଇତିହାସ ସହ ସମ୍ମିଳିତ କରାଯାଇଛି। ଏଣୁ ଫିଲ୍ମଟି ବେଶ କାରବାର କରିବ ବୋଲି ସମସ୍ତେ ଉତ୍ସାହି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.