ଜାଣନ୍ତୁ ସୁନୀତା କୃଷ୍ଣନ କିଏ? କେବିସିରେ ଅମିତାଭଙ୍କ ପ୍ରଶ୍ନରେ ଦେବେ ଉତ୍ତର

Published By : Prameya-News7 Bureau | October 18, 2019 IST

ସୋନି ଏଣ୍ଟରଟୈନମେଣ୍ଟ ଟେଲିଭିଜନର ଲୋକପ୍ରୀୟ କାର୍ଯ୍ୟକ୍ରମ କୌନ ବନେଗା କରୋଡପତି-୧୧ ଲଗାତାର ଚର୍ଚ୍ଚାରେ ରହିଛି। ତେବେ ଏଥର ଭିନ୍ନକାରଣ ଲାଗି କେବିସି ଚର୍ଚ୍ଚିତ ହେଉଛି। ତାହା ହେଉଛି ସମାଜ ସେବୀ ସୁନୀତା କୃଷ୍ଣନ। ସୁନୀତା କେବିସି କାର୍ଯ୍ୟକ୍ରମରେ ଆସୁଥିବା ବେଳେ ବିଗ-ବି ଅମିତାଭଙ୍କ ପ୍ରଶ୍ନର ଜବାବ ଦେବେ। ତେବେ କିଏ ଏହି ସୁନୀତା ଓ କରନ୍ତି କଣ ସେ ନେଇ ହୁଏତ ସମସ୍ତେ ଜାଣି ନଥାଇପାରନ୍ତି। ତେବେ ଆସନ୍ତୁ ଜାଣିବା ସୁନୀତା କିଏ?

{"id":171607}

ଶିଶୁ ଓ ମହିଳାଙ୍କ ଲାଗି କାର୍ଯ୍ୟକରୁଥିବା ଜଣେ ମହିଳା ହେଉଛନ୍ତି ସୁନୀତା। ତାଙ୍କର ଜନ୍ମ ୧୮୭୨ ମସିହାରେ ହୋଇଥିଲା। ପିଲାଟି ଦିନକୁ ସମାଜ ସେବା ଲାଗି ଆଗ୍ରହୀ ସୁନୀତା ଏଥିପାଇଁ ଅନେକ କଷ୍ଟ ଓ ଯନ୍ତ୍ରଣା ବି ସହିଛନ୍ତି। ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ ବି କରାଯାଇଥିଲା ବୋଲି ଟେଲିଭିଜନ ପ୍ରମୋରୁ ଜଣାପଡୁଛି। ତେବେ ଦେଶେର ଚାଲିଥିବା ଅବୈଧ  ମାନବ ତସ୍କରୀରୁ ସୁନୀତା ପ୍ରାୟ ୨୨ ହଜାର ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିଥିବା ଦାବି କରନ୍ତି।

{"id":171608}

ତେବେ ସୁନୀତାଙ୍କ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଟେଲିଭିଜନରେ ପ୍ରସାରଣ ହୋଇ ନାହିଁ। କିନ୍ତୁ କାର୍ଯ୍ୟକ୍ରମର ପ୍ରଚାର ଲାଗି ଟେଲିଭିଜନ ପ୍ରମୋ କିନ୍ତୁ ଭାଇରାଲ ହେବାରେ ଲାଗିଛି। ଏଥିରେ ସୁନୀତା ଏପରି ସବୁ କଥା କହୁଛନ୍ତି ତାହା ଶୁଣିଲେ ଯେ କେହିବି ତାଜ୍ଜୁବ ହେବେ। ସେ ଯେତେବେଳେ ୧୫ ବର୍ଷ ବୟସର ହୋଇଥିଲେ ତାଙ୍କ ପ୍ରତି ୮ ଜଣ ଲୋକ ସାମୂହିକ ଦୁଷ୍କର୍ମ କରିଥିଲେ ବୋଲି କହିଛନ୍ତି ସୁନୀତା। ତେବେ ଏଥିରେ ସୁନୀତା ହାରି ଯାଇନାହାନ୍ତି । ଆଜି ବି ସେ ତାଙ୍କର ସମାଜ ସେବା କାର୍ଯ୍ୟ ଜାରୀ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.