Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଜାଣନ୍ତୁ NCB ଅଧିକାରୀ ସମୀର ୱାଙ୍ଖଡେ କିଏ? ଯାହାଙ୍କ କଷ୍ଟଡିରେ ଏବେ ଅଛନ୍ତି ଶାହାରୁଖଙ୍କ ପୁଅ

3/10/2021 at 4:12 PM

ମୁମ୍ବାଇ ୩।୧୦: ବଲିଉଡରେ ପୁଣି ଝଡ଼ ଉଠିଛି। ବଲିଉଡ କିଙ୍ଗ ଖାନ୍‌ ଭାବେ ଜଣାଶୁଣା ଶାହରୁଖଙ୍କ ପୁଅ ଆର୍ୟନ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହାତରେ। ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ରେ ଚାଲିଥିବା ରେଭ ପାର୍ଟିରେ ଆର୍ୟନ ମଧ୍ୟ ଥିଲେ।  ଏହି ପାର୍ଟିରେ ସେ ନିଷିଦ୍ଧ ନିଶା କରିଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି। କ୍ରୁଜରେ ଚାଲିଥିବା ଏହି ରେଭ ପାର୍ଟି ଉପରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଟିମ୍ ସହ ଚଢଉ କରିଥିଲେ।

ୱାଙ୍ଖଡେ ସେହି ଅଧିକାରୀ ଯିଏ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଡ୍ରଗସ୍ ଷଡ଼ଯନ୍ତ୍ରର ତଦନ୍ତ କରିଥିଲେ। ୨୦୦୮ ବ୍ୟାଚ୍‌ର ଆଇଆରଏସ ଅଧିକାରୀ ୱାଙ୍ଖଡେଙ୍କ ପ୍ରଥମ ନିଯୁକ୍ତି ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ଅଧିକାରୀ ଭାବେ ହୋଇଥିଲା। ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ସେ ଏୟାର ଇଣ୍ଟେଲିଜେନ୍ସୀ ୟୁନିଟ୍‌ର ଉପାୟୁକ୍ତ ଅବସ୍ଥାପିତ ରହିବା ପରେ  ଜାତୀୟ ତଦନ୍ତକାରୀ ସଂସ୍ଥାନ (ଏନଆଇଏ), ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଓ ଏବେ ଏନସିବିରେ ଜୋନାଲ ଡାଇରେକ୍ଟର ଅବସ୍ଥାପିତ ଅଛନ୍ତି।

ଗତ ୨ ବର୍ଷରେ ୱାଙ୍ଖଡେ ଓ ତାଙ୍କ ଟିମ୍‌ ମିଳିତ ଯାଞ୍ଚରେ ୧୭ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିବାର ସରକାରୀ ରେକର୍ଡ ରହିଛି। ଜଣେ ସଚ୍ଚୋଟ ଓ କଡା ଅଫିସର ଭାବେ ୱାଙ୍ଖଡେ ବେଶ ଜଣାଶୁଣା। ସୀମା ଶୁଳ୍କ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଅନେକ ପ୍ରଶିଦ୍ଧ ଲୋକଙ୍କୁ କ୍ଲିୟରାନ୍ସ ଦେଇ ନଥିବା ବେଳେ କେତେକଙ୍କ ବିରୋଧରେ ମୋକଦ୍ଦମା ମଧ୍ୟ ରୁଜୁ କରିଥିଲେ। ସେଲିବ୍ରିଟିମାନେ ଯେଉଁ ପର୍ଯ୍ୟନ୍ତ ବିଦେଶୀ ମୁଦ୍ରାରେ କ୍ରୟ କରିଥିବା ସାମଗ୍ରୀର ଘୋଷଣା କରି ଶୁଳ୍କ ପୈଠ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେ କାହାକୁ ରିହାତି ଦେଇ ନାହାନ୍ତି।

ଏପରି ଶୁଳ୍କ ଫାଙ୍କି କରିଥିବା ୨ହଜାରରୁ ଅଧିକ ଫିଲ୍ମ ଉଦ୍ୟୋଗର ଲୋକଙ୍କ ବିରୋଧରେ ମୋକଦ୍ଦମା ରୁଜୁ ମଧ୍ୟ କରିଛନ୍ତି। ୨୦୧୩ ମସିହାରେ ୱାଙ୍ଖଡେ ମୁମ୍ବାଇ ବିମାନ ବନ୍ଦରରେ ଗାୟକ  ମିକା ସିଂହଙ୍କୁ ବିଦେଶୀ ମୁଦ୍ରା ସହ ଧରିଥିଲେ। ଏହା ଛଡା ଅନୁରାଗ କାଶ୍ୟପ, ବିବେକ ଓବ୍ରୟ ଓ ରାମଗୋପାଲ ବର୍ମାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ମାଲିକାନାଧୀନ କମ୍ପାନୀଙ୍କ ଉପରେ ମଧ୍ୟ ୱାଙ୍ଖଡେ ଚଢଉ କରିଛନ୍ତି। ୨୦୧୧ ମସିହାରେ ସୁନାରେ ନିର୍ମିତ କ୍ରିକେଟ ବିଶ୍ୱକପ ଟ୍ରଫିର ଶୁଳ୍କ ପୈଠ ପରେ ହିଁ ସେ ଏହାକୁ ବିମାନ ବନ୍ଦରରୁ ବାହାରକୁ ଯିବାକୁ ଦେଇଥିବାର ନଜିର ଅଛି। ଏଣୁ ମାମଲାରେ ଏବେ ଆର୍ୟନଙ୍କ ଲାଗି ଶାହରୁଖ ଗୁରୁତର ଫଶିଥିବା ପରି ମନେ ହେଉଛନ୍ତି।

   Related Posts