Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

୨୪ କମ୍ପାନୀରେ ନିର୍ଦେଶକ, ଇମ୍ଫାରେ ଥିଲେ ଓଟିଭିରେ ଅଛନ୍ତି: ବାବା ନିତ୍ୟାନନ୍ଦଙ୍କ ସହ ନିବିଡ ସମ୍ପର୍କ, ରହିଛି ଅର୍ଥ ହେରଫେର ଓ ଜାଲିଆତି ଅଭିଯୋଗ

27/10/2020 at 4:13 PM

ଭୁବନେଶ୍ୱର ୨୭/୧୦ : କାଲୋରେକ୍ସ ହୋଲ୍ଡିଂସ ପ୍ରାଇଭେଟ ଲିମିଟେଡର ନିର୍ଦେଶକ ମଞ୍ଜୁଳା ଦେବୀ ସରାଫଙ୍କର ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ପଣ୍ଡାଙ୍କ ସମ୍ପର୍କ ରହିଛି। ସେ ଓରଟେଲର ନିର୍ଦେଶକ ଥିବା ସହ ଓଡିଶା ଟେଲିଭିଜନ ଲିମିଟେଡ଼ ଏବଂ କିଷାନଗଡ଼ ପରିବେଶ ଉନ୍ନତି ବିଭାଗର ନିର୍ଦେଶକ ଥିଲେ। ଆହୁରି ଶୁଣିବାକୁ ମିଳିଛି ସେ ଓଡିଶାର କଳାହାଣ୍ଡି ଜିଲ୍ଲାର ଏବଂ ବୈଜୟନ୍ତ ପଣ୍ଡାଙ୍କ ସହ IMFA ରେ ମଧ୍ୟ କାର୍ଯ୍ୟରତ ଥିଲେ।

ମଞ୍ଜୁଳା ଦେବୀ ସରାଫଙ୍କର ସ୍ୱାମୀ ନିତ୍ୟାନନ୍ଦଙ୍କ ସହ ମଧ୍ୟ ସମ୍ପର୍କ ଥିବା ସାମ୍ନାକୁ ଆସିଛି। ସ୍ୱାମୀ ନିତ୍ୟାନନ୍ଦ ସେକ୍ସ ରାକେଟ ମାମଲା ଓ ଅନେକ ଦୁର୍ନୀତି ମାମଲାରେ ଫେରାର ଅଛନ୍ତି। ଦିଲ୍ଲୀ ପବ୍ଲିକ ସ୍କୁଲ ଚଳାଉଥିବା ନିତ୍ୟାନନ୍ଦ ଆଶ୍ରମକୁ ନେଇ ପୋଲିସ ତଦନ୍ତ କରିଥିଲା। ମିଡ଼ିଆ ରିପୋର୍ଟ ଅନୁଯାୟୀ ସ୍କୁଲଟି ମଞ୍ଜୁଳା ସରାଫଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜଣାଯାଇଛି। ଗୁଜୁରାଟ ଏକ୍ସକ୍ଲୁସିଭ୍ ସହିତ ଏକ ଭିଡିଓର ରିପୋର୍ଟରୁ ଜଣାପଡିଛି ଯେ ନିତ୍ୟାନନ୍ଦ ଏବଂ ମଞ୍ଜୁଲା ଶ୍ରଫଙ୍କର ଅତି ଘନିଷ୍ଠ ଏବଂ ଆନ୍ତରିକ ସମ୍ପର୍କ ଅଛି। ଭିଡିଓରେ ମଞ୍ଜୁଳା ସରାଫ ଲୋକଙ୍କୁ ନିତ୍ୟାନନ୍ଦଙ୍କ ଚମତ୍କାର ସମ୍ପର୍କରେ କହିଛନ୍ତି। ଜଣାପଡିଛି ଯେ ନିତ୍ୟାନନ୍ଦଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି।

ଅନ୍ୟ ଏକ ଭିଡିଓରେ ନିତ୍ୟାନନ୍ଦ ମଞ୍ଜୁଳା ସରାଫଙ୍କୁ ରାଜମାତା କହି ସମ୍ବୋଧନ କରି ତାଙ୍କ ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ମଞ୍ଜୁଳା ସରାଫଙ୍କ ଏତେ ଘନିଷ୍ଠ ଥିବା ନିତ୍ୟାନନ୍ଦ କିଏ ତାହା ମଧ୍ୟ ଜାଣିବା ଆବଶ୍ୟକ। ୨୦୧୦ ମସିହାରେ ସନ ଟିଭି ନିତ୍ୟାନନ୍ଦଙ୍କ ସେକ୍ସ ରାକେଟଙ୍କ ଏକ ଭିଡିଓ ରେକର୍ଡିଙ୍ଗ ଜାରି କରିଥିଲା। ଫରେନସିକ ସାଇନ୍ସ ଲ୍ୟାବ ଯାଞ୍ଚରୁ ଭିଡିଓଟି ସତ ବୋଲି ଜଣାପଡିଥିଲା। ନିତ୍ୟାନନ୍ଦଙ୍କ ସହ ଆଶ୍ରମର ଅନେକ କାର୍ଯ୍ୟକର୍ତ୍ତା ଦୁଷ୍କର୍ମ ଓ ଶିଶୁ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତ ଅଛନ୍ତି। ୨୦୧୯ ମସିହା ନଭେମ୍ବର ୨୦ ତାରିଖରେ ଗୁଜରାଟ ପୋଲିସ ଦାବି କରିଥିଲା ଯେ ନିତ୍ୟାନନ୍ଦ କୋର୍ଟଙ୍କ ଶୁଣାଣି ପୂର୍ବରୁ ଦେଶ ଛାଡି ଚାଲି ଯାଇଛନ୍ତି। ଡିସେମ୍ବର ୪ ତାରିଖରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଦେଶରୁ ପଳାୟନ କରିବା ପରେ ନିତ୍ୟାନନ୍ଦ ଏକ ପ୍ରିଭେଟ ଦ୍ବୀପ କିଣିଥିଲେ ଯାହାକୁ ସେ କୈଳାସା ନାଁ ରଖିଛନ୍ତି। ତେବେ ଏହିଭଳି ଜଣେ ପଳାତକ ଓ ଅପରାଧିକ ଅତୀତ ଥିବା ବାବାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମଞ୍ଜୁଳାଙ୍କ ସହ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ସମ୍ପର୍କ ମାମଲାକୁ ଆହୁରି ଜଟିଳ କରିଛି। ମଞ୍ଜୁଳା ଏକଦା ଇମ୍ଫାରେ ଚାକିରୀ କରୁଥିଲେ। ସେତେବେଳେ ସେ ବୈଜୟନ୍ତଙ୍କ ଆସିଷ୍ଟାଣ୍ଡ ଭାବେ କାମ କରୁଥିଲେ।  ପରେ ଅରଟେଲ ଓ ଓଟିଭିରେ ମଧ୍ୟ ଅନ୍ୟତମ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଦଶନ୍ଧି ବିସ୍ତାର କରିଥିଲା ଓ ମଞ୍ଜୁଲା ସରାଫଙ୍କ ସହ ଶ୍ରଫଙ୍କ ସହିତ ବାହାମାସ ଲିଙ୍କ ଥିବା ମଧ୍ୟ ସାମ୍ନାକୁ ଆସିଛି।

ଆଶ୍ଚର୍ଯ୍ୟକର କଥା ହେଲା ମଞ୍ଜୁଲା ଶ୍ରଫ କୌଣସି ଜଣାଶୁଣା ବ୍ୟବସାୟ ନଥିବା ଏକକ ବ୍ୟକ୍ତି। କିନ୍ତୁ ସେ ୨୪ଟି କମ୍ପାନୀରେ ନିର୍ଦେଶକ ଅଛନ୍ତି। ପୂର୍ବରୁ ସେ ଓରଟେଲ ଓ ଓଡିଶା ଟେଲିଭିଜନର ମଧ୍ୟ ନିର୍ଦେଶିକା ଥିଲେ।

ବର୍ତ୍ତମାନ ମଞ୍ଜୁଳା ଅର୍ଥ ହେରଫେର ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରୁ ପଣ୍ଡା ପରିବାର ମାଲିକାନା କମ୍ପାନୀ ଓରଟେଲ କମ୍ୟୁନିକେସନ୍ ଲିମିଟେଡକୁ ମଧ୍ୟ ବାହାମାସ ସେଲ୍ କମ୍ପାନୀରୁ ଟଙ୍କା ଯାଇଛି। ବାହାମାସରୁ ପ୍ରାୟ ୧୮ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ ବୈଜୟନ୍ତ ପଣ୍ଡାଙ୍କ ସହ ବିଭିନ୍ନ ଅପରାଧିକ ମାମଲାରେ ମଞ୍ଜୁଳା ସରାଫ ମଧ୍ୟ ଜଡିତ ଅଛନ୍ତି।

   Related Posts