Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କିଏ ଏହି ସୁନ୍ଦରୀ ମହିଳା ଯାହାଙ୍କୁ ରାତାରାତି ନିଜେ ଫୋନ କରି ଆମେରିକାରୁ ଭାରତକୁ ଡାକିଥିଲେ ମୋଦି

29/06/2019 at 2:29 PM

ନୂଆଦିଲ୍ଲୀ ୨୯/୬ : ଏବେ ଜଣେ ମହିଳାଙ୍କୁ ନେଇ ରାଜନୀତିରେ ଖୁବ ଚର୍ଚ୍ଚା ହେଉଛି । ସୋସିଆଲ ମିଡ଼ିଆରୁ ଆରମ୍ଭ କରି ନ୍ୟୁଜ ଚାନେଲମାନଙ୍କରେ ମଧ୍ୟ ଏହି ମହିଳାଙ୍କ ଚର୍ଚ୍ଚା ହେଉଛି । ମହିଳା ଜଣକ ହେଲେ କରୁଣା ଗୋପାଳ । କରୁଣାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଫୋନ କରି ରାତାରାତି ଡାକିଥିଲେ । ଆସନ୍ତୁ ଜାଣିବା କରୁଣା ଗୋପାଳ କିଏ ଏବଂ ତାଙ୍କୁ ମୋଦି କାହିଁକି ରାତାରାତି ଫୋନ କରି ଡାକିଥିଲେ ।

କରୁଣା ଗୋପାଳ ଅନ୍ତରାଷ୍ଟ୍ରୀୟ ସ୍ଥରରେ ଜଣେ ପ୍ରସଂଶିତ ନେତ୍ରୀ, ସ୍ଥମ୍ଭକାର, ପ୍ରବକ୍ତା ଏବଂ ସ୍ମାର୍ଟ ସିଟି ପରାମର୍ଶଦାତା । ସିଙ୍ଗାପୁର, ସ୍ୱିଡ଼େନ, ୟୁକେ, ଫିଲିପାଇନ୍ସ, ଆରବ ଏମିରେଟସ, ତୁର୍କୀ, ଇସ୍ରାଇଲ ଏବଂ ଆମେରିକା ସରକାର ସ୍ମାର୍ଟ ଗଭର୍ଣ୍ଣାନ୍ସ ଉପରେ ଇନପୁଟ ପାଇଁ ତାଙ୍କଠୁ ପରାମର୍ଶ ନେଇସାରିଛନ୍ତି । ୨୦୧୮ ମସିହାରେ କରୁଣାଙ୍କୁ ୟୁଏଇ ପ୍ରଧାନମନ୍ତ୍ରୀ ଦୁବାଇର ପ୍ରମୁଖ କାର୍ଯ୍ୟକ୍ରମ- ଅର୍ନ୍ତରାଷ୍ଟ୍ରୀୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବ ପାଇଁ ଆମନ୍ତ୍ରିତ କରିଥିଲେ । କରୁଣା ବହୁ ସଂଘର୍ଷ କରି ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ସଂଘର୍ଷମୟ ଜୀବନ ପ୍ରସଂଶନୀୟ ।

କରୁଣାଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହେଉଥିଲା ସେତେବେଳେ ତାଙ୍କୁ ହୃଦଘାତ ହୋଇଥିଲା । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ସେ ମରିନଥିଲେ । ସେ ଜୀବିତ ଥିଲେ । ସେ ପୁଣିଥରେ ନିଜ ପାଠପଢା ପ୍ରତି ଧ୍ୟାନ ଦେଲେ । ସେ ଏନଇଆଇଟିରେ ପଢିଥିଲେ । ଏହାପରେ ସେ ସଫ୍ଟୱେୟାର ଇଂଜିନିୟର ହୋଇଥିଲେ । ୧୯୯୧ ମସିହାରେ ଗୋପାଳ କୃଷ୍ଣଙ୍କୁ ବିବାହ କରିଥିଲେ ।

ଗତ ସରକାରରେ ଥିବାବେଳେ ମୋଦିଙ୍କ ଦ୍ୱାରା ସ୍ମାର୍ଟ ସିଟି ସ୍ବପ୍ନ ପୂରଣ ହୋଇପାରିନଥିଲା । ଯେଉଁଥିପାଇଁ ନିର୍ବାଚନ ସମୟରେ ମୋଦିଙ୍କୁ ନାନା ସମାଲୋଚନା ଶୁଣିବାକୁ ପଡିଥିଲା । ଏଥିପାଇଁ ମୋଦି ନିଜେ ଫୋନ କରି କରୁଣାଙ୍କୁ ଭାରତକୁ ଆସିବା ପାଇଁ କହିଥିଲେ । ୧୦୦ଟି ସ୍ମାର୍ଟ ସିଟି ତିଆରି କରିବା ଲକ୍ଷ୍ୟ ରଖିଛନ୍ତି ମୋଦି । ଏଥିପାଇଁ ମୋଦି ନିଜେ କରୁଣାଙ୍କୁ ୧୦୦ ସ୍ମାର୍ଟ ସିସ୍ଟିର ପରାମର୍ଶଦାତା କରିଛନ୍ତି । ଏ ନେଇ ବିସ୍ତ୍ରୃତଭାବେ ଆଲୋଚନା କରିବା ପାଇଁ ମୋଦି କରୁଣାଙ୍କୁ ଭାରତକୁ ଡାକିଛନ୍ତି ।

   Related Posts