କାମେଶ୍ୱର ଚୌପାଲ କିଏ? ବିହାର ଉପମୁଖ୍ୟମନ୍ତ୍ରୀ ପଦଲାଗି କାହିଁକି ଉଠୁଛି ତାଙ୍କ ନାମ?

Published By : Prameya-News7 Bureau | November 13, 2020 IST

ପାଟନା ୧୩।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଜେଡିୟୁ ନେତା ନିତିଶ କୁମାରଙ୍କ ନାମ ମୁଖ୍ୟମନ୍ତ୍ରୀ ପଦଲାଗି ସ୍ଥିରିକୃତ ହୋଇସାରିଥିବା ଜଣାପଡିଛି। ତେବେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ସ୍ଥାନରେ ଏବେ କାମେଶ୍ୱର ଚୌପାଲଙ୍କ ନାମ ଚର୍ଚ୍ଚା ହେଉଛି।

{"id":361263,"width":578,"height":397,"sizeSlug":"large"}

ବିହାର ରାଜନୀତିରେ କାମେଶ୍ୱର ଚୌପାଲ ଜଣେ ଜଣାଶୁଣା ନାମ। ତେବେ ଦେଶର ରାଜନୀତିରେ ଏପର୍ଯ୍ୟନ୍ତ ଅପରିଚିତ। ତେବେ କାମେଶ୍ୱର ଚୌପାଲ ରାଜ୍ୟ ବିଜେପିର ଜଣେ ପୁରୁଣା ଦଳିତ ନେତା। ଅଯୋଧ୍ୟା ଶ୍ରୀରାମ ମନ୍ଦିର ଆନ୍ଦୋଳନରେ ମଧ୍ୟ ସେ ଜଡିତ ଥିଲେ। ଏଣୁ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଗଲେ ରାଜ୍ୟର ଦଳିତବର୍ଗରେ ବିଜେପିର ଆଦ୍ରୁତି ବଢିବା ସହ ରାମବିଲାଶ ପାଶୱାନଙ୍କ ପରଲୋକରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ମଧ୍ୟ ପୂରଣ ହୋଇପାରିବ।

{"id":361264,"width":578,"height":360,"sizeSlug":"large"}

ବର୍ତ୍ତମାନ ସମୟରେ ବିହାରରେ ଦଳିତ ନେତାଙ୍କ ଅଭାବ ଦେଖା ଦେଇଛି। ଏଥିରୁ ନୂଆ ନେତା ସୃଷ୍ଟି ସାଙ୍ଗକୁ ରାଜ୍ୟରେ ବିଜେପିକୁ ପ୍ରଭାବ ବିସ୍ତାର କରିବାର ସୁଯୋଗ ମଧ୍ୟ ମିଳିବ। କାମେଶ୍ୱର ଚୌପାଲ ରାଜ୍ୟ ରାଜନୀତିରେ କୌଣସି ସଦନର ସଦସ୍ୟ ନାହାନ୍ତି। ତେବେ ଅଯୋଧ୍ୟା ରାମ ଜନ୍ମଭୂମି ନ୍ୟାସର ସେ ସଦସ୍ୟ ଅଛନ୍ତି। ୧୯୯୧ ମସିହାରେ କାମେଶ୍ୱର ଚୈପାଲ ରାମ ବିଲାଶ ପାଶ୍ୱାନଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ। ହେଲେ ସେତେବେଳେ ସେ ପରାସ୍ତ ହୋଇଥିଲେ।  ୨୦୧୪ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ସୁପୌଲରେ ପ୍ରାର୍ଥୀ କରିଥିଲା। ଏଠାରେ ପପୁ ଯାଦବଙ୍କ ପତ୍ନୀ ରଞ୍ଜିତା ରଞ୍ଜନଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱୀତା ହୋଇଥିଲା। ହେଲେବି ସେ ଜିତିପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.