Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

WHOଙ୍କୁ ପାଣ୍ଠି ଦିଅନ୍ତି କିଏ ? ଜାଣନ୍ତୁ ସଙ୍ଗଠନର ସମ୍ପୂର୍ଣ୍ଣ ତଥ୍ୟ

10/04/2020 at 4:39 PM

କରୋନା ସଂକ୍ରମଣ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣ ହାର ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିବା ଏବେ ଚିନ୍ତାର କାରଣ ପଲଟିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ଙ୍କୁ ପାଣ୍ଠି ନଦେବାକୁ ଆମେରିକା ଧମକ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  କେବଳ ଆମେରିକାରେ ଲୋକଙ୍କ ଲାଗି ନୁହେଁ ସାରା ବିଶ୍ୱରେ କୋଭିଡ-୧୯ ନିୟନ୍ତ୍ରଣରେ ଡବ୍ଲୁଏଚ୍‌ଓ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।

ଡବ୍ଲୁଏଚ୍‌ଓଙ୍କୁ ସାରା ବିଶ୍ୱରୁ ମିଳୁଥିବା ପାଣ୍ଠିର ଏକ ବଡ ଅଂଶ ଆମେରିକାରୁ ମିଳିଥାଏ। ୨୦୧୯-୨୦୨୩ ପାଞ୍ଚବାର୍ଷ ଲାଗି ଡବ୍ଲୁଏଚ୍ଓ ୧୪.୧୪ ମିଲିୟନ ଡଲାରର ନିବେଶ ଲକ୍ଷ ରକିଛନ୍ତି। ଡବ୍ଲୁଏଚଓଙ୍କ ଅଧିକାରୀକ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଥିବା ବେଳେ ୧ ବିଲିୟନ ଲୋକଙ୍କ ପର୍ଯ୍ୟନ୍ତ ଡବ୍ଲୁଏଚଓ ପହଞ୍ଚିଥିବାର ଦାବି କରିଛନ୍ତି। ଏଣୁ ତାଙ୍କର ୫ ବାର୍ଷିକ ଯୋଜନାକୁ ଟ୍ରିପଲ ବିଲିୟନରେ ପହଞ୍ଚାଇବାକୁ ବିଚାରକରୁଥିବା ବେଳେ ଆମେରିକାର ଧମକ ଡବ୍ଲୁଏଚଓଙ୍କ ଲାଗି ଚିନ୍ତାର ବିଷୟ ପାଲଟିଛି।

ତେବେ ଡବ୍ଲୁଏଚଓଙ୍କ ଆର୍ଥିକ ଆବଶ୍ୟକତା ଆମେରିକା ସମେତ ସମସ୍ତ ସଦସ୍ୟ ଦେଶ ଓ ଅନୁଦାନକାରୀଙ୍କ ଠାରୁ ମିଳିଥାଏ। ତେବେ ଡବ୍ଲୁଏଚଓଙ୍କ ସମ୍ମୁଖରେ ଉଭା ହେଉଥିବା ନୂଆ ନୂଆ ସମସ୍ୟା ଓ ସେହି ଅନୁସାରେ ସାଧନର ଆବଶ୍ୟକତା ଏବେ କମ ପଡୁଥିବାରୁ ସଙ୍ଗଠନ ତାଙ୍କର ଖର୍ଚ୍ଚ ହ୍ରାସ କରିଛନ୍ତି। ତେବେ ଆମେରିକା ଡବ୍ଲୁଏଚଓକୁ ପାଣ୍ଠି ବନ୍ଦ ଲାଗି ରାଷ୍ଟ୍ରପତି ଘୋଷଣା କରିବା ପରେ ଏବେ ଆମେରିକା ଲାଗି ସଙ୍ଗଠନ ତାର ସମସ୍ତ ସୁବିଧା ସୁଯୋଗ ହୁଏତ ବନ୍ଦ କରିପାରନ୍ତି। ଏହା ଛଡା ଦେଶର ଭୋଟ ଦାନର ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହୋଇପାରେ।

ଯେତେବେଳେ କୋଭିଡ-୧୯ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା ଓ ଚୀନ ବାହାରେ ଥାଇଲ୍ୟାଣ୍ଡରେ ପ୍ରଥମ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଲେ ତା ପରେବି ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଏହା ମଣିଷଠୁ ମଣିଷକୁ ସଂକ୍ରମିତ ହେଉନଥିବା ଭୂତାଣୁ ବୋଲି ଏକ ଟ୍ୱିଟ୍‌ରେ ଜଣାଇଥିଲେ।  ଯାହା ଯୋଗୁ ଆଜି ସାରା ବିଶ୍ୱକୁ ଚୀନ ଭୂତାଣୁ ବ୍ୟାପି ଯାଇଥିବା ଆମେରିକା ସମେତ ଅନେକ ଦେଶ ଅଭିଯୋଗ କଲେଣି। ଏଥିଯୋଗୁ ଡବ୍ଲୁଏଚଓ ଡିଜି ମଧ୍ୟ ବେଶ୍ ସରବ୍ୟ ହେଉଛନ୍ତି।   

   Related Posts