Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କିଏ ଥିଲେ ଦୁର୍ଯ୍ୟୋଧନଙ୍କ ପତ୍ନୀ ଏବଂ କର୍ଣଙ୍କ ସହ କ’ଣ ଥିଲା ତାଙ୍କର ସମ୍ପର୍କ ଜାଣନ୍ତୁ

1/02/2019 at 4:00 PM

କାମ୍ବୋଜର ରାଜା ଚନ୍ଦ୍ରଵର୍ମାଙ୍କ କନ୍ୟା ଭାନୁମତୀ ଦୁର୍ଯ୍ୟୋଧନଙ୍କ ପତ୍ନୀ ଥିଲେ | କାମ୍ବୋଜ ରାଜା ଭାନୁମତୀଙ୍କ ପାଇଁ ସ୍ଵୟମ୍ବର ଆୟୋଜନ କରିଥିଲେ | ଭାନୁମତୀଙ୍କ ସ୍ଵୟମ୍ବରରେ ରୁକ୍ମ, ଶିଶୁପାଳ, ଦୁର୍ଯ୍ୟୋଧନ, ଜରାସନ୍ଧ, କର୍ଣ ଏବଂ ଅନେକ ରାଜା ଉପସ୍ଥିତ ଥିଲେ | ଭାନୁମତୀ ବହୁତ ସୁନ୍ଦରୀ ଏବଂ ତୀକ୍ଷ୍ଣ ରାଜକୁମାରୀ ଥିଲେ | ତାଙ୍କ ଉପରେ ଅନେକ ରାଜକୁମାର ମୋହିତ ଥିଲେ | ସ୍ଵୟମ୍ବରରେ ଦୁର୍ଯ୍ୟୋଧନ ମଧ୍ୟ ଭାନୁମତୀଙ୍କୁ ଦେଖି ମୋହିତ ହୋଇଯାଇଥିଲେ |


ସ୍ଵୟମ୍ବର ବେଳେ ଭାନୁମତୀ ହାତରେ ବରଣ ମାଳ ଧରି ଗୋଟିଏ ପରେ ଗୋଟିଏ ରାଜକୁମାରଙ୍କ ପାଖକୁ ଯାଉଥିଲେ | ଯେତେବେଳେ ଭାନୁମତୀ ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚିଲେ ସେତେବେଳେ ଦୁର୍ଯ୍ୟୋଧନ ଚାହୁଁଥିଲେ ଯେ, ଭାନୁମତୀ ବରଣମାଳା ତାଙ୍କୁ ପିନ୍ଧାନ୍ତୁ | କିନ୍ତୁ ସେମିତି ହେଇନଥିଲା | ଭାନୁମତୀ ଦୁର୍ଯ୍ୟୋଧନଙ୍କୁ ବରଣମାଳା ନ ପିନ୍ଧାଇ ଆଗକୁ ବଢି ଯାଇଥିଲେ |

ସେତେବେଳେ ଦୁର୍ଯ୍ୟୋଧନ ନିଜେ ଭାନୁମତୀଙ୍କ ହାତ ଭିଡି ଧରି ନିଜେ ହିଁ ଭାନୁମତୀଙ୍କ ହାତରୁ ବରଣମାଳା ପିନ୍ଧି ଦେଇଥିଲେ | ଏହା ଦେଖି ସେଠାରେ ଉପସ୍ଥିତ ସବୁ ରାଜା ଯୁଦ୍ଧ କରିବ ପାଇଁ ନିଜ ନିଜ ଅସ୍ତ୍ର ବାହାର କରିଥିଲେ | ରାଜାମାନେ ଅସ୍ତ୍ର ବାହାର କରିବ ଦେଖି ଦୁର୍ଯ୍ୟୋଧନ କହିଥିଲେ, ପ୍ରଥମେ ସବୁ ରାଜାଙ୍କୁ କର୍ଣଙ୍କ ସହ ଯୁଦ୍ଧ କରିବାକୁ ପଡିବ | କର୍ଣ ଯୁଦ୍ଧରେ ସବୁ ରାଜାଙ୍କୁ ପରାସ୍ତ କରିଦେଇଥିଲେ |


ଯେତେବେଳେ ଦୁର୍ଯ୍ୟୋଧନ ଭାନୁମତୀଙ୍କୁ ଧରି ହସ୍ତୀନାପୁର ପହଁଚିଲେ ସେତେବେଳେ ସମସ୍ତେ ଦୁର୍ଯ୍ୟୋଧନଙ୍କୁ ବିରୋଧ କରିଥିଲେ | ସେତେବେଳେ ଦୁର୍ଯ୍ୟୋଧନ କହିଥିଲେ ଭୀଷ୍ମ ପିତାମହ ମଧ୍ୟ ସାବତ ଭାଇମାନଙ୍କ ପାଇଁ ଅମ୍ବା, ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ହରଣ କରି ଆଣିଥିଲେ | ଏହି ଯୁକ୍ତି ଶୁଣି ସମସ୍ତେ ଶାନ୍ତ ହୋଇଯାଇଥିଲେ ଏବଂ ଦୁର୍ଯ୍ୟୋଧନଙ୍କ ବିବାହ ଭାନୁମତୀଙ୍କ ସହ ସମ୍ପନ୍ନ ହୋଇଥିଲା |


ମହାଭାରତ ଯୁଦ୍ଧ ବେଳେ ଭାନୁମତୀଙ୍କ ପୁତ୍ର ଲକ୍ଷ୍ମଣକୁମାରଙ୍କୁ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ବଧ କରିଥିଲେ |


ଦୁର୍ଯ୍ୟୋଧନଙ୍କୁ ବିବାହ ପରେ ଭାନୁମତୀ ଏବଂ କର୍ଣଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା | ଥରେ ଭାନୁମତୀ ଏବଂ କର୍ଣ ଶତରଂଜ ଖେଳୁଥିଲେ | ଖେଳରେ କର୍ଣ ଜିତିବାକୁ ଯାଉଥିଲେ | ସେତିକିବେଳେ ଦୁର୍ଯ୍ୟୋଧନ ସେପଟୁ ଆସୁଥିଲେ | ଦୁର୍ଯ୍ୟୋଧନଙ୍କୁ ଦେଖି ଭାନୁମତୀ ଛିଡା ହେବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ଦୁର୍ଯ୍ୟୋଧନ ଆସୁଥିବା କର୍ଣ ଜାଣିନଥିଲେ | ସେଥିପାଇଁ ଭାନୁମତୀ ଯେତେବେଳେ ଛିଡା ହେବା ପାଇଁ ଚେଷ୍ଟା କରିଥିଲେ କର୍ଣ ଭାନୁମତୀଙ୍କ ହାତ ଧରି ତାଙ୍କୁ ବସେଇବା ପାଇଁ ଚେଷ୍ଟା ପ୍ରୟାସ କରିଥିଲେ | ଯାହାଫଳରେ ଭାନୁମତୀ ପିନ୍ଧିଥିବା ମୋତି ମାଳା ଛିଣ୍ଡି ଯାଇଥିଲା |

ସେତେବେଳେ ଦୁର୍ଯ୍ୟୋଧନ ସେଠାରେ ପହଂଚି ସାରିଥିଲେ | ଦୁର୍ଯ୍ୟୋଧନଙ୍କୁ ଦେଖି ଭାନୁମତୀ ଏବଂ କର୍ଣ ଡରି ଯାଇଥିଲେ | ସେମାନେ ଭାବିଲେ ଦୁର୍ଯ୍ୟୋଧନ ଉଭୟଙ୍କ ବନ୍ଧୁତ୍ୱକୁ ଖରାପ ନ ଭାବନ୍ତୁ | କିନ୍ତୁ ଦୁର୍ଯ୍ୟୋଧନଙ୍କୁ ନିଜ ବନ୍ଧୁ କର୍ଣଙ୍କ ଉପରେ ପୁରା ବିଶ୍ୱାସ ଥିଲା | ଦୁର୍ଯ୍ୟୋଧନ କର୍ଣକୁ କହିଲେ, ବନ୍ଧୁ ମୋତି ଗୋଟାଇଦିଅ | ଏହାପରେ କର୍ଣଙ୍କ ସହ କୌଣସି ଏକ ବିଷୟରେ ଆଲୋଚନା କରି ଦୁର୍ଯ୍ୟୋଧନ ଫେରି ଯାଇଥିଲେ | ଦୁର୍ଯ୍ୟୋଧନଙ୍କ ବିଶ୍ୱାସ ଯୋଗୁଁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ନହୋଇ ରକ୍ଷା ପାଇଯାଇଥିଲା | ଦୁର୍ଯ୍ୟୋଧନ ମଧ୍ୟ ପତ୍ନୀ ଭାନୁମତୀଙ୍କ ସହିତ ସବୁବେଳେ ବନ୍ଧୁ ଭଳି ବ୍ୟବହାର କରିଥିଲେ |


ଭାନୁମତୀ ସୁନ୍ଦର ହେବା ସହ ବହୁତ ଶକ୍ତିଶାଳୀ ମଧ୍ୟ ଥିଲେ | ସତୀ ପର୍ବରେ ଗାନ୍ଧାରୀ କହିଥିଲେ ଯେ, ଖେଳ ଖେଳରେ ଭାନୁମତୀ ଦୁର୍ଯ୍ୟୋଧନଙ୍କ ସହିତ କୁସ୍ତି ମଧ୍ୟ କରୁଥିଲେ | କୁସ୍ତିରେ ଦୁର୍ଯ୍ୟୋଧନ କେତେଥର ଭାନୁମତୀଙ୍କ ଠାରୁ ହାରି ମଧ୍ୟ ଯାଇଥିଲେ |

   Related Posts