ଲାଲ କିଲ୍ଲାରେ ନିଶାନ ସାହେବ ଧ୍ବଜା ଲଗାଇଥିବା ଅଭିନେତା ଦୀପ ସିଦ୍ଧୁ କିଏ ଜାଣନ୍ତୁ

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭/୦୧ : ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲ କିଲ୍ଲାରେ ଧାର୍ମିକ ଧ୍ବଜା ଲଗାଇବା ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି। ଏହି ଘଟଣା ପରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ କଥିତ ଭାବେ ସ୍ୱୀକାର କରିଛନ୍ତି ସେ ଘଟଣା ବେଳେ ସେ ସେଠାରେ ଉପସ୍ଥିତ ଥିଲେ। କୃଷକମାନେ ଲାଲ କିଲ୍ଲା ଆଡକୁ ମୋର୍ଚ୍ଚା ନେବାକୁ ସେ କହିଥିଲେ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ସେ କିମ୍ବା ତାଙ୍କ ସମର୍ଥକ ରାଷ୍ଟ୍ରୀୟ ଧ୍ବଜା ହଟାଇନଥିଲେ ବୋଲି ସେ କହିଛନ୍ତି।

{"id":399337,"sizeSlug":"large","linkDestination":"none"}

ଦୀପ ସିଦ୍ଧୁ ପଞ୍ଜାବୀ ଅଭିନେତା ଓ ଫିଲ୍ମ ନିର୍ମାତା। ତାଙ୍କ ଜନ୍ମ ପଞ୍ଜାବ ମୁକ୍ତସରରେ। କିଙ୍ଗ ଫିଶର୍ ମଡେଲ୍ ହଣ୍ଟ୍ ଜିତିବା ପରେ ଦୀପ ସିଦ୍ଧୁ ଚର୍ଚ୍ଚାକୁ ଆସିଥିଲେ। ପରେ ସେ ଗ୍ରାସିମ୍ ମିସ୍ଟର୍ ପର୍ଶନାଲିଟି ଓ ଗ୍ରାସିମ୍ ମିସ୍ଟର୍ ଟ୍ୟାଲେଣ୍ଟେଡ୍ ବି ଜିତିଥିଲେ। ମଡେଲିଂ ଛଡା ସାହାରା ଇଣ୍ଡିଆ ପରିବାର ସହ ସେ ଆଇନ ପରାମର୍ଶଦାତା ଭାବେ ମଧ୍ୟ କାମ କରିଛନ୍ତି। ଏହାସହ ସାଢେ ୩ ବର୍ଷ ଯାଏଁ ସେ ବାଲାଜୀ ଟେଲିଫିଲ୍ମସର ଆଇନ ପରାମର୍ଶଦାତା ମଧ୍ୟ ଥିଲେ। 

{"id":399346,"sizeSlug":"large","linkDestination":"none"}

୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ରାଜନୀତିରେ ଏଣ୍ଟ୍ରି କରିଥିଲେ। ଗୁରଦାସପୁର ବିଜେପି ସାଂସଦ ସନ୍ନି ଦେଓଲଙ୍କ ପାଇଁ ସେ ପ୍ରଚାର କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ରମତା ଯୋଗୀ ଯୋଉଟା ୨୦୧୫ରେ ରିଲିଜ ହୋଇଥିଲା। ୨୦୧୮ରେ ତାଙ୍କ ଅଭିନୀତ ଫିଲ୍ମ ଜିରୋ ଦାସ ନମ୍ବରୀୟା ଲୋକପ୍ରିୟ ହୋଇଥିଲା।

{"id":399347,"sizeSlug":"large","linkDestination":"none"}

ଗଣତନ୍ତ୍ର ଦିବସରେ ଲାଲ କିଲ୍ଲାରେ ହୋଇଥିବା ହିଂସା ଘଟଣାରେ ସେ ସାମିଲ ଥିଲେ। ମଙ୍ଗଳବାର ଦିନ ତାଙ୍କୁ ବିରୋଧ କରିବା ପରେ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ସେ ରାଷ୍ଟ୍ରୀୟ ଧ୍ବଜା ସେ ହଟାଇନଥିଲେ। ସେ କହିଛନ୍ତି ଯେ ଲାଲ କିଲ୍ଲାରେ ଏକ ପ୍ରତୀକାତ୍ମକ ବିରୋଧ ଭାବେ ନିଶାନ ସାହେବ ଲଗାଯାଇଥିଲା। ଯେଉଁଭଳି ଶିଖା ଧର୍ମର ପ୍ରତୀକ ନିଶାନ ସାହେବ ସବୁ ଗୁରୁଦ୍ୱାରା ପରିସରରେ ଲାଗିଥାଏ। ଫେସବୁକରେ ପୋଷ୍ଟ କରିଥିବା ଏକ ଭିଡିଓରେ ସେ କହିଛନ୍ତି,"ନୂଆ କୃଷି ଆଇନକୁ ବିରୋଧ ପ୍ରଦର୍ଶନ କରି ପ୍ରତୀକ ସ୍ୱରୂପ ନିଶାନ ସାହେବ ଓ କିଷାନ ଝଣ୍ଡା ଲଗାଯାଇଥିଲା ଓ କିଷାନ ସଂଗଠନ ଏକତା ନାରା ଦୃଢ କରିଥିଲୁ "

{"id":399348,"sizeSlug":"large","linkDestination":"none"}

ଦୀପ ସିଦ୍ଧୁ ସ୍ପଷ୍ଟ କରି କହିଛନ୍ତି ଯେ ନିଶାନ ସାହେବ ଧ୍ବଜା ଦେଶର 'ବିବିଧତାରେ ଏକତା'କୁ ପ୍ରତିନିଧିତ୍ବ କରେ। ନିଶାନ ସାହେବ ଧ୍ବଜାରେ ଖଣ୍ଡା, ଦୁଇଧାର ବିଶିଷ୍ଟ ଖଣ୍ଡା, ଚକ୍ର, ଡିସ୍କ ଓ ଦୁଇଟି କିରପାନ ରହିଛି ଯାହା ପରସ୍ପରକୁ ହ୍ୟାଣ୍ଡଲ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.