ଜାଣନ୍ତୁ କିଏ ସୁଷମା ସ୍ୱରାଜଙ୍କ ଝିଅ, କରନ୍ତି କ’ଣ ?
7/08/2019 at 10:33 PM

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କର ବୁଧବାର ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ସୁଷମା ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆଇନ ପଢୁଥିବା ବେଳେ ସ୍ୱରାଜ କୌଶଲଙ୍କ ସମ୍ପର୍କରେ ଆସିଥିଲେ । ପରେ ଉଭୟ ପରସ୍ପରକୁ ଭଲପାଇ ବିବାହ କରିଥିଲେ। ସ୍ୱରାଜଙ୍କୁ ସୁଷମା ଏତେ ଭଲ ପାଉଥିଲେ ଯେ ତାଙ୍କ ନାମକୁ ନିଜର ସାଙ୍ଗିଆ କରିଦେଇଥିଲେ। ଉଭୟଙ୍କ ଭଲପାଇବାର ସନ୍ତକ ହେଉଛନ୍ତି ବାଂଶୁରୀ ସ୍ୱରାଜ। ପିତାମାତାଙ୍କ ଭଳି ସେ ମଧ୍ୟ ଆଇନକୁ ନିଜର ପେଷା କରିଛନ୍ତି।

ବାଂଶୁରୀ ଅକ୍ସଫର୍ଡରୁ ତାଙ୍କର ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଇନର ଟେମ୍ପୁଲରୁ କ୍ରିମିନାଲ ଲ ରେ ବାରିଷ୍ଟର ଡିଗ୍ରି ହାସଲ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର କ୍ରିମିନାଲ ବାରରେ ଜଣେ କ୍ରିମିନାଲ ଲୟର ଭାବେ ତାଙ୍କର ବେଶ ନାମ ରହିଛି। ତେବେ ବାଂଶୁରୀ ନିଜକୁ ରାଜନୀତି ଓ ମିଡିଆରୁ ସବୁବେଳେ ସୁରକ୍ଷିତ ଦୂରତାରେ ରଖିଆସିଛନ୍ତି। ତେବେ ଆଇପିଏଲ କମିଶନର ଲଳିତ ମୋଦିଙ୍କ ଲିଗାଲ ଟିମରେ ସେ ଥିବାର ଜଣାପଡିବା ପରେ ଆଇପିଏଲ ଦୁର୍ନୀତି ବେଳେ ତାଙ୍କୁ ବି ଭ୍ରଷ୍ଟାଚାର ଟିମର ସଦସ୍ୟା ଭାବେ ଦେଖା ଯାଇଥିଲା।

ସୁଷମାଙ୍କର ଜଣେ ଭାଇ ଓ ଭଉଣୀ ବି ଅଛନ୍ତି। ଭାଇ ଗୁଲଶନ ଶର୍ମା ହରିୟାଣାରେ ଜଣାସୁଣା ଆୟୁର୍ବେଦ ଡାକ୍ତର ହୋଇଥିବା ବେଳେ ଭଉଣୀ ବନ୍ଦନା ଶର୍ମା ହରିୟାଣାର ଏକ କଲେଜରେ ପ୍ରଫେସର ଅଛନ୍ତି। ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଲ ଏବେ ସୁପ୍ରିମକୋର୍ଟରେ ବରିଷ୍ଠ ଅଧିବକ୍ତା ଅଛନ୍ତି। ଏହା ଛଡା ୧୯୯୦ରୁ ୯୩ ମସିହା ପର୍ଯ୍ୟନ୍ତ ମିଜୋରାମ ରାଜ୍ୟର ରାଜ୍ୟପାଳ ମଧ୍ୟ ଥିଲେ।