କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କିଏ ଜାଣନ୍ତୁ, ତାଙ୍କ ପିତା ମଧ୍ୟ ଥିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 27, 2021 IST

ବେଙ୍ଗାଲୁରୁ ୨୭।୭: କର୍ଣ୍ଣାଟକ ବିଜେପିର ଦୀର୍ଘ ଦିନରୁ କୁହୁଳୁଥିବା ଅସନ୍ତୋଷ ମଙ୍ଗଳବାର ଏକପ୍ରକାର ସମାଧାନ ହୋଇଛି। ଏଥିରେ ରାଜ୍ୟର ଗୃହ, ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ମନୋନୟନ କରାଯାଇଛି। ବି.ଏସ୍.ୟଦୟୁରପ୍ପା ତାଙ୍କ ନାମ ପ୍ରସ୍ତାବ କରିଥିବା ବେଳେ ଦଳରେ ସର୍ବସମ୍ମତ ଗୃହୀତ ହୋଇଛି। ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ବାସବରାଜ ତାଙ୍କ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିଲେ।

{"id":486834,"sizeSlug":"large","linkDestination":"none"}

ବାସବରାଜ ବିଜେପିର ହଭେରୀ ଓ ଉଡୁପୀ ଜିଲ୍ଲା ପ୍ରଭାରୀ ମଧ୍ୟ।  ରାଜ୍ୟ ଜଳ ସଂସାଧନ ଓ ସମବାୟ ବିଭାଗ ମନ୍ତ୍ରାଳୟର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି। ଏହା ଛଡା ମୁଖ୍ୟମନ୍ତ୍ରୀ ୟଦୟୁରପ୍ପାଙ୍କ ପରେ ରାଜ୍ୟ ଦଳର ସେ ଦୁଇ ନମ୍ବର ନେତା ମଧ୍ୟ। ୟଦୟୁରପ୍ପାଙ୍କ ବିଶ୍ୱସ୍ଥ ନେତାଙ୍କ ମଧ୍ୟରେ ବାସବରାଜ ଅନ୍ୟତମ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳୀୟ ବୈଠକରେ ତାଙ୍କ ନାମ ପ୍ରସ୍ତାବ କରିଛନ୍ତି। ସେ ଲିଙ୍ଗାୟତ ସମୂଦାୟର ମଧ୍ୟ ପ୍ରତିନିଧିତ୍ୱ କରନ୍ତି।

{"id":486835,"width":838,"height":472,"sizeSlug":"large","linkDestination":"none"}

ବାସବରାଜଙ୍କ ପିତା ଏସ.ଆର. ବୋମାଇ  ଅତୀତରେ ରାଜ୍ୟରେ ଜନତା ଦଳ ମୁଖ୍ୟମନ୍ତ୍ରୀ ଥିଲେ। ଏଣୁ ରାଜ୍ୟରେ ଜନତା ପରିବାର ସହ ବାସବରାଜଙ୍କ ଘନିଷ୍ଠ  ସମ୍ପର୍କ ରହିଛି। ୨୦୧୮ ମସିହାରେ ବାସବରାଜ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୨୦୦୮ ବିଧାନସଭା ନିର୍ବାଚନରେ ସେ ହାଭେରୀ ଜିଲ୍ଲାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଇଞ୍ଜିନିୟରିଂ ଉତୀର୍ଣ୍ଣ ହେବା ପରେ ସେ ଟାଟା ସମୂହରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେ ତାଙ୍କ ନିର୍ବାଚନମଣ୍ଡଳି ସିଗଗାଓଁରେ ପାଇପ୍ ଜଳ ସେଚନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଫଳରେ ଶତପ୍ରତିଶତ ସେଚନ ଲକ୍ଷ ହାସଲ ହୋଇଥିଲା। ଏଥିଲାଗି ସାରା ଦେଶରେ ଆଜି ମଧ୍ୟ ତାଙ୍କୁ ଶ୍ରେୟ ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.