Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏନସିପିର ଅଜିତ ପାୱାର କିଏ ଜାଣନ୍ତୁ

23/11/2019 at 3:53 PM

ମୁମ୍ବାଇ : ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ଗତ ୫୨ ବର୍ଷ ହେଲା ୨ ଜଣ ନେତା ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ସେମାନେ ହେଲେ ପାୱାର ପରିବାରର ଶରଦ ପାୱାର ଓ ଅଜିତ ପାୱାର। ଉଭୟ ନେତା ଏହି ଆସନରୁ ଜଣକା ୬ ଥର ଲେଖାଏଁ ବିଧାୟକ ନିର୍ବାଚିତ ହେଲେଣି। ଏଥିରୁ ସେମାନେ ୮ ଥର କଂଗ୍ରେସ ଓ ୪ ଥର ଏନସିପି ବ୍ୟାନରରେ ଜିତିଛନ୍ତି।

ଏହି ଆସନରୁ ଶରଦ ପାୱାର ୧୯୬୭ରୁ ୯୦ ମସିହା ପର୍ଯ୍ୟନ୍ତ ଲଗାତାର କଂଗ୍ରେସ ପ୍ରାର୍ଥୀ ଭାବେ ଜିତୁଥିଲେ। ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଅଜିତ ପାୱାର ୨ ଥର କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହୋଇଛନ୍ତି। ପରେ ଶରଦ ନିଜର ପାର୍ଟି ଗଢି କଂଗ୍ରେସରୁ ଅଲଗା ହୋଇଯାଇଥିଲେ। ଏନସିପି ଗଠନ ପରଠାରୁ ଏଠାରୁ ଅଜିତ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।  ବାରାମତୀରେ ଏନସିପି ସହ ଶିବସେନା ଓ ବିଜେପି ପ୍ରାର୍ଥୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀତା କରନ୍ତି। ହେଲେ ଅଜିତ ଓ ଶରଦଙ୍କ ବ୍ୟତୀତ ଏଠାରୁ ଏପର୍ଯ୍ୟନ୍ତ ଅନ୍ୟ କେହି ନିର୍ବାଚିତ ହୋଇନାହାନ୍ତି। ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଅଜିତ ଏଠାରୁ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହୋଇଛନ୍ତି।  

ତେବେ ଜାଣନ୍ତୁ ଅଜିତ ପାୱାର କିଏ ?
ଏନସିପି ନେତା ଶରଦ ପାୱାରଙ୍କ ବଡ ଭାଇ ଅନନ୍ତରାଓ ପାୱାରଙ୍କ ପୁଅ ହେଉଛନ୍ତି ଅଜିତ ପାୱାର। ଅନନ୍ତ ଓ ଶରଦଙ୍କ ପିତା ବି. ଶାନ୍ତାରାମଙ୍କ ରାଜକମଲ ଷ୍ଟୁଡିଓରେ କାମ କରୁଥିଲେ। ଏଣୁ ସେମାନଙ୍କ ପରିବାରର ବେଶପ୍ରତିଷ୍ଠା ଥିଲା। ରାଜନୀତି ପ୍ରତି ଶରଦଙ୍କ ଋଚି ଥିଲା। ଏଣୁ ସେ କଂଗ୍ରେସ ବ୍ୟାନରରେ ରାଜନୀତିକୁ ଓହ୍ଲାଇଥିବା ବେଳେ ବାରାମତୀ ବିଧାନସଭା ନିର୍ବାଚନ ମଣ୍ଡଳିକୁ ତାଙ୍କ ପରିବାର କରିଦେଇଥିଲେ। ପରେ କାକାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଅଜିତ। ଦାଦା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଅନାଗ୍ରହୀ ହେଲେ ଏଠାରୁ ଅଜିତ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହେଉଥିଲେ। ଏହି ଧାରା ଏନସିପି ଗଠନ ପରେ ବି କାୟମ ରହିଛି।

ଅଜିତ ପାୱାର ଏତେ ଉଚ୍ଚଶିକ୍ଷିତ ନୁହଁନ୍ତି। ନିର୍ବାଚନ ମଣ୍ଡଳୀରେ ଦାଦା (ବଡଭାଇ) ଭାରେ ଲୋକପ୍ରୀୟ ଅଜିତ ଦେଓଲୀ ପ୍ରବରରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ରାଜନୀତି ସହ ସମ୍ପୃକ୍ତ ରହିଛନ୍ତି। ମାତ୍ର ୨୦ ବର୍ଷ ବୟସରେ ଅଜିତ ଏକ ଚିନି ସମବାୟ ସମିତି ଲାଗି ସଦସ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରି ସଫଳ ହୋଇଥିଲେ। ପରେ ୧୯୯୧ ମସିହାରେ ପୁଣେ ଜିଲ୍ଲା ମସବାୟ ବ୍ୟାଙ୍କର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଦୀର୍ଘ ୧୬ ବର୍ଷ କାଳ ସେ ସମବାୟ ବ୍ୟାଙ୍କ ସହ ଜଡିତ ରହିଥିଲେ।

ସେହି ୯୧ ମସିହାରେ ଅଜିତ ବାରାମତୀ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ହେଲେ ପରେ ତାଙ୍କ କାକାଙ୍କ ଲାଗି ଆସନ ଛାଡି ଦେଇଥିଲେ। ୧୯୯୨ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଅଜିତ ଏଠାରୁ ବିଧାୟକ ନିର୍ବାଚିତ ହୋଇ ରାଜ୍ୟର କୃଷି ଓ ବିଦ୍ୟୁତ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିଲେ। ତେବେ ଅଜିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ୨୦୧୦ ମସିହାରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

   Related Posts