Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସ୍ବର୍ଗତ ସୁଷମା ସ୍ବରାଜଙ୍କ ରହିଛି କେତେ ସମ୍ପତ୍ତି ଏବଂ କିଏ ହେବ ଏହି ସମ୍ପତ୍ତିର ଉତ୍ତରାଧିକାରୀ ଜାଣନ୍ତୁ…

8/08/2019 at 8:59 AM

ନୂଆଦିଲ୍ଲୀ ୮|୮: ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଗତ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଛି । ଗତକାଲି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକର ବାତାବରଣ ଖେଳିଯାଇଛି ।

ସୁଷମା ସ୍ବରାଜ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିଲେ । ଯାହା ଫଳରେ ଏବେ ଯାଏଁ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ୍ କରି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୋଦି ଲେଖିଥିଲେ ଯେ, ଭାରତୀୟ ରାଜନୀତିର ଏକ ଗୌରବଶାଳୀ ଆଧ୍ୟାୟର ଅନ୍ତ ଘଟିଛି ବୋଲି ।

ସାରା ଦେଶ ଜଣେ ଅସାଧାରଣ ନେତାଙ୍କୁ ହରାଇ ଶୋକସନ୍ତପ୍ତ ହୋଇପଡିଛି । ସୁଷମା ଦେଶ ସେବା ଦେଶବାସୀଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ସେ ଅନେକ ଲୋକଙ୍କ ପାଇଁ ପ୍ରରଣା ଥିଲେ ।

ସୁଷମା ସ୍ବରାଜଙ୍କ ସମ୍ପତ୍ତି ସଂପର୍କରେ ଅନେକ ଲୋକଙ୍କୁ ଜଣାନଥିବ । ତେବେ ଆସନ୍ତୁ ଜାଣିବା ସୁଷମା ସ୍ବରାଜଙ୍କର କେତେ ସମ୍ପତ୍ତି ରହିଛି…

ମିଳିଥିବା ସୂଚନା ଅନୁସାରେ ୨୦୧୮ ମସିହାରେ ସୁଷମା ସ୍ବରାଜ ରାଜ୍ୟସଭାର ନିର୍ବାଚନ ପାଇଁ ନିଜ ଆଫିଡେଭିଟ୍ ଦେଇଥିଲେ । ଆଫିଡେଭିଟ୍ ଅନୁଯାୟୀ ସୁଷମା ଏବଂ ତାଙ୍କ ସ୍ବାମୀଙ୍କ ନିକଟରେ ୩୨ କୋଟିରୁ ଅଧିକ ସମ୍ପତ୍ତି ରହିଥିଲା । ୧୯କୋଟିର ସେଭିଂ ମଧ୍ୟ ରହିଥିଲା । ଯେଉଁଥିରେ ୧୭ କୋଟି ଏଫଡିଆର ସାମିଲ ରହିଛି ।

ସେହିଭଳି ସୁଷମା ଏବଂ ତାଙ୍କ ସ୍ବାମୀଙ୍କ ସେଭିଂ ଆକାଉଣ୍ଟରେ ୩୦ଲକ୍ଷ ଟଙ୍କା ରହିଛି । ସୁଷମାଙ୍କ ନିକଟରେ କୌଣସି ବ୍ୟକ୍ତିଗତ କାର୍ ନଥିଲା । ମାତ୍ର ତାଙ୍କ ସ୍ବାମୀଙ୍କ ପାଖରେ ୨୦୧୭ ମସିହାର ମଡେଲର ମର୍ସିଡିଜ ରହିଛି । ଯାହାର ପାଖାପାଖି ମୂଲ୍ୟ ୩୬ ଲକ୍ଷ ଟଙ୍କା । ଆଫିଡେଭିଟ୍ ଅନୁସାରେ ତାଙ୍କର ସୁନାରୂପା ଅଳଙ୍କାର ଉପରେ ବହୁତ ସଉକ ଥିଲା । ଫଳରେ ତାଙ୍କ ପାଖରେ ୨୯,୩୪,୦୦୦ ଟଙ୍କାର ଅଳଙ୍କାର ରହିଥିଲା ।

ସୁଷମାଙ୍କର କୋଟି କୋଟି ଟଙ୍କାର ପ୍ରପର୍ଟି ମଧ୍ୟ ରହିଥିଲା । ହରିୟାଣା ସ୍ଥିତ ପଲବଲରେ ଚାଷ ଜମି ମଧ୍ୟ ରହିଛି । ଯାହାର ମୂଲ୍ୟ ୯୮ ଲକ୍ଷ ଟଙ୍କା । ସେହିଭଳି ଦିଲ୍ଲୀର ପୋଶ୍ ଅଞ୍ଚଳରେ ତାଙ୍କ ନାଁରେ ଫ୍ଲାଟ୍ ମଧ୍ୟ ରହିଛି । ୩ବିଏଚକେର ଏହି ଫ୍ଲାଟ୍ ର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ହେବ । 

ସେହିଭଳି ତାଙ୍କ ସ୍ବାମୀଙ୍କ ନାଁରେ ମୁମ୍ବାଇ ଏବଂ ଦିଲ୍ଲୀରେ ଦୁଇଟି ଫ୍ଲାଟ୍ ରହିଛି । ମୁମ୍ବାଇ ସ୍ଥିତ ଫ୍ଲାଟ୍ ର ମୂଲ୍ୟ ୬କୋଟି ହୋଇଥିବାବେଳେ ଦିଲ୍ଲୀ ଫ୍ଲାଟ୍ ର ମୂଲ୍ୟ ପାଖାପାଖି ୨ କୋଟି ହେବ । ସୁଷମାଙ୍କର କୌଣସି ଲୋନ୍ ମଧ୍ୟ ନାହିଁ । ସୁଷମାଙ୍କ ପରଲୋକ ପରେ ଏସବୁ ସମ୍ପତ୍ତିର ମାଲିକ ତାଙ୍କ ସ୍ବାମୀ ହିଁ ରହିବେ ।

   Related Posts