ଭଗବାନ ବିଷ୍ଣୁଙ୍କୁ କିଏ ଦେଇଥିଲେ ସୁଦର୍ଶନ ଚକ୍ର? ଜାଣନ୍ତୁ କାହିଁକି ମିଳିଥିଲା ବରଦାନ

Published By : Prameya-News7 Bureau | October 22, 2020 IST

ଭୁବନେଶ୍ୱର ୨୨/୧୦ : ହିନ୍ଦୁ ଧର୍ମରେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଖାସ। ଭଲ ମନରେ ବିଷ୍ଣୁଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୁରା ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ସଙ୍କଟ ଦୂର ହୋଇଥାଏ। ବିଷ୍ଣୁଙ୍କୁ ଜଗତର ପାଳନକର୍ତ୍ତା ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ, ଭଗବାନ ବିଷ୍ଣୁଙ୍କ ତିନି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ବିଦ୍ୟା ଠାରୁ ଆରମ୍ଭ କରି ନୀତି ଯାଏଁ ସବୁକିଛି ଶିକ୍ଷା କରିଥିଲେ। ତେବେ ଭଗବାନ ବିଷ୍ଣୁ କାହାଠାରୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ।

{"id":348978,"sizeSlug":"large"}

ଦୌତ୍ୟଙ୍କ ଅତ୍ୟାଚାର ବହୁତ ବଢିଯିବାରୁ ସମସ୍ତ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଆସି ଦୈତ୍ୟଙ୍କ ବଧ ପାଇଁ ପ୍ରାର୍ଥନା କରିଥିଲେ। ଦୈତ୍ୟଙ୍କ ନାଶ ପାଇଁ ବିଷ୍ଣୁ କୈଳାସ ପର୍ବତ ଯାଇ ଭଗବାନ ଶିବଙ୍କ ଉପାସନା କରିଥିଲେ। ସେ ହଜାରେ ନାମରେ ଭଗବାନ ଶିବଙ୍କ ସ୍ତୁତି କରିଥିଲେ। ପ୍ରତ୍ୟେକ ନାମରେ ଗୋଟିଏ ପଦ୍ମ ଫୁଲ ଶିବଙ୍କୁ ଅର୍ପଣ କରିଥିଲେ। ଶିବ ଭଗବାନ ବିଷ୍ଣୁଙ୍କ ପରୀକ୍ଷା ନେବାକୁ ଏକ ହାଜର ପଦ୍ମ ଫୁଲରୁ ଗୋଟିଏ ଫୁଲ ଲୁଚାଇ ଦେଇଥିଲେ।

{"id":348979,"sizeSlug":"large"}

ଶିବଙ୍କ ମାୟା କାରଣରୁ ବିଷ୍ଣୁ ଏହା ଜାଣିପାରିନଥିଲେ। ଗୋଟିଏ ଫୁଲ କମ ଥିବା ଜାଣି ବିଷ୍ଣୁ ବିଚଳିତ ହୋଇଗଲେ ଓ ଗୋଟିଏ ଫୁଲ ଖୋଜିବା ଆରମ୍ଭ କରିଥିଲେ। ବହୁତ ଖୋଜିବା ପରେ ବି ସେ ଗୋଟିଏ ଫୁଲ ପାଇନଥିଲେ। ଫଳରେ ବିଷ୍ଣୁକୁ ଗୋଟିଏ ଫୁଲ ପୂରଣ କରିବାକୁ ନିଜର ଏକ ନେତ୍ର ବାହାର କରି ଶିବଙ୍କୁ ଅର୍ପଣ କରିଥିଲେ। ବିଷ୍ଣୁଙ୍କ ଭକ୍ତି ଦେଖି ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ଓ ବର ମାଗିବାକୁ କହିଥିଲେ। ଭଗବାନ ବିଷ୍ଣୁ ଦୈତ୍ୟଙ୍କ ନାଶ କରିବାକୁ ଅଜୟ ଶସ୍ତ୍ର ବରଦାନ ସ୍ୱରୂପ ମାଗିଥିଲେ। ଭଗବାନ ଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ। ସୁଦର୍ଶନ ଚକ୍ରରେ ବିଷ୍ଣୁ ଦୈତ୍ୟଙ୍କ ସଂହାର କରିଥିଲେ। ଏହିଭଳି ଦେବତାଙ୍କୁ ଦୈତ୍ୟଙ୍କ ଠାରୁ ମୁକ୍ତି ମିଳିଥିଲା। ଏହାପରେ ସୁଦର୍ଶନ ଚକ୍ର ସର୍ବଦା ପାଇଁ ବିଷ୍ଣୁଙ୍କ ପାଖରେ ରହିଲା।

{"id":348980,"sizeSlug":"large"}

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.