Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଭଗବାନ ବିଷ୍ଣୁଙ୍କୁ କିଏ ଓ କାହିଁକି ଦେଇଥିଲେ ସୁଦର୍ଶନ ଚକ୍ର: ପଢନ୍ତୁ ପୁରା କାହାଣୀ

21/01/2021 at 1:14 PM

ଭୁବନେଶ୍ୱର ୨୧/୦୧ : ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ବହୁତ ଖାସ। ଶ୍ରଦ୍ଧାର ସହ ଭଗବାନ ବିଷ୍ଣୁଙ୍କୁ କଲେ ଭକ୍ତଙ୍କ ସବୁ ମନୋସ୍କାମନା ନିଶ୍ଚିତ ପୂରଣ ହୋଇଥାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଜୀବନର ସବୁ ସଙ୍କଟ ଦୂର ହୋଇଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ। ଭଗବାନ ବିଷ୍ଣୁ ଜଗତର ପାଳନକର୍ତ୍ତା।

ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ୩ଟି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ଓ ନୀତି ଶିକ୍ଷା ଗ୍ରହଣ କରିଥିଲେ। ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର କିଏ ଦେଇଥିଲେ ଜାଣିଛନ୍ତି କି ? କାହାଠାରୁ ବିଷ୍ଣୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ ପୁରା କାହାଣୀ।

ଥରେ ଦୈତ୍ୟଙ୍କ ଅତ୍ୟାଚାର ବହୁତ ବଢିଯାଇଥିଲା। ସେତେବେଳେ ସବୁ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ଦୈତ୍ୟଙ୍କ ବଧ କରିବାକୁ ପ୍ରାର୍ଥନା କରିଥିଲେ। ଦୈତ୍ୟଙ୍କ ନାଶ ପାଇଁ ବିଷ୍ଣୁ କୈଳାସ ପର୍ବତ ଯାଇ ଭଗବାନ ଶିବଙ୍କ ଉପାସନା କଲେ। ସେ ଏକ ହଜାର ନାମରେ ଭଗବାନ ଶିବଙ୍କ ସ୍ତୁତି ଜପ କଲେ। ଭଗବାନ ବିଷ୍ଣୁ ପ୍ରତ୍ୟେକ ନାମରେ ଭଗବାନ ଶିବଙ୍କୁ ଗୋଟିଏ ପଦ୍ମ ଫୁଲ ଅର୍ପଣ କରୁଥିଲେ। ଶିବ ବିଷ୍ଣୁଙ୍କ ପରୀକ୍ଷା ନେବା ପାଇଁ ସେ ଆଣିଥିବା ହଜାରେ ପଦ୍ମ ଫୁଲରୁ ଗୋଟିଏ ପଦ୍ମ ଲୁଚେଇ ଦେଇଥିଲେ। 

ଶିବଙ୍କ ମାୟା କାରଣରୁ ବିଷ୍ଣୁ ଜାଣିପାରିଲେନି। ଗୋଟିଏ ଫୁଲ କମ ଥିବା ଦେଖି ବିଷ୍ଣୁ ତାକୁ ଖୋଜିବାକୁ ଲାଗିଲେ। ବହୁତ ଖୋଜିଲେ କିନ୍ତୁ ପାଇଲେନି। ଗୋଟିଏ ଫୁଲ କମ ଥିବାରୁ ବିଷ୍ଣୁ ନିଜର ଗୋଟିଏ ନେତ୍ର ବାହାର କରି ଶିବଙ୍କୁ ଅର୍ପଣ କରିଥିଲେ। ବିଷ୍ଣୁଙ୍କ ଭକ୍ତି ଦେଖି ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ  ଓ ବରଦାନ ମାଗିବାକୁ କହିଥିଲେ। ବିଷ୍ଣୁ ଦୈତ୍ୟଙ୍କ ନାଶ ପାଇଁ ବିଜୟ ଅସ୍ତ୍ର ବରଦାନ ମାଗିଥିଲେ। ଭଗବାନ ଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ। ବିଷ୍ଣୁ ସୁଦର୍ଶନ ଚକ୍ରରେ ଦୈତ୍ୟଙ୍କ ସଂହାର କରିଥିଲେ ଓ ଜଗତକୁ ଦୈତ୍ୟଙ୍କ ଅତ୍ୟାଚାରରୁ ମୁକ୍ତ କରିଥିଲେ। ଏହାପରେ ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କ ସ୍ୱରୂପ ସହ ସର୍ବଦା ପାଇଁ ଯୋଡି ହୋଇଗଲା।

   Related Posts