ଜାଣନ୍ତୁ କିଏ କିଏ ଅଛନ୍ତି ପ୍ଲେଇଙ୍ଗ ଇଲେଭେନରେ : ବିଜୟ ଶଙ୍କରଙ୍କ ଜାଗାରେ ଋଷଭ ପନ୍ଥ
30/06/2019 at 2:24 PM

ୱାର୍ମିଙ୍ଗହାମ ୩୦/୬ : ଆଜି ୱାର୍ମିଙ୍ଗହାମରେ ବିଶ୍ୱକପର ୩୮ତମ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଟସ ଜିତି ଇଂଲଣ୍ଡର ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଛି । ଆଜିର ମୁକାବିଲା ଇଂଲଣ୍ଡ ପାଇଁ ମହତ୍ଵପୁର୍ଣ । ଇଂଲଣ୍ଡ ଆଜିର ମ୍ୟାଚରେ ହାରିଗଲେ ସେମି ଫାଇନାଲରୁ ବାହାରି ଯିବ । ଆଜି ଇଂଲଣ୍ଡ ମ୍ୟାଚ ହାରିଗଲେ ସେମିଫାଇନାଲକୁ ଯିବାର କୌଣସି ସମ୍ଭାବନା ନାହିଁ । ଭାରତ ଏବେ ଯାଏଁ ଖେଳିଥିବା ୫ଟି ମ୍ୟାଚରେ ଜିତି ନିଜର ବିଜୟ ରଥ ଜାରି ରଖିଛି । ସବୁ ମ୍ୟାଚ ଜିତି ଭାରତ ୧ ନମ୍ବର ରଙ୍କରେ ଅଛି । ତେବେ ଆଜି ମ୍ୟାଚରେ କେଉଁ ଦଳ କିଭଳି ପ୍ରଦର୍ଶନ କରୁଛି ତାହା ଦେଖିବା ବାକି ରହିଲା । ଆଜି ଭାରତୀୟ ଦଳ ନାରଙ୍ଗୀ ଏବଂ ନୀଳ ରଙ୍ଗ ଜର୍ସି ପିନ୍ଧି ମ୍ୟାଚ ଖେଳିବ।
ପ୍ଲେଇଙ୍ଗ ଇଲେଭେନ ଭାରତ – ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ, ଋଷଭ ପନ୍ଥ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନି, ହାର୍ଦ୍ଧିକ ପାଣ୍ଡ୍ୟା, ମହମ୍ମଦ ସ୍ୱାମୀ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରାହା
ପ୍ଲେଇଙ୍ଗ ଇଲେଭେନ ଇଂଲଣ୍ଡ – ଜେସନ ରାୟ, ଜନି ବେୟସ୍ଟୋ, ଇୟାନ ମୋର୍ଗନ, ବେନ ସ୍ଟୋକ୍ସ, ଜୋସ ବଟଲର, କ୍ରିସ ୱୋକ୍ସ, ଆଦିଲ ରଶିଦ, ଲିୟମ ପ୍ଲଂକେଟ, ଜୋଫ୍ରା ଆର୍ଚର, ମାର୍କ ୱୁଡ୍