Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଚା’ର ଉପକାରିତା: ଜାଣନ୍ତୁ କେଉଁ ଚା’ରୁ ମିଳିଥାଏ କି ପ୍ରକାର ଲାଭ

21/05/2021 at 7:10 PM

ନୂଆଦିଲ୍ଲୀ ୨୧/୦୫: ଓଜନ ହ୍ରାସ ଏବଂ ସୁସ୍ଥ ରହିବା ପାଇଁ ସାଧାରଣତଃ ଲୋକମାନେ ଗ୍ରୀନ୍ ଟି ଏବଂ ବ୍ଲାକ୍ ଟି ପିଇଥାନ୍ତି । ଆଜିକାଲି ବଜାରରେ ଅନେକ ପ୍ରକାରର ହର୍ବାଲ୍ ଟି ଉପଲବ୍ଧ ହେଉଛି, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ । କିନ୍ତୁ ଏପରି କିଛି ଚା’ ରହିଛି ଯାହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ । ଏହାଦ୍ୱାରା କେବଳ ଓଜନ ହ୍ରାସ ହେବ ନାହିଁ ବରଂ କୋଲେଷ୍ଟ୍ରଲ୍, କ୍ୟାନ୍ସର, ଡାଇବେଟିଜ୍ ଏବଂ ହାର୍ଟ ଡିଜିଜର ଆଶଙ୍କା ମଧ୍ୟ କମ୍ ରହିବ ।

PunjabKesari

କଦଳୀ ଚା’:

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଏହି ଚା’ ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ହେବ। ଏଥିପାଇଁ ୧, ୧/୨ କପ୍ ପାଣିରେ ଏକ ପାଚିଲା କଦଳୀକୁ ୫-୧୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ । ତାହାପରେ ଏଥିରେ ଡାଲଚିନି କିମ୍ବା ମହୁ ମିଶାଇ ପିଅନ୍ତୁ ।

ତୁଳସୀ ଚା’:

ଏହି ଚା’ ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ କାରଣ ଏଥିରେ ସୁଗାର ଲେବଲ୍ ନିୟନ୍ତ୍ରଣରେ ରହିଥାଏ । ଏଥିସହିତ ଏହା ଗୁଡ୍ କୋଲେଷ୍ଟ୍ରଲକୁ ମଧ୍ୟ ବଢାଇଥାଏ । ଏଥିପାଇଁ ୧ କପ୍ ପାଣିରେ ୫-୬ଟି ତୁଳସୀ ପତ୍ର, ଗୁଜରାତି ଏବଂ ଅଦା ପକାଇ ଏହାକୁ ୩ ମିନିଟ୍ ଫୁଟାଇ ଛାଣି ନିଅନ୍ତୁ। ଏହାପରେ ୧ ଚାମଚ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

ଲେମ୍ବୁ ଚା’:

୧ କପ୍ ପାଣିରେ ୧/୨ ଚାମଚ ଚା ଗୁଣ୍ଡ, ଅଦା, ପୁଦିନା ପତ୍ର ମିଶାଇ ଫୁଟାନ୍ତୁ । ଏଥିରେ ୧/୪ ଲେମ୍ବୁ ରସ, ୧ ଟେବୁଲ ଚାମଚ ମହୁ କିମ୍ବା ଚିନି ମିଶାଇ ପିଅନ୍ତୁ । ଆପଣ ଏହାକୁ ଦିନରେ ୨-୩ ଥର ପିଇପାରିବେ । ଏହି ଚା’ ଧମନୀରେ ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ, ଯାହା ହୃଦଘାତ ଏବଂ ହୃଦରୋଗର ଆଶଙ୍କା ମଧ୍ୟ କମ୍ କରିଥାଏ ।

PunjabKesari

ନୀଳ ଚା’:

ନୀଳ ଚା‘ ଡାଇବେଟିଜ୍ ଏବଂ କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ, ପ୍ୟାନରେ ୧ କପ୍ ପାଣି ଗରମ କରନ୍ତୁ । ଏହାପରେ ଏଥିରେ ୪-୫ ଆପାରାଜିତା ଫୁଲ ପକାଇ ଭଲ ଭାବରେ ଫୁଟାନ୍ତୁ । ଏବେ ସେଥିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ ।

ପୁଦିନା ଚା’:

ପୁଦିନା ପତ୍ରକୁ ୧ କପ୍ ପାଣିରେ ୫ ମିନିଟ୍ ପାଇଁ ଫୁଟାନ୍ତୁ। ତା’ପରେ ଏହାକୁ ଛାଣି ଏଥିରେ ମହୁ ସହିତ ମିଶାଇ ପିଅନ୍ତୁ । ଏହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରି ନଥାଏ, ବରଂ ଏହି ଚା’ ବିଭିନ୍ନ ରୋଗକୁ ମଧ୍ୟ ଦୂରେଇ ରଖିଥାଏ ।

   Related Posts