ଗବେଷଣା: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ହାର୍ଟ ଆଟାକ୍ ଆଶଙ୍କା ଅଧିକ

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ୨୪/୧୨: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ ବା ହୃଦଘାତରେ ହେଉଛି। ଗବେଷକମାନେ ହୃଦଘାତ ଉପରେ ବିଭିନ୍ନ ପ୍ରକାର ଗବେଷଣା ଆରମ୍ଭ କରିଛନ୍ତି । ଯାହାଫଳରେ ହୃଦଘାତରୁ ମଣିଷ ତ୍ରାହି ପାଇ ପାରିବେ। ନିକଟରେ ହୃଦଘାତ ସଂପର୍କରେ ଏକ ତଥ୍ୟ ବ୍ରିଟିଶ୍‌ ମେଡିକାଲ ଜେନେରାଲରେ ପ୍ରକାଶିତ ହୋଇଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଗବେଷକଙ୍କ ମତରେ ଗ୍ରୀଷ୍ମ ବା ଗରମ ଦିନରେ ଜନ୍ମ ହୋଇଥିବା ଅଧିକାଂଶ ବ୍ୟକ୍ତିଙ୍କୁ ହୃଦଘାତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

ଶରତ ଋତୁରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଅପେକ୍ଷା ଗରମ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ କାର୍ଡିଓଭାସ୍‌କୁଲାର ରୋଗ ଦେଖାଯାଇଥାଏ। ଆମେରିକାର ଇନ୍‌ଟ୍ରଷ୍ଟିଙ୍ଗ୍ ଗବେଷଣା ଓ ସାପ୍ତାହିକ ମେଡିକାଲ ଜେନେରାଲ ଦ ବିଏମଜେର କ୍ରିସମସ୍‌ ଏଡିସନରେ  ଏ ସଂପର୍କରେ ସୂଚନା ଦିଆଯାଇଛି। ଗବେଷକଙ୍କ କହିବା ଅନୁସାରେ ଖାଦ୍ୟପେୟ,ଡାଏଟ୍‌ ଏବଂ ବାୟୁ ପ୍ରଦୂଷଣ ମଧ୍ୟ ହୃତଘାତର ମୁଖ୍ୟ କାରଣ। ଏପରି କି ରାତି ଅନିଦ୍ରା ହେବା, ମଦ ପିଇବା ଓ ସିଗାରେଟ୍‌ ଟାଣିବା ଦ୍ବାରା ହୃଦଘାତ ମଧ୍ୟ ଆସିଥାଏ। ଅନ୍ୟପଟେ ଜୀବନ ଆରମ୍ଭରେ ଆପଣଙ୍କୁ କେତେ ସନ୍ ଏକ୍ସପୋଜର ବା ସୂର୍ଯ୍ୟକିରଣ  ମିଳିଛି। ତାହା ମଧ୍ୟ ହୃଦଘାତ  ହେବାର ଏକ ବଡ କାରଣ । ଅଧିକ ସମୟ ସୂର୍ଯ୍ୟ କିରଣରେ ରହୁଥିବା ବ୍ୟକ୍ତିଙ୍କୁ ହୃଦଘାତ ହେବାର ସମ୍ଭାବନା କମ୍‌ ଥାଏ ।

ଉତ୍ତର ଗୋଲାର୍ଦ୍ଧର ପୂର୍ବରେ ହୋଇଥିବା ଗବେଷଣା ଅନୁସାରେ ବସନ୍ତ ଓ ଗ୍ରୀଷ୍ମ ବା ଗରମ ଦିନରେ ଜନ୍ମ ହୋଇଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ କାର୍ଡିଓଭାସ୍‌କୁଲାରେ ରୋଗରେ ହୋଇଥାଏ। ଗବେଷକଙ୍କ କହିବା ଅନୁସାରେ ଏହା ବ୍ୟତୀତ ଫେମିଲି ହିଷ୍ଟ୍ରି, ବା ପରିବାରର ସ୍ୱାସ୍ଥ୍ୟଗତ କାରଣ ,ଜିନ୍,  ମେଡିକାଲ କଣ୍ଡିସନ ଓ ଲାଇଫ ଷ୍ଟାଇଲକୁ ବି ଅଣଦେଖା କରିବା ଉଚିତ୍‌ ନୁହେଁ। ଏହି ଗବେଷଣାରେ ୩୦ରୁ ୫୫ ବର୍ଷ ବୟସ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା।  ଏପରି କି ଗବେଷଣାର ସତ୍ୟସତ ଜାଣିବା ପାଇଁ ୪୩ ହଜାର ମୃତ ବ୍ୟକ୍ତିଙ୍କୁ ଡାଟା ଏହି ଗବେଷଣାରେ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୮ ହଜାର ୩୬୦ ଲୋକଙ୍କ ମୃତ୍ୟୁ କାର୍ଡିଓଭାସକୁଲାରେ ରୋଗରେ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.