Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଦିଗ ଦୋଷ ଦୂର କରିବାକୁ କେଉଁ ଗ୍ରହ ଓ ଦେବତାଙ୍କୁ ପୂଜା କରିବା ଉଚିତ ଜାଣନ୍ତୁ

4/06/2021 at 4:33 PM

ଭୁବନେଶ୍ୱର ୦୪/୦୬ : ବେଦରେ ମୋଟ ୧୦ ଦିଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ବେଦରେ ଆକାଶ ଓ ପାତାଳକୁ ମଧ୍ୟ ଦିଗ ଭାବେ ବର୍ଣ୍ଣନା କରାଯାଇଛି । କିନ୍ତୁ ବାସ୍ତୁଶାସ୍ତ୍ରରେ ୮ଟି ଦିଗରେ ବାସ୍ତୁ ଦୋଷ ଓ ତାର ନିବାରଣ ଉପାୟ ଦର୍ଶାଯାଇଛି । ବାସ୍ତୁଶାସ୍ତ୍ର ଅନୁସାରେ, କୌଣସି ଦିଗରେ ବାସ୍ତୁ ଦୋଷ ଥିଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ଦିଗ ଦୋଷ କିଭଳି ଦୂର କରାଯାଇପାରିବ ଜାଣନ୍ତୁ ଉପାୟ…

ପୂର୍ବ ଦିଗ – ବାସ୍ତୁଶାସ୍ତ୍ର ଅନୁସାରେ, ପୂର୍ବ ଦିଗର ଗୁରୁ ସୂର୍ଯ୍ୟ ଓ ଇନ୍ଦ୍ରଦେବ । ଏହି ଦିଗରେ ଦେବତା ବାସ କରନ୍ତି । ଏହି ଦିଗ ସମ୍ବନ୍ଧୀୟ ଦୋଷ ଦୂର କରିବାକୁ ଗାୟତ୍ରୀ ମନ୍ତ୍ର ଓ ଆଦିତ୍ୟହୃଦୟ ସ୍ତୋତ୍ର ପାଠ କରିବା ଉଚିତ । ଏହି ଦିଗ ମୁଖ୍ୟତଃ ମାନ-ସମ୍ମାନ, ଉଚ୍ଚ ଚାକିରୀ, ଶାରୀରିକ ସୁଖ, ମସ୍ତିସ୍କ ସମ୍ବନ୍ଧୀୟ ରୋଗ ଏବଂ ପିତାଙ୍କ ସ୍ଥାନ ହୋଇଥାଏ ।

ପଶ୍ଚିମ ଦିଗ – ପଶ୍ଚିମ ଦିଗର ଅଧିପତି ଗ୍ରହ ଶନି ଓ ବରୁଣ । ଏହି ଦିଗ ସଫଳତା ଓ ସମ୍ପନ୍ନତା ପ୍ରଦାନ କରିଥାଏ । ଏହି ଦିଗରେ ଦୋଷ ଥିଲେ କୁଷ୍ଠ ରୋଗ, ଶାରୀରିକ ପୀଡା, ବାତ ଆଦି ହୋଇଥାଏ । କାର୍ଯ୍ୟରେ ଅସଫଳତା ମିଳିଥାଏ । ମାନ-ସମ୍ମାନ ହାନି ହୋଇଥାଏ । ଏହି ଦିଗ ଦୋଷ ଦୂର କରିବାକୁ ଶନିଦେବଙ୍କୁ ପୂଜା କରିବା ଉଚିତ ।

ଉତ୍ତର ଦିଗ – ଉତ୍ତର ଦିଗର ଅଧିପତି ବୁଧ ଓ କୁବେର । ଏହି ଦିଗରେ ଦୋଷ ଥିଲେ ଜୀବନରେ ସର୍ବଦା ଆର୍ଥିକ ସଙ୍କଟ ଲାଗିରହିଥାଏ । ସଫଳତା ପ୍ରାପ୍ତ ହୋଇନଥାଏ । ଏହି ଦୋଷ ଦୂର କରିବାକୁ ବୁଧ ଯନ୍ତ୍ର ସ୍ଥାପନା ଓ ଗଣେଶ ଓ କୁବେରଙ୍କୁ ପୂଜା କରିବା ଉଚିତ ।

ଦକ୍ଷିଣ ଦିଗ – ଦକ୍ଷିଣ ଦିଗର ଅଧିପତି ଗୁରୁ ମଙ୍ଗଳ ଓ ଯମ । ଏହି ଦିଗରେ ଦୋଷ ଥିଲେ ପାରିବାରିକ ମତଭେଦ ଦେଖାଦେଇଥାଏ । ସମ୍ପତ୍ତି ପାଇଁ ଭାଇ-ବନ୍ଧୁ ମଧ୍ୟରେ କଳହ ହୋଇଥାଏ । ଏହି ଦୋଷ ଦୂର କରିବାକୁ ନିୟମିତ ହନୁମାନଙ୍କୁ ପୂଜା କରିବା ଉଚିତ ।

ଉତ୍ତର-ପୂର୍ବ ଦିଗ (ଐଶାନ୍ୟ କୋଣ) – ଐଶାନ୍ୟ କୋଣର ଅଧିପତି ଗୁରୁ ଓ ଭଗବାନ ଶିବ । ଏହି ଦିଗର ଦୋଷ ଦୂର କରିବାକୁ ଏହି କୋଣକୁ ସର୍ବଦା ସଫା ସୁତୁରା ରଖିବା ଉଚିତ ।

ଦକ୍ଷିଣ-ପୂର୍ବ ଦିଗ (ଆଗ୍ନେୟ କୋଣ) – ଏହି ଦିଗର ଅଧିପତି ଶୁକ୍ର ଓ ଅଗ୍ନିଦେବ । ଏହି ଦିଗରେ ବାସ୍ତୁଦୋଷ ଥିଲେ ବୈବାହିକ ଜୀବନରେ ବାଧା, କଳହ, ଅସଫଳ ପ୍ରେମ ସମ୍ବନ୍ଧ ଆଦି ଦେଖାଦେଇଥାଏ । ଏହି ଦୋଷ ଦୂର କରିବାକୁ ଘରେ ଶୁକ୍ର ଯନ୍ତ୍ର ସ୍ଥାପନା କରିବା ଉଚିତ ।

ଦକ୍ଷିଣ-ପଶ୍ଚିମ ଦିଗ (ନୈରୁତ୍ତ କୋଣ) – ଏହି ଦିଗର ଅଧିପତି ଗ୍ରହ ରାହୁ-କେତୁ ଓ ନୈରୁତି । ଏହି ଦୋଷ ଦୂର କରିବାକୁ ରାହୁ-କେତୁ ନିମନ୍ତେ ୭ ପ୍ରକାର ଶସ୍ୟ ଦାନ କରିବା ଉଚିତ ।

ଉତ୍ତର-ପଶ୍ଚିମ ଦିଗ (ବାୟବ୍ୟ) – ଏହି ଦିଗର ଅଧିପତି ଗ୍ରହ ଚନ୍ଦ୍ର ଓ ବାୟୁ ଦେବତା । ଏହି ଦିଗରେ ଦୋଷ ଥିଲେ ମାନସିକ ଅବସାଦ, ଅନିଦ୍ରା, ଶ୍ୱାସ ରୋଗ, ପ୍ରଜନନ ସମ୍ବନ୍ଦୀୟ ସମସ୍ୟା ହୋଇଥାଏ । ଏହି ଦୋଷ ଦୂର କରିବାକୁ ନିୟମିତ ଭଗବାନ ଶିବଙ୍କ ଉପାସନା କରିବା ଉଚିତ ।

   Related Posts