Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ନାହାନ୍ତି ହେମା, ସନ୍ନି, ରବି କିଶନ : କେଉଁ କେଉଁ ତାରକା ସାମିଲ ଜାଣନ୍ତୁ

31/05/2019 at 12:20 PM

ନୁଆଦିଲ୍ଲୀ ୩୧/୫ : ନରେନ୍ଦ୍ର ମୋଦି ଗୁରୁବାର ଦିନ ରାଷ୍ଟ୍ରପତି ଭବନରେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଦେଶ ଏବଂ ବିଦେଶର ନାମୀ-ଦାମୀ ହସ୍ତିଙ୍କ ଉପସ୍ଥିତିରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ । ତାଙ୍କ କ୍ୟାବିନେଟରେ ସାମିଲ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ସହ ଜଡିତ ନେତାମାନଙ୍କ ମଧ୍ୟରୁ ବାବୁଲ ସୁପ୍ରିୟୋ ଓ ସ୍ମୃତି ଇରାନୀଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ବାବୁଲ ସୁପ୍ରିୟୋ ଓ ସ୍ମୃତି ଇରାନୀ ଗତ ସରକାରରେ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଥିଲେ ।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀ ବହୁ ବର୍ଷ ହେଲା ବିଜେପି ସହ ଜଡିତ ଅଛନ୍ତି । ସେ ଉତ୍ତର ପ୍ରଦେଶ ମଥୁରା ଆସନରୁ ସାଂସଦ ଅଛନ୍ତି । ହେମା ମାଳିନୀ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଯଦି ତାଙ୍କୁ ମନ୍ତ୍ରୀ ପଦ ଦିଆଯାଏ ତାହେଲେ ସେ ଅବଶ୍ୟ ମନ୍ତ୍ରୀ ହେବେ । କିନ୍ତୁ ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇନାହିଁ । ହେମା ମାଳିନୀ ପୂର୍ବରୁ ବିଜେପି ମହସଚିବ ମଧ୍ୟ ଥିଲେ ।

ଭୋଜପୁରୀ ସୁପରଷ୍ଟାର ରବି କିଶନ ଗୋରଖପୁର ଆସନରୁ ଜିତିଛନ୍ତି । ସେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆଯାଇନାହିଁ ।

ଚଳିତ ନିର୍ବାଚନରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ସନ୍ନୀ ଦେଓଲ ରାଜନିତୀରେ ପ୍ରବେଶ କରିଥିଲେ । ସେ ବିଜେପିର ହାଇ-ପ୍ରୋଫାଇଲ ଗୁର୍ଦାସପୁର ଆସନରୁ ଲଢି ବିଜୟୀ ହୋଇଛନ୍ତି । ଅନୁପମ ଖେରଙ୍କ ପତ୍ନୀ କିରଣ ଖେର ଚଣ୍ଡୀଗଡ଼ ଆସନରୁ ଦ୍ୱିତୀୟଥର ପାଇଁ ଲଢ଼ି ବିଜୟୀ ହୋଇଛନ୍ତି । ତାଙ୍କୁ ମଧ୍ୟ ମୋଦିଙ୍କ  କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିନାହିଁ ।

ପଶ୍ଚିମବଙ୍ଗ ଆସନଶୋଲରୁ ଅଧିକ ଭୋଟରେ ଜିତିଥୁବା ବାବୁଲ ସୁପ୍ରିୟୋଙ୍କୁ ପୁଣିଥରେ ମନ୍ତ୍ରୀ ପଦ ମିଳିଛି । ବାବୁଲ ସୁପ୍ରିୟୋ ଟାଏମସି ପ୍ରାର୍ଥୀ ମୁନମୁନ ସେନଙ୍କୁ ହରାଇଥିଲେ । ତେବେ ତାଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।

ସ୍ମୃତି ଇରାନୀ ଦଳର ଜଣେ ବଡ ନେତା । ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ ଆମେଥିରୁ ବିଜୟୀ ହୋଇ ଇତିହାସ ରଚନା କରିଛନ୍ତି । ସ୍ମୃତି ଇରାନୀ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି । ଚଳିତଥର ତାଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।

   Related Posts