Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯଦି ପାଇବାକୁ ଚାହୁଁନାହାନ୍ତି କଷ୍ଟ,ତେବେ ଜାଣନ୍ତୁ ଗ୍ରହ ଅନୁସାରେ କ’ଣ କରିବେ ଦାନ

25/05/2020 at 6:06 PM

ଜ୍ୟୋତିଷଙ୍କ ଉପାୟ ଭାବେ କରାଯାଇଥିବା ଦାନ ମଧ୍ୟ ପରୋପକାର ଏବଂ ସହାୟତା ଦୃଷ୍ଟିରେ ହୋଇଥାଏ। ଯେତେବେଳେ କୌଣସି ଅଭାବୀ ବ୍ୟକ୍ତିଙ୍କୁ ଆପଣ କୌଣସି ବସ୍ତୁ ଦେଇଥାନ୍ତି ତେବେ ତାଙ୍କ ମନରେ ଯେଉଁ ଶୁଭ ଆଶିଷ ଆପଣଙ୍କ ପାଇଁ ବାହାରିଥାଏ ସେଥିରେ ସମ୍ବନ୍ଧିତ ଗ୍ରହର ପ୍ରସନ୍ନତା ଆପଣଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ଏହି ଗ୍ରହରୁ ମିଳୁଥିବା ପୀଡ଼ା କମ୍ ହୋଇ ଯାଇଥାଏ। ଦାନ ଦେଉଥିବା ସମୟରେ ଆପଣଙ୍କ ଭାବନା ଏବଂ ଶ୍ରଦ୍ଧା ଯେତେ ଶୁଦ୍ଧ ହେବ ଏହାର ପରିଣାମ ମଧ୍ୟ ସେତେ ଭଲ ଆସିବ।

ଯେ କୌଣସି ଗ୍ରହ ପାଇଁ ବିଶେଷ ଭାବେ ଦାନ ସେତେବେଳେ କରାଯାଇଥାଏ ଯେତେବେଳେ ଜାତକରେ ଆପଣଙ୍କୁ ଖରାପ ପରିଣାମ ଦେଖି ସଂଘର୍ଷ ବଢ଼ୁଥିବ କିମ୍ବା ବର୍ତ୍ତମାନ ଗୋଚରରେ କୌଣସି ଗ୍ରହ ଆପଣଙ୍କ ପାଇଁ ନକରାତ୍ମକ ହୋଇଥିବ।

ଜାଣନ୍ତୁ ଗ୍ରହ ଅନୁସାରେ ଦାନ :

ସୂର୍ଯ୍ୟ – ଗହମ,ଗୁଡ଼,ଲାଲ ବସ୍ତ୍ର,ତମ୍ବାର ବାସନ

ଚନ୍ଦ୍ର – କ୍ଷୀର,ଚାଉଳ,ଧଳା ବସ୍ତ୍ର

ମଙ୍ଗଳ – ନାଲି ମସୁର,ଗୁଡ଼,ଲାଲ ବସ୍ତ୍ର,ତମ୍ବାର ବାସନ

ବୁଧ – ମୁଗ,ସବୁଜ ପନିପରିବା,କଂସା ବାସନ

ବୃହସ୍ପତି – ଚଣା ଡାଲି,ବେସନ ଲଡ଼ୁ,ହଳଦିଆ ବସ୍ତ୍ର,ଗାଈ ଘିଅ

ଶୁକ୍ର – ଚାଉଳ,ଧଳା ମିଠା,ଧଳା ବସ୍ତ୍ର

ଶନି – ହରଡ଼,ସୋରିଷ ତେଲ,ଲୁହା ଜିନିଷ

ରାହୁ – ବିଭିନ୍ନ ଶସ୍ୟଜାତୀୟ ପରିବା,ନଡ଼ିଆ,ବାଦାମ

କେତୁ – କମ୍ବଳ,ହରଡ଼ ଏବଂ ଚାଉଳର ମିଶ୍ରଣ, ବିଭିନ୍ନ ଶସ୍ୟଜାତୀୟ ପରିବା।

   Related Posts