ଏଥର କେବେ ପାଳନ କରାଯିବ ଜନ୍ମାଷ୍ଟମୀ ? ଜାଣନ୍ତୁ ଏହାର ପୂଜାବିଧି ଏବଂ ମହତ୍ତ୍ବ

Published By : Prameya-News7 Bureau | August 17, 2019 IST

ନୂଆଦିଲ୍ଲୀ ୧୭/୮: ଚଳିତ ବର୍ଷ ଦେଶବ୍ୟାପୀ ଅଗଷ୍ଟ ୨୩ତାରିଖରେ ଜନ୍ମାଷ୍ଟମୀ ପାଳନ କରାଯିବ ନା ଅଗଷ୍ଟ ୨୪ତାରିଖରେ ପାଳନ କରାଯିବ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେଉଁଠି ଜନ୍ମାଷ୍ଟମୀ ଅଗଷ୍ଟ ୨୩ତାରିଖରେ କୁହାଯାଉଛି ତ କେଉଁଠି ଏହା ଅଗଷ୍ଟ ୨୪ତାରିଖରେ ହେବ ବୋଲି କୁହାଯାଉଛି। ପରମ୍ପରା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ ଅର୍ଥାତ୍ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା,ଯାହା ଏବର୍ଷ ଅଗଷ୍ଟ ୨୩ତାରିଖରେ ପଡ଼ୁଛି। ଏହି କାରଣରୁ ଜନ୍ମାଷ୍ଟମୀ ଅଗଷ୍ଟ ୨୩ତାରିଖରେ ପାଳନ କରାଯିବ।

 ଜନ୍ମାଷ୍ଟମୀ ପୂଜାର ବିଧି : ଏହି ପୂଜା ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଯାଇଥାଏ। ସକାଳେ ସ୍ନାନ ପରେ ମନ୍ଦିର ଘରକୁ ପରିଷ୍କାର କରି ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ମନ୍ଦିରରେ ରଖି ପୂଜା କରନ୍ତୁ। ଏହା ପରେ ରାତି ୧୨ଟାରେ ଭଗବାନ କୃଷ୍ଣଙ୍କର ଜନ୍ମୋତ୍ସବ ପାଇଁ ପୂଜା କରନ୍ତୁ। ଭଗବାନଙ୍କ ଗୀତ ଗାଆନ୍ତୁ। ପ୍ରଥମେ ଭଗବାନ କୃଷ୍ଣଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଇ ଆଭୂଷଣ ପିନ୍ଧାନ୍ତୁ। ଭଜନ ଗାନ କରନ୍ତୁ। ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କରାଇ ଗୀତ ସଙ୍ଗୀତ ପରେ ପ୍ରସାଦ ବିତରଣ କରନ୍ତୁ।

ଜନ୍ମାଷ୍ଟମୀର ମହତ୍ତ୍ବ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ସମଗ୍ର ଭାରତ ବର୍ଷରେ ବିଶେଷ ମହତ୍ତ୍ବ ରହିଛି। ଏହା ହିନ୍ଦୁଙ୍କର ମୁଖ୍ୟ ପର୍ବ ମଧ୍ୟରୁ ଗୋଟିଏ। ଏପରି କୁହା ଯାଇଥାଏ ଯେ ସୃଷ୍ଟିର ପାଳନକର୍ତ୍ତା ଶ୍ରୀ ହରି ବିଷ୍ଣୁ ,ଶ୍ରୀକୃଷ୍ଣଙ୍କ ରୂପରେ ଅଷ୍ଟମ ଅବତାର ନେଇଥିଲେ। ଦେଶର ସମସ୍ତ ରାଜ୍ୟ ଭିନ୍ନ ଭିନ୍ନ ଭାବରେ ଏହି ବଡ଼ ପର୍ବକୁ ପାଳନ କରିଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.