ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ହେବା ପରେ ଏହି ଖେଳାଳିଙ୍କୁ ପ୍ରଥମେ ବିଦା କରିଥିଲେ ଦଳରୁ, ଜାଣନ୍ତୁ ସେ କିଏ

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ ୨୧|୭: ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ୍ କିପର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ୍ ରୁ ସନ୍ୟାସ ନେବା ଖବର ଉପରେ ଚର୍ଚ୍ଚା ଚାଲିଛି । ତେବେ ଏ ଭିତରେ ଧୋନୀ କ୍ରିକେଟ୍ ରୁ ସନ୍ୟାସ ନେବାର ଏବେ କୌଣସି ଯୋଜନା ନାହିଁ ବୋଲି ତାଙ୍କ ମ୍ୟାନେଜର ପ୍ରତିକ୍ରିୟା ରଖିଛନ୍ତି ।

{"id":135863,"width":576,"height":443}

ମହେନ୍ଦ୍ର ସିଂହ ଧୋନୀ ଯେତେବେଳ ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ଦାୟିତ୍ବ ଗ୍ରହଣ କରିଥିଲେ ସେତେବେଳେ କେତେକ ଖେଳାଳିଙ୍କ କ୍ରିକେଟ୍ କ୍ୟାରିୟର ଠପ୍ ହୋଇଯାଇଥିଲା । ସେ ଅଧିନାୟକ ହେବା ପରେ ପ୍ରଥମେ ଟିମ୍ ରୁ ସୌରଭ ଗାଙ୍ଗୁଲି ବିଦା ହୋଇଥିଲେ । ଯଦି କୌଣସି ଖେଳାଳି ୯ଟି ମ୍ୟାଚ୍ ଖେଳି ୧୦୬୩ ରନ୍ ସଂଗ୍ରହ କରିଥାଏ ତେବେ ସେ ଭଲ ଫର୍ମରେ ଥାଏ ବୋଲି ଧରାଯାଏ । ମାତ୍ର ଏହା ସତ୍ତ୍ବେ ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ତାଙ୍କ ଫିଟନେସ୍ ଠିକ୍ ନାହିଁ କହି ଟିମ୍ ରୁ ବାହାର କରିଦେଇଥିଲେ ।

{"id":135864,"width":576,"height":326}

ସେତେବେଳେ ସୌରଭ ଗାଙ୍ଗୁଲି ୯ଟି ମ୍ୟାଚ୍ ଖେଳି ୧୦୬୩ ରନ୍ କରିଥିଲେ । ମାତ୍ର ଏହା ସତ୍ତ୍ବେ ଗାଙ୍ଗୁଲିଙ୍କୁ ଟିମ୍ ରୁ ବାହାର କରିଦିଆଯାଇଥିଲା ।

{"id":135865,"width":573,"height":791}

ସେହି ସମୟରେ ଭାରତୀୟ ଟିମ୍ ର ଅଷ୍ଟ୍ରେଲିଆ ଗସ୍ତ କରିବାର ଥିଲା । ଅଷ୍ଟ୍ରଲିଆ ଗସ୍ତ ପୂର୍ବରୁ ଗାଙ୍ଗୁଲିଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦିଆଯାଇଥିଲା ।  ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟିମ୍ ରୁ କେବଳ ଗାଙ୍ଗୁଲିଙ୍କୁ ନୁହଁ ବରଂ କେତେକ ସିନିୟର ଖେଳାଳିଙ୍କୁ ମଧ୍ୟ ବାହାର କରିଦିଆଯାଇଥିଲା ।

{"id":135866,"width":571,"height":836}

ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍ ରୁ ବାହାରି ଯାଇଥିବା ଗାଙ୍ଗୁଲି ଭଲ ଫର୍ମରେ ଥିବା ସତ୍ତ୍ବେ ଭାରତୀୟ ଟିମ୍ କୁ ପ୍ରତ୍ୟାବର୍ତ୍ତନ କରିପାରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.