Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏହି ନଅଟି ସହରରେ ଖେଳାଯିବ ଟି-୨୦ ବିଶ୍ଵକପ୍, ଜାଣନ୍ତୁ କେଉଁଠି ଖେଳାଯିବ ଫାଇନାଲ୍ ମୁକାବିଲା

17/04/2021 at 4:26 PM

ନୂଆଦିଲ୍ଲୀ ୧୭।୦୪: ଭାରତରେ ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଏ ନେଇ ବିସିସିଆଇ ମ୍ୟାଚ୍‌ ଆୟୋଜନ ପାଇଁ ନଅଟି ସହରର ନାଁ ଘୋଷଣା କରିଛି। ବିଶ୍ଵ କପ୍‌ର ଫାଇନାଲ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଶନିବାର ଏହାର ସୂଚନା ଦେଇଛନ୍ତି ବିସିସିଆଇ ସଂପାଦକ ଜୟ ଶାହା। ଏଥିସହ ଟି-୨୦ ବିଶ୍ଵକପ୍‌ରେ ଯୋଗ ଦେବାକୁ ଭାରତ ଆସିବା ପାଇଁ ପାକିସ୍ତାନ କ୍ରିକେଟ୍‌ ଖେଳାଳିଙ୍କୁ ମଧ୍ୟ ଭିସା ଯୋଗାଇ ଦିଆଯିବ। ବିସିସିଆଇ ଶୁକ୍ରବାର ହୋଇଥିବା ଭର୍ଚୁଆଲ ବୈଠକରେ ଏହି ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଟି-୨୦ ବିଶ୍ଵ କପ୍ ଯେଉଁ ନଅଟି ସହରରେ ଖେଳାଯିବ, ସେଥିରେ ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ ଓ ଦିଲ୍ଲୀ ସାମିଲ୍। କିନ୍ତୁ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ କି ନାହିଁ ସେ ସଂପର୍କରେ ଏ ଯାଏଁ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ।

ସୂଚନାଯୋଗ୍ୟ, ଗତ ବର୍ଷ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବା ଟି-୨୦ ବିଶ୍ଵକପ୍‌ କରୋନା ସଂକ୍ରମଣ କାରଣରୁ ସ୍ଥଗିତ ରହିଥିଲା। ଏହାର ଆୟୋଜନ ୨୦୨୨ରେ ହେବ। ଅନ୍ୟପଟେ ଭାରତକୁ ୨୦୨୩ରେ ୫୦ ଓଭର ବିଶ୍ଵକପ୍‌ର ଆୟୋଜନ କରିବାର ଅଛି। ଭାରତୀୟ ଦଳ ଏ ପର୍ଯ୍ୟନ୍ତ ୨୦୦୭ରେ ଥରୁଟିଏ ଟି-୨୦ ବିଶ୍ଵକପ୍‌ରେ ଚମ୍ପିଆନ ହୋଇଛି। ଏହା ପରେ ୨୦୧୪ରେ ଫାଇନାଲ ମୁକାବିଲାରେ ଦଳ ଶ୍ରୀଲଙ୍କା ହାତରୁ ପରାଜିତ ହୋଇଥିଲା।

   Related Posts