Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୋକସଭା ନିର୍ବାଚନ : କେଉଁ ପ୍ରାର୍ଥୀ କେଉଁଠି ଦେଲେ ଭୋଟ୍ ଦେଖନ୍ତୁ

11/04/2019 at 12:03 PM

କଳାହାଣ୍ଡି |ନବରଙ୍ଗପୁର | କଳାହାଣ୍ଡି | କୋରାପୁଟ ୧୧|୪: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଚାଲିଛି ମତଦାନ । ବିଭିନ୍ନ ବୁଥ୍ ରେ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି ରାଜନୈତିକ ଦଳର ପ୍ରାର୍ଥୀମାନେ । ଜାଣନ୍ତୁ କେଉଁଠି ମତଦାନ କରିଛନ୍ତି କିଏ ।

କଳାହାଣ୍ଡି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ଭୋଟ୍ ଦେଇଛନ୍ତି ।

କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓ ଭୋଟ୍ ଦେଇଛନ୍ତି ।

କୋରାପୁଟ ଲୋକସଭା ଅନ୍ତର୍ଗତ ରାୟଗଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଲାଲ୍ ବିହାରୀ ହିମିରିକା ନିଜ ମତ ସାବ୍ୟସ୍ତ କରିଛନ୍ତି ।

କୋରାପୁଟ ଲୋକସଭାର କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା କରିଛନ୍ତି ମତଦାନ ।

ନବରଙ୍ଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ରମେଶ ମାଝୀ ମତଦାନ କରିଛନ୍ତି ।

   Related Posts