Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜାଣନ୍ତୁ ଓଡ଼ିଶାର କେଉଁଠି ରହିଛି ଠେଙ୍ଗୋ ଡ୍ୟାମ- କାହିଁକି ଏଠାରେ ପର୍ଯ୍ୟଟକଙ୍କର ଭିଡ

14/01/2020 at 4:04 PM

ସୋନପୁର ୧୪ ।୦୧ – ଚାଲିଛି ପିକ୍ ନିକ୍ ଋତୁ । ସେଥିପାଇଁ ପିକନିକ ସ୍ପଟ୍ ଗୁଡିକରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଥିବା ଠେଙ୍ଗୋ ଡ୍ୟାମ ପ୍ରତି ପର୍ଯ୍ୟଟକଙ୍କର ରହିଛି ଭିନ୍ନ ଏକ ଆକର୍ଷଣ । ଠେଙ୍ଗୋ ଡ୍ୟାମରେ ଶୀତର ମଜା ନେବା ସହ ବଣଭେ।ଜିରେ ମାତିଛନ୍ତି ପର୍ଯ୍ୟଟକ । ଚାଲନ୍ତୁ ଆମେ ବି ବୁଲିଆସିବା ଠେଙ୍ଗେ। ଡ୍ୟାମ୍ ।

ଚାଲିଛି ଭେ।ଜି ଭାତ ।କିଏ ପରିବା କଟାରେ ବ୍ୟସ୍ତ ତ ରେ।ଷେଇ କରିବାରେ । ଆଉ କିଏ ମ୍ୟୁଜିକ୍‌ର ତାଳେ ତାଳେ ମସଗୁଲ ।ବଣଭେ।ଜି ପାଇଁ ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ ଠେଙ୍ଗୋ ଡ୍ୟାମରେ ଜମୁଛି ପର୍ଯ୍ୟଟକଙ୍କ ଭିଡ ।ଜିଲ୍ଲା ସମେତ ଜିଲ୍ଲା ବାହାରୁ ପର୍ଯ୍ୟଟକ ଆସି ଏଠାରେ ବଣଭେ।ଜିର ମଜା ନେଉଛନ୍ତି ।

କର୍ମମୟ ଜୀବନରୁ ଟିକିଏ ସମୟ ବାହାର କରି ସାଙ୍ଗସାଥୀଙ୍କ ସହ ଭେ।ଜି କରୁଛନ୍ତି । ଜଙ୍ଗଲରେ ପ୍ରାକୃତିକ ପରିବେଶରେ ଏକାଠି  ସ୍ମୃତି ସାଉଁଟୁଛନ୍ତି ପର୍ଯ୍ୟଟକ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଭ୍ୟନ୍ତରୀଣ ଅଞ୍ଚଳରେ ହରିହର ଯୋରକୁ ବାନ୍ଧି ତିଆରି ହୋଇଛି ଠେଙ୍ଗୋ ଡ୍ୟାମ । ତେବେଳ ଭରା ଭରା ଜଳଭଣ୍ଡାର ଡ୍ୟାମର ସୌନ୍ଦର୍ଯ୍ୟ ବଢାଉଛି ।

ଏଥି ସହ ଚାରିପଟେ ଘେରି ରହିଥିବା ସବୁଜ ଜଂଗଲ ଓ ପାହାଡ ଡ୍ୟାମକୁ ଅଧିକ ଆକର୍ଷଣୀୟ କରୁଛି । ତେବେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକମାନେ ଡ୍ୟାମକୁ ଆସୁଥିବା ବେଳେ ଏହାର ବିକାଶ କରିବାକୁ ଦାବି ହେ।ଇଛି ।

ପର୍ଯ୍ୟଟନସ୍ଥଳୀର  ଭିତ୍ତି ଭୂମିର ବିକାଶ ସହ ଏଠାରେ ବୋଟିଙ୍ଗ ବ୍ୟବସ୍ଥା କରାଗଲେ ଆହୁରି ଅଧିକ ପର୍ଯ୍ୟଟକ ଆସି ପ୍ରକାୃତିକ େସୗନ୍ଦର୍ଯ୍ୟର ଭରପୁର ମଜା ନେଇପାରନ୍ତେ ।

   Related Posts