Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଆପଣଙ୍କ ଜନ୍ମ ବାରରୁ ଜାଣନ୍ତୁ କେବେ କରିବେ ବିବାହ

10/02/2020 at 3:50 PM

କଥାରେ ଅଛି ଶାଦି କା ଲଡ୍ଡୁ..ବିବାହ କରିବାକୁ କାହାର ବା ଇଛା ନାହିଁ ? ହେଲେ ଅନେକ ଲଜ୍ଜା ଯୋଗୁ ଏ ବିଷୟରେ ଖୋଲାଖୋଲି କଥା ହୋଇ ପାରନ୍ତିନି । କିନ୍ତୁ ସମସ୍ତେ ମନେ ମନେ କିନ୍ତୁ ନିଜର ବିବାହ ବିଷୟରେ ଜାଣିବାକୁ ଇଛୁକ ଥାନ୍ତି। ଏଥିରେ ଏବେ ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଯାଇଥିବା ବେଳେ  ବିବାହ କେବେ ହେବ ଜାଣିବା ଲାଗି ପ୍ରାୟ ସମସ୍ତେ ଉତ୍ସାହି ନିଶ୍ଚିତ । ତେବେ ଆସନ୍ତୁ ଜାଣିବା ଜନ୍ମ ବାରରୁ କିପରି ଜାଣିବେ ବିବାହ ତିଥି।

ଏଥିଲାଗି ସର୍ବ ପ୍ରଥମେ ଆପଣ ଆପଣଙ୍କ ଜନ୍ମ ଦିନ ଅର୍ଥାତ ସପ୍ତାହର କେଉଁ ବାରରେ ଆପଣଙ୍କ ଜନ୍ମ ହୋଇଥିଲା ସେହି ବାରକୁ ଏକ କାଗଜରେ ଲେଖି ଦିଅନ୍ତୁ। ଏଠାରେ ଆମେ ବାର ଅନୁସାରେ କିଛି ସଂଖ୍ୟା ଲେଖୁଛୁ ଯେପରି ସୋମବାର ଲାଗି ୩୮୬, ମଙ୍ଗଳବାର ୨୮୮, ବୁଧବାର ୩୭୮, ଗୁରୁବାର ୮୭୪, ଶୁକ୍ରବାର ୭୮୬, ଶନିବାର ୩୮୮ ଓ ରବିବାର ଲାଗି ୭୫୬। ଏବେ ଆସନ୍ତୁ ଜାଣିବେ କଣ କରିବେ।

ପ୍ରଥମେ ଆପଣ ଜନ୍ମ ହୋଇଥିବା ବାରର ଅଙ୍କକୁ ଚୟନ କରନ୍ତୁ।  ଏହି ଅଙ୍କକୁ ମୋଟ କରନ୍ତୁ ( ସୋମବାର ହୋଇଥିଲେ ୩+ ୮+ ୬)। ଏବେ ମିଶାଣ ଫଳସହ ବାରର ସଂଖ୍ୟାକୁ ଗୋଟି ଗୋଟି କରି ମିସାନ୍ତୁ। ୩୮୬ର ମୋଟ ଯୋଗଫଳ ହେଉଛି ୧୭।  ଏହା ପ୍ରଥମେ ୩ ଅର୍ଥାତ

୧୭+୩= ୨୦
୧୭+୮=୨୫
୧୭+୬= ୨୩

ଏହି ଯୋଗ ଫଳମାନଙ୍କରୁ ଆପଣଙ୍କ ବିବାହ ବର୍ଷ ଅର୍ଥାତ ଆପଣ କେଉଁ ବୟସରେ ବିବାହ କରିବେ ତାହା ଜାଣିନିଅନ୍ତୁ । ହୁଏତ ଆପଣଙ୍କ ବିବାହ ୨୦, ୨୩ ଅଥବା ୨୫ବର୍ଷ ବୟସରେ ହୋଇପାରେ ବୋଲି ଅଙ୍କରୁ ଜଣାପଡୁଛି। ଏବେ ଜାଣନ୍ତୁ କେଉଁ ମାସରେ ହେବ ଆପଣଙ୍କ ବିବାହ । ଏଥିଲାଗି ମିଶାଣ ଫଳଗୁଡିକୁ ଯୋଗ କରନ୍ତୁ
୨+୦=୨
୨+୫=୭
୨+୩=୫
ଏଥିରୁ ବାହାରିଥିବା ଅଙ୍କ ବର୍ଷର ସେହି ମାସମାନଙ୍କୁ ସୂଚୀତ କରୁଛି ଯେଉଁ ମାସରେ ଆପଣଙ୍କ ବିବାହ ହେବ। ଅର୍ଥାତ ୨ ଫେବୃଆରୀକୁ ବୁଝାଉଥିବା ବେଳେ ୫ ଜୁନ ଓ ୭ ଜୁଲାଇ ମାସକୁ ବୁଝାଉଛି। ଏଥିରୁ ଏବେ ଆପଣ ଫର୍ମୂଲା ପ୍ରୟୋଗ କରି ନିଜର ଓ ସାଙ୍ଗସାଥୀଙ୍କ ବିବାହ କରିବାର ସମୟ ଜାଣି ନିଅନ୍ତୁ   

   Related Posts