କରୋନା ସଂକ୍ରମିତ ହେଲେ କରନ୍ତୁ ଏହି କାମ, ଯିବାକୁ ପଡିବ ନାହିଁ ହସ୍ପିଟାଲ୍

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪: ଦେଶରେ କରୋନା ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସଂକ୍ରମଣର ସ୍ତର ବୃଦ୍ଧି ହସ୍ପିଟାଲରେ ଶଯ୍ୟା ଏବଂ ଅମ୍ଳଜାନର ତୀବ୍ର ଅଭାବ ଦେଖାଦେଉଛି । ଏହି ସମୟରେ କେନ୍ଦ୍ର ସରକାର MyGovIndia ର ଟ୍ୱିଟର୍ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛନ୍ତି । କରୋନୋ ସଂକ୍ରମଣ ପରେ କେତେବେଳେ ଡାକ୍ତରଖାନା ଯିବାକୁ ଭିଡିଓରେ କୁହାଯାଇଛି ।

{"width":642,"height":421}
PunjabKesari

ଏହି ଭିଡିଓ ଟାଟା ମେମୋରିଆଲ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ସିଏସ୍ ପ୍ରମେଶଙ୍କ ପରାମର୍ଶ ଉପରେ ଆଧାରିତ । ଏହା କରୋନା ସଂକ୍ରମିତ ହେବା ପରେ କ’ଣ ଏବଂ କିପରି କରାଯିବ ତାହାର ସୂଚନା ଦିଆଯାଇଛି ।

ଭିଡିଓରେ ଡକ୍ଟର ସି.ଏସ୍ ପ୍ରମେଶ ପରାମର୍ଶ ଦେଇଛନ୍ତି ଯେ କରୋନା ପଜିଟିଭ୍ ହେବା ପରେ ଯଦି ଆପଣଙ୍କର ଅମ୍ଳଜାନ ସ୍ତର ୯୪ ରୁ ଅଧିକ ତେବେ ଡାକ୍ତରଖାନା ଯିବାର କୌଣସି ଆବଶ୍ୟକତା ନାହିଁ । ଅମ୍ଳଜାନ ସ୍ତର ଯାଞ୍ଚ କରିବା ପାଇଁ  ସର୍ବପ୍ରଥମେ ରୋଗୀକୁ ନିଜ କୋଠରୀରେ ୬ ମିନିଟ୍ ଚାଲିବାକୁ ପଡିବ  । ଏହାପରେ ଟେଷ୍ଟ କରିବ  । ଛଅ ମିନିଟର ଚାଲିବା ପରେ ପୂର୍ବ ଅମ୍ଳଜାନ ସ୍ତରରେ ୪ପ୍ରତିଶତ ପାର୍ଥକ୍ୟ ଥିଲେ ଡାକ୍ତରଖାନା ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

wp:html /wp:html

ଭିଡିଓରେ, ଭଲ ପୁଷ୍ଟିକର ଖାଦ୍ୟ ସହିତ ତରଳ ପଦାର୍ଥ ପିଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ଯୋଗ-ପ୍ରାଣାୟାମ କରିବା ଏବଂ ଆପଣଙ୍କର ଜ୍ୱର ଆଉ ଅମ୍ଳଜାନ ସ୍ତର ଯାଞ୍ଚ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ କହିବାନୁସାରେ, ଯଦି ସଂକ୍ରମିତ ରୋଗୀଙ୍କର ଜ୍ୱର ବ୍ୟତୀତ ଅନ୍ୟ କୌଣସି ଅସୁବିଧା ନଥାଏ, ତେବେ ସେ ଘରେ କେବଳ ପାରାସିଟାମୋଲ ଖାଇ ରହିବେ ।

{"width":643,"height":435}
PunjabKesari

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.