Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଖାଦ୍ୟ ଉପଯୋଗୀ ନୁହେଁ ଗଜା ବାହାରିଥିବା ଆଳୁ, ଏଣିକି କିଣିବା ବେଳେ ହୋଇଯାଆନ୍ତୁ ସାବଧାନ

8/07/2019 at 3:44 PM

ଭାରତୀୟଙ୍କର ଆଳୁ ଏକ ପ୍ରମୁଖ ପରିବା। ଫୁଡ ଟକ୍ ଇଣ୍ଡିଆର ଅନୁସାରେ ବିନା ଆଳୁରେ ଭାରତୀୟଙ୍କ  ଖାଦ୍ୟ ଅଧୁରା । ଏଣୁ ବିନା ଆଳୁରେ ଚଟ୍ ପଟି ଖାଦ୍ୟର ଭାରତରେ ପରିକଳ୍ପନା ମଧ୍ୟ କରାଯାଇ ନପାରେ।  ଆଳୁରେ ପ୍ରଚୁର ପରିମାଣରେ ସୋଡା, ପଟାସ, ଭିଟାମିନ୍-ଏ ଓ ଡି ଭରି ରହିଥାଏ। ତେବେ ଆଳୁ ଖାଇବା ବେଳେ ସତର୍କତା ଅବଲମ୍ୱନ କରାଯିବା ନିହାତି ଦରକାର। ବିଶେଷ କରି ଯେତେବେଳେ ଆଳୁ ଗଜା ହେବାକୁ ଯାଉଥାଏ ସେତେବେଳେ ଏଭଳି ଆଳୁ ଖାଦ୍ୟୋପଯୋଗୀ ହୋଇନଥାଏ।

ଆଳୁରେ ଗଜା ବାହାରିଲାଣିମାନେ ଜାଣିନେବା ଦରକାର ଯେ ଏହା ଏବେ ରସାୟନିକ ପ୍ରକ୍ରିୟା ଦେଇ ଗତି କରୁଛି। ଏହା ଖାଦ୍ୟ ଅନୁପଯୋଗୀ। ଏହା ସତ୍ତ୍ୱେ ଯଦି ଏଭଳି ଆଳୁକୁ ଖାଦ୍ୟ ଭାବେ ପ୍ରସ୍ତୁତ କରାଯାଏ ତେବେ ତାହା ଆମ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାର ହୋଇପାରେ। ଆଳୁ ଅଙ୍କୁରିତ ହେଉଥିବା ସମୟରେ ଏଥିରୁ ମିଳୁଥିବା କାର୍ବୋହାଇଡ୍ରେଟ୍ ଷ୍ଟ୍ରେଚ୍ ରେ ପରିବର୍ତିତ ହୋଇଥାଏ। ଯାହାକୁ ଖାଦ୍ୟରେ ଗ୍ରହଣ କରାଗଲେ ଶରୀରରେ ଟକ୍ସିକ୍ ମାତ୍ରା ବଢିଯାଏ।

ଏହା ଛଡା ଅଙ୍କୁରିତ ଆଳୁରେ ସୋଲୋନିନ୍ ଓ ଚାସୋନିନ୍ ନାମକ ହାନିକାରକ ରସାୟନର ମାତ୍ରା ବଢିଯାଏ। ଯାହାକୁ ଗ୍ଲାକୋଲୋକଲ୍ଡସ ପୟଜନ କୁହାଯାଏ। ଫଳରେ ଆଳୁର ଖାଦ୍ୟଗୁଣକୁ ଏହା ନଷ୍ଟ  କରିଦେବା ସହ ଏଭଳି ଆଳୁରେ ଖାଦ୍ୟ ପଦାର୍ଥ ରୋଷେଇ କରି ଖାଇଲେ ମୁଣ୍ଡବିନ୍ଧା, ମାଇଗ୍ରେନ, ଡାୟରିଆ ଓ ପେଟ ସମ୍ପର୍କିତ ସମସ୍ୟାର କାରଣ ହୋଇଥାଏ।  ଖାଦ୍ୟରେ ଗ୍ଲାକୋଲୋକଲ୍ଡସର ଉପସ୍ଥିତି ଶରୀରରେ ସ୍ନାୟବିକ ପ୍ରଣାଳୀ ନିମନ୍ତେ ମଧ୍ୟ ହାନିକାରକ ହୋଇଥାଏ। କେବଳ ଅଙ୍କୁରିତ ଆଳୁ ନୁହେଁ ନେଳି ଆଳୁ ମଧ୍ୟ ଖାଇବା କଥା ନୁହେଁ। କେବେ କେବେ ଖାଦ୍ୟରେ ପଡି ଯାଇଥିବା ଏହି ଆଳୁ ଫୁଡ ପଏଜନିଂର କାରଣ ହୁଏ।

   Related Posts