Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମାର୍ଚ୍ଚ ୨୫ରୁ ନବରାତ୍ରି : ୧୭୮ବର୍ଷ ପରେ ମକର ରାଶିରେ ପ୍ରବେଶ କରିବେ ଗୁରୁ : ଜାଣନ୍ତୁ କିପରି କଟିବ ନବବର୍ଷ

14/03/2020 at 10:43 AM

ନୂଆଦିଲ୍ଲୀ ୧୪/୩: ବୁଧବାର ,ମାର୍ଚ୍ଚ ୨୫ ତାରିଖଠୁ ନବରାତ୍ରି ଆରମ୍ଭ ହେଉଛି। ଏହି ଦିନ କଳସ ସ୍ଥାପନ କରାଯିବ ଏବଂ ହିନ୍ଦୁ ନବବର୍ଷ ଆରମ୍ଭ ହେବ। ଏହି ତିଥିରେ ଗୁଡ଼ି ପଡ଼ଓ୍ବା ଏବଂ ଶ୍ରୀ ଝୁଲେଲାଲ ଜୟନ୍ତୀ ମଧ୍ୟ ପାଳନ କରାଯିବ। ଏହି ନବରାତ୍ରିରେ ଏକ ବିଶେଷ ସଂଯୋଗ ହେଉଛି। ନବରାତ୍ରି ମଧ୍ୟରେ ଗୁରୁ ନିଜ ରାଶି ଧନୁରୁ ମକର ଗ୍ରହକୁ ଯିବ। ମକର ଗୁରୁର ତଳ ରାଶି। ଚୈତ୍ର ନବରାତ୍ରି ଗୁରୁବାର,ଅପ୍ରେଲ୍ ୨ତାରିଖ ଯାଏଁ ରହିବ।

୧୮୪୨ମସିହା ଅପ୍ରେଲ୍ ୧୧ତାରିଖରୁ ଚୈତ୍ର ମାସର ନବରାତ୍ରି ଆରମ୍ଭ ହୋଇଥିଲା। ଏହି ନବରାତ୍ରିରେ ଅପ୍ରେଲ୍ ୧୬ତାରିଖରେ ଗୁରୁ ଗ୍ରହ ଧନୁରୁ ମକର ରାଶିରେ ପ୍ରବେଶ କରିଥିଲା। ଏବର୍ଷ ମଧ୍ୟ ଏପରି ସଂଯୋଗ ହେଉଛି ମାର୍ଚ୍ଚ ୨୫ତାରିଖଠୁ ନବରାତ୍ରି ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୯ତାରିଖରେ ଗୁରୁ ରାଶି ବଦଳି ମକର ରାଶିକୁ ଯିବ। ମକର ରାଶିରେ ମଙ୍ଗଳ,ଗୁରୁ ଏବଂ ଶନିର ଯୋଗ ହେବ।

୨୫ତାରିଖଠୁ ହିନ୍ଦୀ ନବବର୍ଷ ବିକ୍ରମ ସଓ୍ବନ୍ତ ୨୦୭୭ଆରମ୍ଭ ହେବ। ଏହାର ନାଁ ପ୍ରମାଦୀ। ନବରାତ୍ରି ବୁଧବାରଠୁ ଆରମ୍ଭ ହେବ ଏବଂ ଆସନ୍ତା ସପ୍ତାହ ଗୁରୁବାର ସରିବ। ପ୍ରମାଦୀ ସଓ୍ବନ୍ତର ରାଜା ବୁଧ ଏବଂ ମନ୍ତ୍ରୀ ଚନ୍ଦ୍ର ହେବେ। ବୁଧ ଏବଂ ଚନ୍ଦ୍ର ପରସ୍ପର ସହ ଭାବ ରଖିବେ। ଏପରି ପରିସ୍ଥିତିରେ ମନ୍ତ୍ରୀ ଏବଂ ରାଜାଙ୍କ ମଧ୍ୟରେ ମତଭେଦ ହେହ ଦ୍ବାରା ପ୍ରଜାଙ୍କୁ କଷ୍ଟ ଭୋଗିବାକୁ ପଡ଼ିବ।

 ନବବର୍ଷରେ ଫସଲ ଉପରେ ନକରାତ୍ମକ ପ୍ରଭାବ,ଅଳ୍ପ ବର୍ଷା ଏବଂ ଲୋକଙ୍କୁ କର ବିନିଯୋଗ କରିବାକୁ ପଡ଼ିବ। ଭାରତ,ନେପାଳ,ଭୁଟାନ,ପାକିସ୍ତାନ,ଇରାନ୍,ଚୀନ,ବାଙ୍ଗଲାଦେଶ,ମ୍ୟାଁମାରରେ ନୂଆବର୍ଷ ଶୁଭ ରହିବ ନାହିଁ। ଏହି ସ୍ଥାନ ଗୁଡ଼ିକରେ ଭୂମିକମ୍ପ ହୋଇପାରେ। ଦରଦାମ୍,ଅଶାନ୍ତି ଏବଂ ବିବାଦର ସ୍ଥିତି ଉପୁଜିପାରେ।

ନବରାତ୍ରିର ପ୍ରଥମ ଦିନ ଦେବୀ ଶୈଳପୁତ୍ରୀ,ଦ୍ବିତୀୟ ଦିନ ବ୍ରହ୍ମଚାରିଣୀ,ତୃତୀୟ ଦିନ ଚନ୍ଦ୍ରଘଣ୍ଟା,ଚତୁର୍ଥ ଦିନ କୁଷ୍ମାଣ୍ଡା,ପଞ୍ଚମ ଦିନ ସ୍କନ୍ଧ ମାତା,ଷଷ୍ଠ ଦିନ କାତ୍ୟାୟନୀ,ସପ୍ତମ ଦିନ କାଳରାତ୍ରି,ଅଷ୍ଟମ ଦିନ ମହାଗୌରୀ ଏବଂ ନବମ ଦିନ ସିଦ୍ଧିଦାତ୍ରୀ।ଏଗୁଡ଼ିକ ମାଆ ଦୁର୍ଗାଙ୍କ ନଅ ରୂପ। ନବରାତ୍ରିରେ ଏମାନଙ୍କ ପୂଜା ବିଶେଷ ଭାବେ କରାଯାଇଥାଏ।

   Related Posts