Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଯଦି COVID-19ର ଚିକିତ୍ସା ଅଥବା ଟିକା ବିକଶିତ ନହୁଏ ଜାଣନ୍ତୁ ହେବ କ’ଣ?

4/05/2020 at 6:32 PM

ଚୀନ ଉହାନରୁ ବ୍ୟାପିଥିବା କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି। ଗବେଷକମାନେ  ଭୂତାଣୁ ନେଇ ଗବେଷଣା ଚଳାଇଥିବା ବେଳେ ଲୋକେ  କୋଭିଡ-୧୯ ଟିକାକୁ ଅପେକ୍ଷା କରି ରହିଛନ୍ତି। ତେବେ  କରୋନା କେବଳ ଏକାକୀ ଘାତକ ସଂକ୍ରମଣ ନୁହେଁ ଅତୀତରେ ସାରା ବିଶ୍ୱକୁ ଆତଙ୍କିତ କରିଥିବା ଏଚଆଇଭି ଓ ଡେଙ୍ଗୁ ସମେତ ଅନେକ ସଂକ୍ରାମକ ରୋଗର ଟିକା ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନାହିଁ। ଏଥିରେ ଯଦି କୋଭିଡ-୧୯ର ଚିକିତ୍ସା ଅଥବା ଟିକା ପ୍ରସ୍ତୁତ ନହେଲା ଅଥବା ବିଳମ୍ବ ହେଲା ତେବେ ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ।

କରୋନା ଭାଇରସ ସଂକ୍ରମଣ ପରଠାରୁ ଏହାର ଉପଚାର ଲାଗି ସାରା ବିଶ୍ୱରେ ଗବେଷଣା ଜାରି ରହିଛି। ଭୂତାଣୁକୁ ଭଲ ରୂପେ ବୁଝି ତାର ନିରାକରଣ ଲାଗି ଟିକା ଅଥବା ଚିକିତ୍ସା ପଦ୍ଧତୀ ଆବିଷ୍କାର ଏତେ ସହଜ କଥା ନୁହେଁ। ଗବେଷକଙ୍କ ରିତିମତ ଗବେଷଣାରୁ କିଛି ଭେକ୍ସିନ ପ୍ରସ୍ତୁତ ହୋଇଥିଲେ ବି ଏଗୁଡିକର ବିଫଳତା ହେଉଛି ଏହାର  ପ୍ରମାଣ।   ଏଥିରେ ଲଣ୍ଡନ ଇମ୍ପେରିଆଲ କଲେଜର ପ୍ରଫେସର ଓ ଗ୍ଲୋବାଲ ହେଲଥ୍ ଏକ୍ସପର୍ଟ ଡେଭିଡ୍ ନାବେରୋ କୁହନ୍ତି ଏମିତି ଅନେକ ଭୂତାଣୁ ଅଛନ୍ତି ଯେଉଁଗୁଡିକର ସଂକ୍ରମଣରେ ହେଉଥିବା ଶାରୀରିକ ସମସ୍ୟାର ଏପର୍ଯ୍ୟନ୍ତ ଟିକା ଦୂରର କଥା ଚିକିତ୍ସା ବି ସମ୍ଭବ ହୋଇପାରିନି। ଏଣୁ ଟିକାକୁ ନେଇ ସେପରି କୌଣସି ପୂର୍ବାନୁମାନ କରିବା ଉଚିତ ନୁହେଁ ।   

ବିଶେଷଜ୍ଞଙ୍କ କହିବା କଥା ହେଲା ଯେପର୍ଯ୍ୟନ୍ତ କୋଭିଡ-୧୯ର ଚିକିତ୍ସା ବ୍ୟବସ୍ଥା ହୋଇ ନ ପାରିଛି ସେପର୍ଯ୍ୟନ୍ତ ଟିକାର ଚିନ୍ତା ବି କରାଯାଇ ନ ପାରେ। ଏଣୁ ଉପୁଜିଥିବା ପରିସ୍ଥିତିରେ ଆମକୁ କରୋନା ସହ ବଞ୍ଚି ଶିଖିବାକୁ ହେବ। ସଂକ୍ରମଣ ଶୃଙ୍ଖଳା ଛିନ୍ନ କରିବାକୁ ସାରା ବିଶ୍ୱରେ ଦେଶମାନେ ଲକଡାଉନ୍‌ ଉପାୟ ଅବଲମ୍ବନ କରୁଛନ୍ତି। ହେଲେ ଭୂତାଣୁଠାରୁ ଲକଡାଉନ ଆମକୁ ମୁକ୍ତି ଦେଇ ନପାରେ। ଏଣୁ ଲକଡାଉନରୁ ବାହାରି ଆମକୁ ଏହାଠାରୁ ବି କିଛି ଅଧିକ କିଛି ଚିନ୍ତା କରିବାକୁ ହେବ ବୋଲି କହିଛନ୍ତି । ଯଦି ଲକଡାଉନ ନ ହଟେ ତେବେ ଟେଷ୍ଟିଂ ଓ ଶାରୀରିକ ଯାଞ୍ଚରେ ଏହାର ପ୍ରଭାବ ପଡିବ ବୋଲି ସେ ସତର୍କ କରାଇଦେଇଛନ୍ତି। 

ସେହିପରି ନ୍ୟାସନାଲ ସ୍କୁଲ ଅଫ ଟ୍ରପିକାଲ ମେଡିସିନର ଡାକ୍ତର ପିଟର ହଟଜ୍ କରୋନା ଭାଇରସର ଚିକିତ୍ସା ହୋଇ ପାରିବନି ତାହା ନୁହେଁ ବୋଲି କହିଛନ୍ତି।  ତେବେ ଯେ ପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା ଖୋଜି ନ ନିଆଯାଇଛି ସେପର୍ଯ୍ୟନ୍ତ ଆମକୁ ପ୍ଲାନ୍ ‘ବି’ ଅନୁସାରେ କାମ କରିବାକୁ ପଡିବ । ଅର୍ଥାତ ସଂକ୍ରମଣରୁ ବର୍ତ୍ତିବା ଲାଗି ଆମେ ଯେପରି ଶ୍ୱଚ୍ଛତା ଓ ସାମାଜିକ ଦୂରତ୍ୱ ଏବେ ଅବଲମ୍ବନ କରୁଛେ ସେପରି ରିତିମତ ଅଭ୍ୟାସରେ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

ସେହିପରି ପେଡିଆଟ୍ରିସିୟନ ଏଣ୍ଡ ଇନ୍‌ଫେକ୍ସିୟସ ଡିଜିଜ୍ ବିଶେଷଜ୍ଞ ପଲ ଆଫିଟଙ୍କ କହିବା କଥା ହେଲା ଏଚଆଇଭି,ଏଡସ୍ ଫ୍ରେମୱାର୍କରୁ ଜଟିଳ ରୋଗ ସତ୍ତ୍ୱେ ମଣିଷ ବଞ୍ଚିପାରୁଥିବା ଆମେ ଦେଖି ଆସୁଛେ। ଏଚଆଇଭିରେ ପ୍ରୋଫିଲେକ୍ସିସ୍ ଅଥବା ପ୍ରେପ୍‌ ଭଳି ନିୟମିତ ଖାଇ ହେଉଥିବା  ଟାବଲେଟ୍ ଆମକୁ ଜଟିଳ ରୋଗରୁ ଆଶ୍ୱସ୍ତ କରୁଛି।  ଏଣୁ କରୋନା ଭାଇରସ୍ ଲାଗି କିଛି ନା କିଛି ଔଷଧ ନିଶ୍ଚିତ କାମରେ ଆସିପାରେ ବୋଲି ଆଫିଟ୍ କହିଛନ୍ତି।

ବୈଜ୍ଞାନିକମାନେ ଏବେ ଆଣ୍ଟି ଇବୋଲା ଡ୍ରଗ୍ ରେମଡେସିଭିର ଓ ବ୍ଲଡ ପ୍ଲାଜମା ଟ୍ରିଟ୍‌ମେଣ୍ଟଠୁ ଆରମ୍ଭ କରି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଆଦି ଔଷଧକୁ ନେଇ ଚିକିତ୍ସକୀୟ ପରୀକ୍ଷା ନିରିକ୍ଷା ଚଳାଇଛନ୍ତି।  ଏଥିରୁ କିଛି ନା କିଛି ରାସ୍ତା ନିଶ୍ଚିତ ବାହାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଆଫିଟ୍।   

   Related Posts