Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

Google ଆପ୍ ଷ୍ଟୋରରୁ ହଟିବା ପରେ Paytmରେ ଜମା ଥିବା ଆପଣଙ୍କ ଟଙ୍କା କଣ ହେବ ? ଜାଣନ୍ତୁ…

18/09/2020 at 3:59 PM

ନୂଆଦିଲ୍ଲୀ ୧୮।୦୯: ଭାରତର ସବୁଠୁ ପ୍ରସିଦ୍ଧ ପେମେଣ୍ଟ ସର୍ଭିସ୍ ଆପ୍ ପେଟିଏମକୁ ଗୁଗଲ ବହୁତ ବଡ ଝଟକା ଦେଇଛି। ଗୁଗଲ ପେଟିଏମ ଆପ୍‌କୁ ନିଜର ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ହେଲେ ପେଟିଏମ ଫର ବିଜିନେସ୍‌, ପେଟିଏମ ମଲ୍, ପେଟିଏମ ମନି ପରି ଆପ୍‌ ଏବେ ମଧ୍ୟ ଗୁଗୁଲ ଷ୍ଟୋରରେ ଉପଲବ୍ଧ  ରହିଛି।

ଗୁଗଲର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ ପକ୍ଷରୁ ଟ୍ଵିଟ୍ କରି କୁହାଯାଇଛି ଯେ, ପ୍ରିୟ ପେଟିଏମ ୟୁଜର୍ସ ପେଟିଏମର ଆଣ୍ଡ୍ରୋଏଡ ଆପ୍‌ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରେ ନ୍ୟୁଜ୍ ଡାଉନଲୋଡ୍‌ ଓ ଅପଡେଟେଡ୍ ପାଇଁ ଉପଲବ୍ଧ ନାହିଁ। ଖୁବ୍ ଶୀଘ୍ର ଏହି ସମସ୍ୟା ଦୂର ହୋଇଯିବ। ବ୍ୟସ୍ତ ହୁଅନ୍ତି ନାହିଁ ଆପଣଙ୍କର ପୂରା ଟଙ୍କ ସୁରକ୍ଷିତ ଅଛି। ଯଦି ଆପଣଙ୍କ ପାଖରେ ପୂର୍ବରୁ ପେଟିଏମ ଆପ୍ ରହିଛି ତେବେ ଆପଣ ସର୍ଭିସ୍ ଉପଭୋଗ କରି ପାରିବେ।

ସୂଚନା ଅନୁଯାୟୀ ଗୁଗଲ ପଲିସିର ବାରମ୍ବାର ଉଲ୍ଲଂଘନ କାରଣରୁ ଗୁଗଲ ପେଟିଏମ ଆପ୍‌କୁ ନିଜର ପ୍ଲେ ଷ୍ଟୋରରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ପେଟିଏମ ପକ୍ଷରୁ କୁହାଯାଇଛି ସେ ଏହି ମାମଲାର ଗମ୍ଭୀରତାର ସହ ଯାଞ୍ଚ କରିବ ଏବଂ ଏହା ପରେ ନିଜର ବିବୃତ୍ତି ରଖିବ।

   Related Posts