ଯଦି ଦୁନିଆରୁ ସବୁ ମସାଙ୍କ ବିନାଶ ହୋଇଯାଏ ଜାଣନ୍ତୁ କ’ଣ ହେବ

Published By : Prameya-News7 Bureau | May 15, 2019 IST

ମସା ମଣିଷର ବଡୁ ଶତ୍ରୁ। ମସାଙ୍କ ଯୋଗୁ ଶଂକ୍ରମିତ ରୋଗରେ ବିଶ୍ବର ବିଭିନ୍ନ ଦେଶରେ  ବାର୍ଷିକ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥାଏ। ତେବେ ମସାଙ୍କର ଯେତୋଟି ପ୍ରଜାତି ଅଛି ସବୁ ପ୍ରଜାତି ମଣିଷ ପାଇଁ ହାନିକାରକ ନୁହଁନ୍ତି।  ବିଶ୍ବରେ ମସାଙ୍କର ପ୍ରାୟ ୩ହଜାର ୫ଶହ ପ୍ରଜାତି ଅଛନ୍ତି। ତେବେ ଅଧିକାଂଶ ମସା ମଣିଷର ଶତ୍ରୁ ନୁହଁନ୍ତି। ଏହି ମସାମାନେ କେବଳ ଗଛପତ୍ର ଓ ଫଳ ରସରେ ଜୀବନ ନିର୍ବାହ କରନ୍ତି। ତେବେ ମାତ୍ର ୬ ପ୍ରତିଶତ ମସା ପ୍ରଜାତି କେବଳ ସେମାନଙ୍କ ଅଣ୍ଡାର ବିକାଶ ପାଇଁ ମଣିଷ ରକ୍ତ ଉପରେ ନିର୍ଭର କରନ୍ତି। ହେଲେ ସେମାନେ ମଧ୍ୟ ସମସ୍ତେ ରୋଗର ବାହକ ନୁହଁନ୍ତି। ସେମାନଙ୍କ ମଧ୍ୟରୁ ଅଧା ପ୍ରଜାତି ରୋଗର ବାହକ । ଅର୍ଥାତ ୧୦୦ଟି ମସା ପ୍ରଜାତି ବିଭିନ୍ନ ରୋଗ ଜିବାଣୁର ବାହକ ବୋଲି ଗବେଷଣାରୁ ଜଣାପଡିଛି। ତେବେ ରୋଗବାହକ ମସାଙ୍କ ବଂଶ ବିନାଶ କରିଦେଲେ ବିଶ୍ବରେ ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇ ପାରନ୍ତା। ହେଲେ ଯଦି ଏପରି ହୁଏ ତେବେ ଆସନ୍ତୁ ଜାଣିବା କ’ଣ ହେବ।

{"id":112252,"width":589,"height":422}

ଫ୍ଲୋରିଡାର କୀଟ ବିଶେଷଜ୍ଞ ଫିଲ ଲୋନିବସଙ୍କ ଅନୁସାରେ ଯଦି ମସା ମଣିଷର ଜୀବନ ନାଶକ କହି ସେମାନଙ୍କ ବଂଶ ବିନାଶ କରିଦିଆଯାଏ ତେବେ ଏହାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ମଣିଷ ଓ ପଶୁପକ୍ଷୀଙ୍କୁ ଭୋଗିବାକୁ ପଡିବ। ମସା କେବଳ ମଣିଷ ରକ୍ତ ନୁହେଁ ଗଛମାନଙ୍କର ରସ ମଧ୍ୟ ଖାଆନ୍ତି। ଏହା ଦ୍ବାରା ଫୁଲ ଫଳରେ ରୂପାନ୍ତରିତ ହୁଏ। ମସାଙ୍କ ଲାର୍ଭା ବେଙ୍ଗ ଓ  ମାଛଙ୍କ ମୁଖ୍ୟ ଆହାର। କିଛି ବାଦୁଡି ପ୍ରଜାତି ମସା ଖାଇ ଜୀବନ ନିର୍ବାହ କରନ୍ତି। ଏଣୁ ମସାଙ୍କ ବଂଶ ବିନାଶ ପ୍ରାଣୀଙ୍କ ଖାଦ୍ୟ ଶୃଙ୍ଖଳାକୁ ପ୍ରଭାବିତ କରିବ।

{"id":112253,"width":580,"height":357}

ତେବେ ପ୍ରାଣୀ ବିଜ୍ଞାନୀ ଓଲିଭିଆ ଜଡସନ ଲୋନିବସଙ୍କ ତର୍କକୁ ଖଣ୍ଡନ କରନ୍ତି। ତାଙ୍କର କହିବାର କଥା ହେଲା ମସାଙ୍କ ବଂଶ ବିନାଶ ହେଲେ ଫୁଡ ଚେନ ପ୍ରଭାବିତ ହେବ ନାହିଁ। ମସାଙ୍କ ବଦଳେ ଅନ୍ୟ ଖାଦ୍ୟ ପ୍ରାଣୀଙ୍କର ଆହାର ହୋଇପାରିବେ। ବିଶ୍ବ ସୃଷ୍ଟିରୁ ଏପର୍ଯ୍ୟନ୍ତ ଅନେକ ବିବର୍ତନ ହେଲାଣି। ଅନେକ ଜୀବପ୍ରଜାତି ବିଲୁପ୍ତ ହୋଇଛନ୍ତି। ହେଲେ କୌଣସି ପ୍ରାଣୀ ପ୍ରଜାତି ପାଇଁ କେବେ ପ୍ରଳୟ ହୋଇନି କି ହେବନି।

{"id":112254,"width":576,"height":309}

ତେବେ ଲୋନିବସଙ୍କ କହିବା କଥା ହେଲା ଯଦି ମସାଙ୍କ ସ୍ଥାନ ଅନ୍ୟ ପ୍ରାଣୀ ପ୍ରଜାତି ନିଅନ୍ତି ତେବେ ବି ସମସ୍ୟା ସୃଷ୍ଟି ହେବ। ହୁଏତ ନୂଆ ସମସ୍ୟା ଅଧିକ ବିକଟ ହୋଇପାରେ। ମସାଙ୍କ ସ୍ଥାନ ଯେଉଁ ଜୀବ ନେବେ ସେମାନେ ତାଙ୍କଠାରୁ ଗୁରୁତର ସମସ୍ୟା ସୃଷ୍ଟି କରିବେ। ଜାହାର ପ୍ରଭାବ ମଣିଷର ଅବସ୍ଥିତିକୁ ମଧ୍ୟ ବିପଦରେ ପକାଇ ଦେଇପାରେ। ନୂଆପ୍ରାଣୀ ରୋଗଜୀବାଣୁଙ୍କୁ ଅଧିକ ପ୍ରାସର କରିବେ ଯାହାକୁ ନିୟନ୍ତ୍ରଣ କରିବା ମଣିଷର ସାଧ୍ୟ ବାହାରେ ହୋଇପାରେ।

{"id":112255,"width":578,"height":385}

ସେହିପରି ବିଜ୍ଞାନ ଲେଖକ ଡେଭିଡ କ୍ବାମେନ କୁହନ୍ତି ମଣିଷଙ୍କ ଉପରେ ମସାଙ୍କ ପ୍ରଭାବ ଖୁବ୍ କ୍ବଚିତ ଓ ସୀମିତ । ମସା ଗରମ ଅଞ୍ଚଳର ଜଙ୍ଗଲରେ ବସବାସ ନ କରିବାକୁ ମଣିଷକୁ ରୋକନ୍ତି। ହେଲେ ବୁଝି ନପାରି  ସେହି ସବୁ ଅଞ୍ଚଳରେ ବସବାସ କରି ବିଭିନ୍ନ ରୋଗ ବେମାରୀରେ ଆକ୍ରାନ୍ତ ହୁଅନ୍ତି। ଏମିତିରେ ରେନ ଫରେଷ୍ଟରେ ସାରା ଦୁନିଆର ଅଧିକାଂଶ ବୃକ୍ଷଲତାଙ୍କ ସମେତ ବହୁ ସଂଖ୍ୟାରେ ଅନ୍ୟ ଜୀବ ଜନ୍ତୁ ମଧ୍ୟ ରହନ୍ତି। ତେବେ ମସାଙ୍କ ଭୟରେ ମଣିଷ ସେ ସବୁସ୍ଥାନକୁ ଯାଆନ୍ତି ନାହିଁ। ଯଦି ମସାଙ୍କ ବଂଶ ବିନାଶ ହୋଇଯାଏ ଏଭଳି ଜଙ୍ଗଲ ପାଇଁ ମାନବୀୟ ବିପଦ ସୃଷ୍ଟି ହେବ। ବିଶ୍ବର ଅର୍ଦ୍ଧାଧିକ ଉଷ୍ଣ କଟିବନ୍ଧିୟ ଜଙ୍ଗଲ କ୍ଷୟ ହୋଇଯିବ। ଗତ ୧୦ ହଜାର ବର୍ଷ ଧରି କେବଳ ମସା ହିଁ ଏହି ଜଙ୍ଗଲର ସୁରକ୍ଷା କରିଆସୁଛନ୍ତି।

{"id":112256}

ମସା ଓ ଣଣିଷ ମଧ୍ୟରେ ଜାରି ସଂଘର୍ଷ ଆଗାମୀ ୧୦-୧୫ ବର୍ଷ ପରେ ହୁଏତ ସମାପ୍ତ ହୋଇଯାଇପାରେ ବୋଲି ପ୍ରାଣୀବିଜ୍ଞାନୀ ପ୍ରାନସିସ ହକ୍ସ କହିଛନ୍ତି। ମସାଙ୍କ ଉପରେ ମଣିଷ ବହୁତ ଭାରି ପଡିବେ ବୋଲି କହିଛନ୍ତି ହକ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.