Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାଭାରତ ଯୁଦ୍ଧପରେ କ’ଣ କଲେ ବିଧବାମାନେ ଜାଣନ୍ତୁ

ଭୁବନେଶ୍ୱର ୧୬/୫ : ମହାଭାରତ ଯୁଦ୍ଧରେ ଅନେକ ଯୋଦ୍ଧା ନିଜ ଜୀବନର ବଳିଦାନ ଦେଇଥିଲେ । ମହାଭାରତ ଯୂଦ୍ଧ ସମାପ୍ତ ପରେ ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାମାନଙ୍କ ସ୍ତ୍ରୀମାନେ ବିଧବା ହୋଇଯାଇଥିଲେ । ନିଜ ନିଜ ସ୍ୱାମୀଙ୍କୁ ହରାଇ ଏମାନେ ଦିନରାତି ଲୁହ ଗଡାଉଥିଲେ । ସାରା ବିଶ୍ୱରେ କେବଳ ଦୁଃଖ ହିଁ ଦୁଃଖ ରହିଥିଲା ।

ଏ ସମ୍ପର୍କରେ ଭଗବାନ ଶ୍ରୀ କୃଷ୍ଣ ଜାଣିବାକୁ ପାଇଥିଲେ । ସେ ସମସ୍ତ ବିଧବାଙ୍କୁ ଏକାଠି କରି ଗଙ୍ଗା ନଦୀ କୂଳରେ ଦିବ୍ୟ ଦୃଷ୍ଟି ମାଧ୍ୟମରେ ବିଧବା ମହିଳାଙ୍କୁ ନିଜ ନିଜ ସ୍ୱାମୀଙ୍କ ସହ ସାକ୍ଷାତ କରାଇଥିଲେ । ସ୍ୱର୍ଗରେ ସେମାନେ କେମିତି ରହୁଛନ୍ତି ତାହା ମଧ୍ୟ ଦେଖାଇଥିଲେ । ଏହାପରେ ବିଧବାମାନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଅନୁରୋଧ କରିଥିଲେ ଯେ, ସେମାନେ ମଧ୍ୟ ସ୍ୱାମୀଙ୍କ ସହ ସ୍ୱର୍ଗରେ ରହିବାକୁ ଚାହୁଁଛନ୍ତି । ଭଗବାନ ଶ୍ରୀ କୃଷ୍ଣ ବିଧବାଙ୍କ ଅନୁରୋଧ ସ୍ୱୀକାର କରି ଗଙ୍ଗା ନଦୀରେ ବୁଡ ପକାଇବାକୁ କହିଥିଲେ । ଭଗବାନ ଶ୍ରୀ କୃଷ୍ଣଙ୍କ କହିବାନୁଯାୟୀ ବିଧବାମାନେ ଗଙ୍ଗା ନଦୀରେ ବୁଡ ପକାଇ ନିଜର ସବୁ ପାପ ଧୋଇ ସ୍ୱର୍ଗ ପ୍ରାପ୍ତି କରିଥିଲେ ।

ଏହାପରେ ପୃଥିବୀରେ ଏକ ନୂଆ ସକାଳର ଆରମ୍ଭ ହୋଇଥିଲା | ଏହାପରେ ରାଜା ପରିକ୍ଷୀତ ଏବଂ ପାଣ୍ଡବ ସ୍ୱରାଜ ବ୍ୟବସ୍ଥା ସ୍ଥାପନ କରିଥିଲେ ।

434 Views

   ସମ୍ବନ୍ଧିତ ଖବର