Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

୧୪୯ ବର୍ଷ ପରେ ପୁଣି ଦୁର୍ଲଭ ଚନ୍ଦ୍ରଗ୍ରହଣ, ଭୁଲରେ ବି କରନ୍ତୁନି ଏହିସବୁ କାମ, ନଚେତ ଭୋଗିବାକୁ ପଡିପାରେ ଏଭଳି ସମସ୍ୟା

16/07/2019 at 4:31 PM

୨ ଜୁଲାଇ ସୂର୍ଯ୍ୟ ପରାଗର ଠିକ ୧୪ ଦିନ ପରେ ଏବେ ହେବାକୁ ଯାଉଛି ଚନ୍ଦ୍ର ଗ୍ରହଣ। ସ୍ୱଳ୍ପ ବ୍ୟବଧାନରେ ଗୋଟିଏ ପରାଗ ଓ ଗୋଟିଏ ଗ୍ରହଣର ପ୍ରଭାବ ନିଶ୍ଚିତ ପୃଥିବୀ ଉପରେ ରହିବ। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ଯୋଗୁ ମନୁଷ୍ୟ ଉପରେ ଭଲ ଅଥବା ମନ୍ଦ ପ୍ରଭାବ ପଡିଥାଏ। ଏଣୁ ଗ୍ରହଣ ବେଳେ ଏପରି କେତେକ ନିୟମ ଅଛି ଯାହା ପ୍ରତ୍ୟେକ ମନୁଷ୍ୟ ପାଳନ କରିବା ନିହାତି ଆବଶ୍ୟକ। ନଚେତ ଗ୍ରହଣ ପ୍ରଭାବରେ ମନୁଷ୍ୟ କାଙ୍ଗାଳ ହେବା କିଛି ବଡ କଥା ନୁହେଁ ବୋଲି ଶାସ୍ତ୍ର ସମ୍ମତ ମତ ରହିଛି। ତେବେ ଆସନ୍ତୁ ଜାଣିବା ଗ୍ରହଣ ବେଳେ କଣ କରିବା ଓ କଣ ନ କରିବା।

ଦୀର୍ଘ ୧୪୯ ବର୍ଷ ପରେ ଦୁର୍ଲଭ ଚନ୍ଦ୍ର ଗ୍ରହଣ ହେବ। ଏଣୁ ଗ୍ରହଣ ଦିନ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଗ୍ରହଣ ଦିନ କାହାରିକୁ ଉଧାର ଦେବାକୁ ଶାସ୍ତ୍ରରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ଗ୍ରହଣ ସନ୍ଧ୍ୟାରେ କାହା ଘରୁ ପିଆଜ, ରସୁଣ ଓ ଲୁଣ ମାଗିବା ଉଚିତ ନୁହେଁ। ଯଦି କେହି ମାଗେ ତେବେ ଭଦ୍ରତାର ସହ ମନା କରିଦେବା ଉଚିତ। ସେହିପରି ଗ୍ରହଣ ପରଦିନ ବି ଘରୁ କାହାକୁ ଲୁଣ ଉଧାର ନ ଦେବା ଭଲ। କେବଳ ସେତିକି ନୁହେଁ ଗ୍ରହଣ ଦିନ ରୁମାଲ  ଓ କଲମ ଦିଆନିଆ ବି ମନା। ଏହା ଦ୍ୱାରା ସମ୍ପର୍କରେ ବାଧା ଉପୁଜିବାର ଅନେକ ଆଶଙ୍କା ଥାଏ। ଏଣୁ ଗ୍ରହଣ ବେଳେ ଏହି ସବୁ ସତର୍କତା  ନିହାତି ଅବଲମ୍ବନ କରାଯିବା ଦରକରା।

ଶାସ୍ତ୍ରାନୁସାରେ ଗ୍ରହଣ ବେଳେ ଏହିସବୁ ସାମଗ୍ରୀର ଆଦାନ ପ୍ରଦାନରେ ଗ୍ରହଣ ଦୋଷ ଲାଗିଥାଏ। ଫଳରେ ଘରର ଉନ୍ନତିକୁ ପ୍ରଭାବିତ କରେ। ଗ୍ରହଣ ଦିନ ଦିଆ ଯାଇଥିବା ଉଦ୍ଧାର ଫେରି ପାଇବାର ସମ୍ଭାବନା କମ୍ ଥାଏ। ତା ଛଡା ଏହି ଲେନଦେନ ସହ ଘରର ଉନ୍ନତିରେ ମଧ୍ୟ ଗ୍ରହଣ ଲାଗେ। ଏହା ଛଡା ଗ୍ରହଣ ଦୋଷ ଯୋଗୁ ଏଥିରେ ସମ୍ପର୍କ ତୁଟିବାର ବି ଅନେକ ସମ୍ଭାବନା ଥାଏ। ଏଣୁ ଲୋକେ ସ୍ୱଭାବସତଃ କଲମ ହେଉ କି ଘରେ ଲୁଣ ନଥିଲେ ପଡୋସୀ ଘରୁ ଲୁଣ, ତେଲ ମାଗି ଆଣିବା ପ୍ରତି ସାବଧାନତା ନିଶ୍ଚିତ ଅବଲମ୍ବନ କରନ୍ତୁ।

   Related Posts