କ୍ରେଡିଟ୍ କାର୍ଡର କରୋନା ଝଟକା: କମିଲା ଲିମିଟ୍, ଏବେ ଆପଣ କରିବେ କ'ଣ...

Published By : Prameya-News7 Bureau | April 30, 2020 IST

କରୋନା ସଂକଟ ଯୋଗୁ ଦେଶରେ ସାଧାରଣ ଲୋକ ଏବେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଲୋକେ ସବୁଠୁ ଅଧିକ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ହେଉଛି ନଗଦ ସମସ୍ୟା। ନିକଟରେ ଭବିଷ୍ୟନିଧି ପାଣ୍ଠିରୁ ହୋଇଥିବା ଉଠାଣର ଏହା ସ୍ପଷ୍ଟ କରୁଛି। ଯଦିଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକଙ୍କ ସମସ୍ୟା ସମାଧାନ ଲାଗି ନୂଆ ନୂଆ ପଦକ୍ଷେପ ନେଉଛନ୍ତି  ତାହା ସମସ୍ୟାର ସମାଧାନ  କରିବା ବଦଳେ ବଢାଇ ଚାଲିଛି।  ଏବେ ବିଭିନ୍ନ ବ୍ୟାଙ୍କ ସେମାନଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥିବା ଜଣାପଡିଛି।

{"id":262751,"width":571,"height":376,"sizeSlug":"large"}

ଲୋକଙ୍କ ନଗଦ ସମସ୍ୟା ଦୂର କରିବା ଲାଗି ଆରବିଆଇ ବ୍ୟାଙ୍କ ସୁଧହାର ହ୍ରାସ କରିଛନ୍ତି। ସେହପରି ମର୍ଟାରିୟମ ଅବଧି ବଢାଇବା ଲାଗି ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ ବ୍ୟାଙ୍କମାନେ ସେମାନଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ହ୍ରାସ କରିବା ଗ୍ରାକଙ୍କୁ ଏବେ କରୋନା ମାଡ ସଦୃଶ ହୋଇଛି। ତେବେ ବ୍ୟାଙ୍କମାନଙ୍କର କ୍ରେଡିଟ୍ କାର୍ଡ ଲିମିଟ୍ ହ୍ରାସ ବୃଦ୍ଧି କିଛି ନୂଆ କଥା ନୁହେଁ। କିନ୍ତୁ ଦେଶରେ କୋଭିଡ ୧୯ ସଂକଟ ଯେତିକି ଗୁରୁତର ହେଉଛି ବ୍ୟାଙ୍କମାନେ ସେତିକି ରକ୍ଷଣଶୀଳ ହେବା ସେମାନଙ୍କ ଗ୍ରାହକଙ୍କ ଲାଗି ସଂକଟ ସୃଷ୍ଟି କରିଛି ବୋଲି କହିଛନ୍ତି ବ୍ୟାଙ୍କ ବଜାର ସିଇଓ ଆଦିଲ ସେଟ୍ଟି।

{"id":262752,"sizeSlug":"large"}

ତେବେ ଉପୁଜିଥିବା ପରିସ୍ଥିତିରେ ଘାବରେଇବାର କୌଣସି କାରଣ ନାହିଁ ବୋଲି ସେଟ୍ଟି କହିଛନ୍ତି। ଯଦି ଆପଣ କାର୍ଡର ଲିମିଟ୍ କାୟମ ରଖିବାକୁ ଚାହୁଁଛନ୍ତି ତେବେ ନିୟମିତ ପ୍ରିମିୟମ ପୈଠ କରିଚାଲନ୍ତୁ। ଯଦି ଗତ କିଛି ମାସ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ରାଶି ଖର୍ଚ୍ଚ କରିଛନ୍ତି ଓ ସମୟରେ ତାର ପୈଠ କରୁଛନ୍ତି ତେବେ ଆପଣଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଏଥିରେ ଆପଣଙ୍କ ସିଭିଲ ସ୍କୋର ବି ଭଲରହିବ।

{"id":262753,"width":566,"height":697,"sizeSlug":"large"}

ସୂଚନା ଯୋଗ୍ୟ ଯେ ଆରବିଆଇଙ୍କ ପରାମର୍ଶ ଅନୁସାରେ ବ୍ୟାଙ୍କମାନେ ଗ୍ରାହକଙ୍କୁ ଋଣ ପୈଠ ଲାଗି ୩ ମାସ ମର୍ଟାରିୟମ ଦେଉଛନ୍ତି। ଅର୍ଥାତ ଯଦି କ୍ରେଡିଟ କାର୍ଡରୁ କରିଥିବା ଉଦ୍ଧାର ଯଦି ଆପଣ ୩ ମାସ ପର୍ଯ୍ୟନ୍ତ ପୈଠ ନ କରୁଛନ୍ତି ବ୍ୟାଙ୍କ ଆପଣଙ୍କ ଉପରେ କୌଣସି ଚାପ ପକାଇବେ ନାହିଁ। ଏଣୁ ଆପଣଙ୍କ ସିଭିଲ ସ୍କୋର ଉପରେ ବି କୌଣସି ପ୍ରଭାବ ପଡିବ ନାହିଁ।

{"id":262754,"width":578,"height":324,"sizeSlug":"large"}

କ୍ରେଡିଟକାର୍ଡ ଧାରୀ ଏବେ ମଧ୍ୟ ସେମାନଙ୍କ ପୈଠ ଜାରି ରଖିବା ଉଚିତ। ଯଦି ଏବେ ଆପଣ ଉଧାର ପୈଠ କରୁ ନାହାନ୍ତି ତେବେ ୩ ମାସ ପରେ ଏକକାଳୀନ ୪ ମାସର ପୈଠ କରିବେ ଯାହାର ସୁଧହାର ବି ବେଶ ଉଚ୍ଚ ହୋଇପାରେ। ବ୍ୟାଙ୍କମାନେ କ୍ରେଡିଟ୍ କାର୍ଡ ଉପରେ ମନଇଛା ସୁଧ କଷୁଛନ୍ତି।ଏପରି କ୍ଷେତ୍ରରେ ଆପଣଙ୍କୁ ସର୍ବାଧିକ ୪୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପୈଠ କରିବାକୁ ବି ପଡିପାରେ। ଏଣୁ ଗ୍ରାହକ ସୁଧ ଜାଲରେ ଫଶିବା ପୂର୍ବରୁ ନିଜର ଇଏମଆଇ ଠିକରେ ପୈଠ କିରଦେବାଟା ଭଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.